ଶାଳଗଛ ଉପୁଡି ରେଳଧାରଣାରେ ପଡିଲା ରୁପସା-ବାଙ୍ଗିରିପୋଷି ମେମୁ ଟ୍ରେନ ଜଙ୍ଗଲରେ ଅଟକିଛି
ଶାଳଗଛ ଉପୁଡି ରେଳଧାରଣାରେ ପଡିଲା
ରୁପସା-ବାଙ୍ଗିରିପୋଷି ମେମୁ ଟ୍ରେନ ଜଙ୍ଗଲରେ ଅଟକିଛି
ଭୁବନେଶ୍ୱର:ବାରିପଦା,ଗୁରୁବାର ସକାଳେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଳଷ୍ଟେସନରୁ ୨୦୦ମିଟର ଦୂରରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡିଛି । ଫଳରେ କିଛି ସମୟ ପୂର୍ବରୁ ସେହି ସ୍ଥାନ ଅତିକ୍ରମ କରି ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ମଧ୍ୟରେ ଅଟକି ରହିଛି । ଶାଳଗଛ ପଡିବା ଫଳରେ ବିଦ୍ୟୁତ ତାର ଛିଣ୍ଡିବାରୁ ବିଦ୍ୟୁତ ସରବରାହ ବନ୍ଦ ହେବାରୁ ଟ୍ରେନ ଆଗକୁ ଯାଇପାରିନି । ଖବରପାଇ ବେତନଟୀ ଓ ରେଳବାଇ ପୁଲିସ ପହଞ୍ଚିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଗଛ ଗଣ୍ଡି ଓ ଡାଳ ହଟାଇବା ଆରମ୍ଭ ହୋଇଛି । ରେଳବାଇ ବିଦ୍ୟୁତ ଇଞ୍ଜିନିୟର ଓ କର୍ମଚାରୀକୁ ଧରି ଏକ ମରାମତି ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଟ୍ରେନ ଖଡପୁରରୁ ଆସିବା ପରେ ସ୍ବଭାବିକ ସ୍ଥିତି ପାଇଁ ୪/୫ଘଣ୍ଟା ସମୟ ଲାଗିବ ବୋଲି ଜଣାପଡିଛି । ସରକାରୀ କାର୍ଯ୍ୟ ଓ ଶିକ୍ଷାନୁଷ୍ଠାନକୁ ଯାଉଥିବା ଜନସାଧାରଣ, କର୍ମଚାରୀ ଓ ଛାତ୍ରଛାତ୍ରୀ ଜଙ୍ଗଲ ରାସ୍ତାରେ ଚାଲିଚାଲି କେସିପୁର ଠାରେ ଜାତୀୟରାଜପଥକୁ ପହଞ୍ଚି ବିକଳ୍ପ ବ୍ୟବସ୍ଥାରେ ଗନ୍ତବ୍ୟ ସ୍ଥାନକୁ ଯାଉଛନ୍ତି ।