ଦାୟିତ୍ବରେ ଅବହେଳା ପାଇଁ ଏଏସଆଇ ନିଲମ୍ବିତ ସବ ଇନି୍ସପେକ୍ଟରଙ୍କ ବଦଳି
ଦାୟିତ୍ବରେ ଅବହେଳା ପାଇଁ ଏଏସଆଇ ନିଲମ୍ବିତ
ସବ ଇନି୍ସପେକ୍ଟରଙ୍କ ବଦଳି
ଧର୍ମାନ୍ତିକରଣ ଅଭିଯୋଗକୁ ନେଇ ଉତ୍ତେଜନା ପ୍ରସଙ୍ଗ
ଭୁବନେଶ୍ୱର:ବାରିପଦା:ଦାୟିତ୍ବରେ ଅବହେଳା ପାଇଁ ମୟୂରଭଞ୍ଜ ଏସପି ବି ଗଙ୍ଗାଧର ଭଞ୍ଜପୁର ଥାନାର ଜଣେ ପୁଲିସ ଏଏସଆଇ ଛବିଳକାନ୍ତ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ସବ ଇନ୍ସିପେକ୍ଟର ସାବିତ୍ରୀ ଦଳେଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ।ବାରିପଦା ପୌରପାଳିକାର ହେମଚନ୍ଦ୍ରପୁରରେ ୨ଧର୍ମ ଲୋକଙ୍କ ମଧ୍ୟରେ ଉପୁଜିଥିବା ଉତ୍ତେଜନା ଘଟଣାରେ ଉଭୟଙ୍କ କର୍ତ୍ତବ୍ୟ ଅବହେଳାକୁ ଦାୟୀ କରାଯାଇଛି ।
ସୂଚନା ଥାଉକି,ଲୋକଙ୍କୁ ପ୍ରଲୋଭିତ କରି ଧର୍ମାନ୍ତିକରଣ କରୁଥିବା ଅଭିଯୋଗ ନେଇ ବାରିପଦାର ହେମଚନ୍ଦ୍ରପୁର ଠାରେ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି। ଯାହାକୁ ନେଇ ଭଞ୍ଜପୁର ଥାନାରେ ପୃଥକ ଭାବେ ଦୁଇ ଗୋଟି ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ,ବାରିପଦାର ହେମଚନ୍ଦ୍ରପୁର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଖ୍ରୀଷ୍ଟଧର୍ମ ଗୁରୁଙ୍କ ବାଇବେଲ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁ ଥିରେ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ କୁଆଡେ ଅନ୍ଧବିଶ୍ୱାସ ଓ ପ୍ରଲୋଭନ ଦେଖାଇ ଧର୍ମାନ୍ତରଣ କାର୍ଯ୍ୟ ଜାରି ରଖି ହିନ୍ଦୁ ଧର୍ମକୁ ଅପମାନିତ କରି ଧର୍ମ ପରିବର୍ତ୍ତନ ପ୍ରଚେଷ୍ଟା କରାଯାଉଥିଲା ଅଭିଯୋଗରେ ନେଇ ବଜରଙ୍ଗ ଦଳ ପକ୍ଷରୁ ଭଞ୍ଜପୁର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ଏହାର ପ୍ରତିଅଭିଯୋଗରେ ଅନ୍ୟ ଏକ ଅଭିଯୋଗ ହୋଇଛି। କିଛି ଦିନ ପୂର୍ବରୁ କେତେକ ଲୋକ ପୂଜା ପାଇଁ ଚାନ୍ଦା ମାଗିଥିଲେ। ଯାହାକୁ ନେଇ ସେମାନେ ଜାତିକୁ ନେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ପ୍ରାର୍ଥନା କାର୍ଯ୍ୟକ୍ରମ ହେଉଥିବା ବେଳେ ଧର୍ମ ପରିବର୍ତ୍ତନ କରୁଥିବା ନେଇ ମିଥ୍ୟା ଅଭିଯୋଗ କରିଥିବା ନେଇ କୁହାଯାଇଛି। ଉଭୟ ପକ୍ଷ ଭଞ୍ଜପୁର ଥାନାରେ ପହଞ୍ଚିବା ସହ ଲିଖିତ ଅଭିଯୋଗ କରିଛନ୍ତି ଏହାକୁ ନେଇ ଥାନାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।