Search for:
  • Home/
  • ରାଜ୍ୟ/
  • ବିଲଡର ତପନ ମହାନ୍ତି ଇଓଡବ୍ଲୁ ଜାଲରେ।

ବିଲଡର ତପନ ମହାନ୍ତି ଇଓଡବ୍ଲୁ ଜାଲରେ।

Spread the love

Loading

ଭୁବନେଶ୍ୱର:ଘର ବିକ୍ରି ପରେ ବି ମାଲିକାନା ସତ୍ତ୍ୱ ଦିଆଯାଉନି । ବିକ୍ରି ବେଳେ ରହିଥିବା ସର୍ତ୍ତ ପାଳନ ହେଉନି ।ମାତ୍ର ତାହାର ହିସାବ ଦେଉନି ସଂସ୍ଥା ।ସୂଚନାଥାଉକି, ଠକେଇ ଓ ପ୍ରତାରଣା ଅଭିଯୁକ୍ତ ଜେଡ୍ ୱାନ୍ ସଂସ୍ଥାର ମାଲିକ ତପନ ମହାନ୍ତି ହେଉଛନ୍ତି ସମ୍ବାଦ ଖବରକାଗଜ ମାଲିକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ସମୁଦି ଇଓଡବ୍ଲୁ ଜାଲରେ ବିଲଡର ତପନ ମହାନ୍ତି ଠକେଇ ଓ ପ୍ରତାରଣାର ସଙ୍ଗୀନ ଅଭିଯୋଗ ଆର୍ଥିକ ଅନିୟମିତତାରେ ସଂସ୍ଥା ବୁଡିକି ଅଛି । ଘର କିଣିଥିବା ଲୋକଙ୍କ ଅଧିକାରକୁ ଅର୍ଥବଳ, କ୍ଷମତାବଳ ଏବଂ ମିଡିଆବଳରେ ନାଲି ଆଖି ଦେଖାଯାଉଛି । କୋର୍ଟ ଆଦେଶକୁ ବି ଖାତିର ନାହିଁ ।ଜେଡ୍ ୱାନ୍ ବିଲଡର ସଂସ୍ଥା ଓ ଏହାର ମାଲିକ ତପନ ମହାନ୍ତିଙ୍କ ବିରୋଧରେ ଆସିଛି ଏଭଳି ଗୁରୁତର ଅଭିଯୋଗ । ରଘୁନାଥପୁରସ୍ଥିତ ଜେଡ୍ ୱାନ୍ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ପକ୍ଷରୁ କିଛି ଦିନ ତଳେ ଇନଫୋସିଟି ଥାନା ଏବଂ ଇଓଡବ୍ଲୁରେ ଏହି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଜି ତପନ ମହାନ୍ତି ଓ ତାଙ୍କ ପୁଅ ସତ୍ୟଜ୍ୟୋତି ମହାନ୍ତିଙ୍କୁ ଡାକି ଦୀର୍ଘ ୩ ଘଣ୍ଟା କାଳ ଜେରା କରିଛି ।ଜେରା ପରେ ଶ୍ରୀ ମହାନ୍ତି ଇଓଡବ୍ଲୁ ଅଫିସରୁ ବାହାରିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ପ୍ରତିକ୍ରିୟା ଲୋଡ଼ିଥିଲେ ମଧ୍ୟ ସେ କିଛି ନ କହି ସିଧା ତାଙ୍କ ଗାଡ଼ିରେ ବସି ପଳାଇଥିଲେ ।
ଜେଡ୍ ୱାନ୍ ରେସିଡେଣ୍ଟ ୱେଲଫେୟାର ଆସୋସିଏସନର ଅଭିଯୋଗରେ ରହିଛି ଜେଡ୍ ୱାନ୍ ସଂସ୍ଥାର ଠକେଇ ଓ ପ୍ରତାରଣାର କାହାଣୀ । ୨୦୧୧ମସିହାରେ ୨୬.୧୮୪ ଏକର ଜମିରେ ଜେଡ୍ ୱାନ୍ ପ୍ରକଳ୍ପ ପାଇଁ ବିଡିଏରୁ ଜେଡ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ଅନୁମତି ପାଇଥିଲା । ଏହି ଜମିରେ ୨୧ ଟାୱାର, ୨୬ ଟି ଭିଲା, କ୍ଲବ୍ ହାଉସ, କମୁ୍ୟନିଟି ସେଣ୍ଟର, କ୍ରେଚ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା କେନ୍ଦ୍ର