ଓଡ଼ିଆ ମହିଳାଙ୍କୁ ପାଞ୍ଚଜଣ ତାମିଲ୍ ଙ୍କ ଧର୍ଷଣ: ଗ୍ୟାଙ୍ଗରେପ୍ ରାଜ୍ୟବ୍ୟାପୀ ପ୍ରତିବାଦ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ର ଆହ୍ବାନ।
ଓଡ଼ିଆ ମହିଳାଙ୍କୁ ପାଞ୍ଚଜଣ ତାମିଲ୍ ଙ୍କ ଧର୍ଷଣ: ଗ୍ୟାଙ୍ଗରେପ୍
ରାଜ୍ୟବ୍ୟାପୀ ପ୍ରତିବାଦ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ର ଆହ୍ବାନ।
ଭୁବନେଶ୍ଵର:- ତା ୧୮/୯/୨୦୨୩ ରିଖ ଗତ ତା ୧୫/୯/୨୦୨୩ ରିଖ ଶୁକ୍ରବାର ଦିନ ତାମିଲନାଡୁ ର ଶିବଗଙ୍ଗା ଜିଲ୍ଳାର ମନମଦୁରାଇ ଠାରେ ୫(ପାଞ୍ଚ) ଜଣ ତାମିଲ ଜଣେ ଓଡ଼ିଆ ମହିଳାକୁ ଗଣଧର୍ଷଣ
(ଗ୍ୟାଙ୍ଗରେପ୍) କରିଥିବାରୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ପକ୍ଷରୁ ଗଭୀର କ୍ଷୋଭ ଓ ଉଦବେଗ ପ୍ରକାଶ କରାଯିବା ସହି ଏହି ଘଟଣାର ନିନ୍ଦା କରାଯାଇଛି ଉକ୍ତ ୫(ପାଞ୍ଚ) ଜଣଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ସେମାନଙ୍କୁ ଦଣ୍ଡିତ କରିବା ପାଇଁ ଦାବି କରାଯାଇଛି। ପ୍ରବାସୀ ଓଡ଼ିଆ ମାନଙ୍କୁ ସୁରକ୍ଷା ଦେବାରେ ନବୀନ ପଟ୍ଟନାୟକ ବିଫଳ ହୋଇଥିବାରୁ ଅପାରଗ ଓ ବିଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ଦାବି କରିଛି। ପ୍ରବାସୀ ଓଡ଼ିଆ ମାନଙ୍କର ଧନ ଜୀବନ ଓ ମର୍ଯ୍ୟାଦା ରକ୍ଷା ପାଇଁ କୌଣସି ସଫଳ ସ୍କିମ କାର୍ଯ୍ୟକାରୀ ନ କରି ଭୋଟ ପାଇବା ପାଇଁ ନକଲି ସହାନୁଭୂତି ପ୍ରଦର୍ଶନ କରୁଥିବାରୁ ବାରମ୍ବାର ପ୍ରବାସୀ ଓଡ଼ିଆ ମାନଙ୍କର ଶବ ଓଡ଼ିଶାକୁ ଫେରୁଛି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି(ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି। ପ୍ରବାସୀ ଓଡ଼ିଆ ମାନେ ଏକଜୁଟ ହୋଇ ନବୀନ ପଟ୍ଟନାୟକ ଓ ବିଜେଡି କୁ ପ୍ରତ୍ୟାଖ୍ୟାନ କରିବାକୁ ଶ୍ରୀ ରାଉତ୍ ଆହ୍ବାନ ଦେଇଛନ୍ତି।