ବି.ଜେ.ଇ.ଏମ୍. ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ରେ ଲୋକନୃତ୍ୟ ପ୍ରତିଯୋଗିତା
ବି.ଜେ.ଇ.ଏମ୍. ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ବର୍ଷ ଉପଲକ୍ଷେ ଆନ୍ତଃବିଦ୍ୟାଳୟ ଶିକ୍ଷାଦାତାଙ୍କ ମଧ୍ୟରେ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ଭୁବନେଶ୍ୱର, ତା: ୧୦/୦୯ : ରାଜଧାନୀ ଭୁବନେଶ୍ୱରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତା’ର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଅନେକ କାର୍ଯ୍ୟକ୍ରମ ହାତକୁ
ନେଇଛି । ଆଜି ବିଭିନ୍ନ ବିଦ୍ୟାଳୟର ଶିକ୍ଷାଦାତାଙ୍କୁ ନେଇ ଆନ୍ତଃବିଦ୍ୟାଳୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ରାଜ୍ୟର ଲୋକନୃତ୍ୟକୁ ଅତି ଉଚ୍ଚଧରଣର ଶୈଳୀରେ ଉପସ୍ଥାପନ କରିଥିଲେ । ଏହିକାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର,
ରିଚାଳନା କମିଟିର ପରିଚାଳକ ଶ୍ରୀଯୁକ୍ତ ପ୍ରତା କୁମାର ଜେନା, ଉପପରିଚାଳକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ନାୟକ ଯୋଗଦେଇ ନୃତ୍ୟର ପ୍ରଶଂସା କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ପାଠପଢ଼ା ସହ ନିଆରା ଓ ଉଚ୍ଚକୋଟୀର ନୃତ୍ୟ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।