ପାଇଁ ଅନୁମତି ଥିଲା । ପର୍ଯ୍ୟାୟକ୍ରମେ ଆପାର୍ଟମେଣ୍ଟ ନିର୍ମାଣ କରାଯାଇ କ୍ରେତାମାନଙ୍କୁ ହସ୍ତାନ୍ତର କରିବାକୁ ବୁକିଂ ସମୟରେ ସର୍ତ୍ତ ଥିଲା । ଘରର ମାଲିକାନା ସହ କମନ୍ ଏରିଆରେ ମଧ୍ୟ ସେମାନେ ଅଂଶୀଦାର ରହିବେ ବୋଲି ଚୁକ୍ତିରେ ଉଲ୍ଲେଖ ଥିଲା । ୩ ବର୍ଷ ମଧ୍ୟରେ ଘରଗୁଡ଼ିକର ନିର୍ମାଣ କାର୍ଯ୍ୟ ସରି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବେଲି ସେଥିରେ କୁହାଯାଇଥିଲା ।
ମାତ୍ର ଅଭିଯୋଗ ହୋଇଛି ଯେ ଚୁକ୍ତି ଅନୁଯାୟୀ ଘର ନିର୍ମାଣ କାର୍ଯ୍ୟ ସରିଲାନି କି ଘର ନିର୍ମାଣ ପରେ ଫ୍ଲାଟ୍ ମାଲିକମାନଙ୍କୁ ନ୍ୟାଯ୍ୟ ଅଧିକାର ଦିଆଗଲା ନାହିଁ । ପରବର୍ତ୍ତୀ ସମୟରେ ରାଜ୍ୟ ମାନବାଧିକାର କମିସନଙ୍କ ହସ୍ତକ୍ଷେପ ପରେ ଓନର୍ସ ଆସୋସିଏସନ୍ ଗଠନ ହୋଇଥିଲେ ମଧ୍ୟ ଘରର ମାଲିକାନା ସତ୍ତ୍ୱ ଦିଆଗଲାନି ।ଇତିମଧ୍ୟରେ ବିଲଡର ସଂସ୍ଥା ଆଉ ଏକ ସାଂଘାତିକ କାମ କରିଥିବା ଅଭିଯୋଗ ହୋଇଛି । ମୂଳ ଜମି ସହ ଆଉ ୪ ଏକର ଜମି ମିଶାଇ ଏକ ସଂଶୋଧିତ ପ୍ଲାନ୍ ପ୍ରସ୍ତୁତ କରିଥିଲେ । ସେଥିରେ ଫ୍ଲାଟ୍ ମାଲିକଙ୍କ ପାଇଁ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ କମନ ଏରିଆକୁ ଭର୍ତ୍ତି କରାଯାଇଥିଲା । ଫ୍ଲାଟ୍ ମାଲିକମାନେ ଏହା ବିରୋଧରେ ବିଡିଏ ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପରିବର୍ତ୍ତିତ ପ୍ରକଳ୍ପରେ ଆଇନର ଉଲ୍ଲଂଘନ କରାଯାଇଥିବାରୁ ‘ରେରା’ ମଧ୍ୟ ନିଜ ଆଡୁ ମାମଲା କରିଛି । ଜେଡ୍ ଇଷ୍ଟେଟ୍ କର୍ତ୍ତୃପକ୍ଷ ଏନଜିଟି ଆଇନର ମଧ୍ୟ ଉଲ୍ଳଂଘନ କରିଛନ୍ତି ।
ସଂସ୍ଥା ବିରୋଧରେ ଆର୍ଥିକ ଅନିୟମତାର ସଙ୍ଗୀନ ଅଭିଯୋଗ ରହିଛି । ବିଡିଏରୁ ୭.୪୬ ଲକ୍ଷ ବର୍ଗଫୁଟ ନିର୍ମାଣ ପାଇଁ ଅନୁମତି ପାଇଥିବା ବେଳେ ୮ ଲକ୍ଷ ୩୬ ହଜାର ବର୍ଗଫୁଟର ଘର ବିକ୍ରି କରିଛନ୍ତି । ବିଡିଏର ବିନା ପ୍ଲାନ୍ ଅନୁମୋଦନରେ କ୍ଲବ୍ ଟାଉନ ପ୍ରକଳ୍ପ କରି ବିକ୍ରି କରିଛନ୍ତି । କ୍ରେତାଙ୍କୁ ମାଲିକାନା ଦିଆ ନ ଯାଇ ପ୍ରତ୍ୟେକଙ୍କଠାରୁ ୭୫ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ସମୁଦାୟ ପ୍ରକଳ୍ପରେ ବିଦେଶୀ ପୁଞ୍ଜି ବିନିଯୋଗ ହୋଇଥିବା କୁହାଯାଇଛି ।

Leave A Comment

All fields marked with an asterisk (*) are required