କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ପୁନଃ ଯୋଗଦେଲେ ମହମ୍ମଦ ଶାହା ନୱାଜ
କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ପୁନଃ
ଯୋଗଦେଲେ ମହମ୍ମଦ ଶାହା ନୱାଜ
ଭୁବନେଶ୍ୱର, ତା. ୨୮/୦୮ : କଂଗ୍ରେସର ନୀତି ଓ ଆଦର୍ଶରେ
ଅନୁପ୍ରାଣିତ ହୋଇ ବରିଷ୍ଠ ସଂଖ୍ୟାଲଘୁ ନେତା ମହମ୍ମଦ ଶାହା ନୱାଜ ନିଜର ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ପୁନଃ ଯୋଗଦେଇଛନ୍ତି ।ଏହି ଉପଲକ୍ଷେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସଂଖ୍ୟାଲଘୁ ନେତା ଶ୍ରୀ ନୱାଜଙ୍କୁ କଂଗ୍ରେସ ଦଳରେ ଗ୍ରହଣ କରିନେଇଛନ୍ତି । ସ୍ୱାଗତ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ଶ୍ରୀ ନୱାଜଙ୍କ ପୁନଃ ଯୋଗଦାନ କଂଗ୍ରେସ ଦଳକୁ ଦୃଢ଼ିଭୂତ କରିବ । ନିଜ
ବକ୍ତବ୍ୟରେ ଶ୍ରୀ ନୱାଜ କହିଥିଲେ ଯେ ରାଜ୍ୟରେ ବର୍ତମାନ ଅମଲାତାନ୍ତ୍ରିକ ଶାସନ ଚାଲିଛି । ଜନପ୍ରତିନିଧି ମାନଙ୍କର କର୍ତବ୍ୟ ଗୌଣ ହୋଇପଡ଼ିଛି ଏବଂ ଗଣତନ୍ତ୍ର ନିମ୍ନଗାମି ହେଉଛି । ଆଗାମୀ ଦିନରେ କଂଗ୍ରେସ ଦଳ କିପରି ମଜବୁତ ହୋଇପାରିବ ଓ ସଂଖ୍ୟାଲଘୁ ଭାଇଭଉଣୀମାନଙ୍କ ବିକାଶ ହୋଇପାରିବ ସେ ଦିଗରେ ସେ କାର୍ଯ୍ୟ କରିବେ ବୋଲି ଶ୍ରୀ ନୱାଜ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଗସ୍ତରେ ଥିବା ଏଆଇସିସି ଅନୁସୂଚିତ ଜାତି, ଜନଜାତି,ଓବିସି ଓ ସଂଖ୍ୟାଲଘୁ ବିଭାଗର ସଂଯୋଜକ ଶ୍ରୀ କେ ରାଜୁ, ଏଆଇସିସି
ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ରାଜେଶ ଲିଲୋଠିଆ,
ଅନୁସୂଚିତ ଜନଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ଶିବାଜୀ ରାଓ ମୋଘେ ଏବଂ ସଂଖ୍ୟାଲଘୁ ବିଭାଗର ଓଡ଼ିଶା ପ୍ରଭାରୀ ଅବଦୁଲ କାଲାମ ଖାନ,କଂଗ୍ରେସ ନେତା ବିଜୟ ପଟ୍ଟନାୟକ, ଗଣେଶ୍ୱର ବେହେରା, ଭୂଜବଳ ମାଝୀ,ବାଙ୍କନିଧି ବେହେରା, ଜିଆଉଲ ହକ ପ୍ରମୁଖ ଉପସ୍ଥିତ ଥିଲେ ।