ଭୁବନେଶ୍ୱର ଜିଲ୍ଲା ଅଭିଯାନ ଦୁଇ ସ୍ଥାନରୁ ଦସ୍ତଖତ ସଂଗ୍ରହ
ଭୁବନେଶ୍ୱର ଜିଲ୍ଲା ଅଭିଯାନ ଦୁଇ ସ୍ଥାନରୁ ଦସ୍ତଖତ ସଂଗ୍ରହ
ଭୁବନେଶ୍ୱର,୧୨/୯ – ବିଭିନ୍ନ ଅନୁଷ୍ଠାନ ମାନଙ୍କ ସମଷ୍ଟିର ସ୍ୱର ‘ମିଳିତ ମହାମଂଚ’ ପକ୍ଷରୁ
ଭୁବନେଶ୍ୱରକୁ ଜିଲ୍ଲା ପାଇଁ ଅଭିଯାନ ଜୋର ଧରିଛି । ବିଭିନ୍ନ ମୁରବୀ ଓ
ଅନୁଷ୍ଠାନର ସହଯୋଗରେ ଭୁବନେଶ୍ୱରକୁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ
ଉପସ୍ଥାପନା ପାଇଁ ଦୁଇ ସ୍ଥାନରୁ ସ୍ୱାକ୍ଷର ସଂଗ୍ରହ ଅଭିଯାନ କରାଯାଇଛି । ଡ଼
ଲିଙ୍ଗରାଜ ସାହୁଙ୍କ ଅବାହାକତ୍ୱ ରାମେଶ୍ୱର ପାଟଣାରେ ହରିଓଁ କ୍ଲବର ବରିଷ୍ଠ
ମୁରବୀମାନେ ସାମିଲ ହୋଇଥିବା ବେଳେ ଗଙ୍ଗୋତ୍ରୀ ନଗର ଅଂଚଳରେ ଧଉଳି ସାହିତ୍ୟ
ସଂସଦର ବହୁ ସଦସ୍ୟ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ହରିଓଁ କ୍ଲବର ସଦସ୍ୟ ରମାକାନ୍ତ ମହାନ୍ତି,
ଉଲ୍ଲାସ ଚନ୍ଦ୍ର ପଟ୍ଟନାୟକ, ବିଷ୍ଣୁପ୍ରସାଦ ମୁଦୁଲି, ରମେଶ ଚନ୍ଦ୍ର ଦାଶ, ପ୍ରଶାନ୍ତ ଚନ୍ଦ୍ର ମହାପାତ୍ର,
ସୁଧିର ରଞ୍ଜନ ଜେନା ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ଧଉଳିି ସାହିତ୍ୟ ସଂସଦର ଅକ୍ଷୟ
କୁମାର ସ୍ୱାଇଁ, ଶିକ୍ଷାବିତ୍ ଲକ୍ଷ୍ମୀଧର ପ୍ରଧାନ, ପ୍ରଧାନ ଶିକ୍ଷକ ଅନାଥ ବନ୍ଧୁ ସାମନ୍ତରାୟ,
ସନ୍ତୋଷ ଦାଶ, ଆଚଂଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ ଓ ବହୁ ସଦସ୍ୟ ସାମିଲ
ହୋଇ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ପାଇଁ ଅଭିଯାନରେ ସାମିଲ ହୋଇଥିଲେ ।
ସେମାନେ ଦାବି କରି କହିଛନ୍ତି ଯେ, ପ୍ରାୟ ସବୁ ରାଜଧାନୀ
ଜିଲ୍ଲା ହୋଇଥିବା ବେଳେ ଭୁବନେଶ୍ୱରକୁ ଜିଲ୍ଲା କରିବା ପାଇଁ ବହୁ କାରଣ
ରହିଛି । ୧୯୯୨ମସିହାରେ ଖୋର୍ଦ୍ଧା ଜିଲ୍ଲା ଗଠନ ବେଳେ ଏହାର ଲୋକ ସଂଖ୍ୟା ୧୧ଲକ୍ଷ
ଥିବା ବେଳେ ଏବେ ଏହି ଜିଲ୍ଲାରେ ୨୨ଲକ୍ଷରେ ପହଂଚିଳାଣି । ଭୁବନେଶ୍ୱରରେ ସବୁ
ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ୩ନିର୍ବାଚନ ମଣ୍ଡଳିରେ ଲୋକ ସଂଖ୍ୟା
୧୨ଲକ୍ଷରେ ପହଂଚିଲାଣି । ୧୩ ଜିଲ୍ଲା ପୂର୍ନଗଠନ ପୂର୍ବରୁ ମଧ୍ୟ ଜଷ୍ଟିସ୍ ଦାସ କମିଶନ ତାଙ୍କ
ରିପୋର୍ଟରେ ଭୁବନେଶ୍ୱରକୁ ରାଜସ୍ୱ ଜିଲ୍ଲା ଗଠନ ପାଇଁ ସୁପାରିଶ କରିଥିଲେ ।
ଭୁବନେଶ୍ୱରକୁ ଜିଲ୍ଲା ଗଠନ ପାଇଁ ତକ୍ରାଳୀନ ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ପ୍ରସ୍ତବ
ରଖି ବହୁ କାର୍ଯ୍ୟାଳୟ ଏଠାରେ ସ୍ଥାପନା କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ
ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ
ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟି
ମଧ୍ୟ ଜିଲ୍ଲା କରିବାକୁ ସୁପାରିଶ କରିଥିଲେ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି
ହେଉକି ଭୁବନେଶ୍ୱରର ବିଭିନ୍ନ ସମସ୍ୟା ଦେଖା ଦେଲେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଉପସ୍ଥିତ
ହୋଇ ସମାଧାନ କରିପାରିବେ । ଏପରି ବହୁ କାରଣ ପାଇଁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା
କରିବା ଆବଶ୍ୟକ ବୋଲି କୁହାଯାଇଛି ।