ଧର୍ମାନୁଷ୍ଠାନ ଓ ଗୋଷ୍ଠୀକେନ୍ଦ୍ରର ବିକାଶ ପାଇଁ ୪୦.୦୨କୋଟି ଟଙ୍କା ବ୍ୟୟ ଅଟକଳ
ଧର୍ମାନୁଷ୍ଠାନ ଓ ଗୋଷ୍ଠୀକେନ୍ଦ୍ରର ବିକାଶ ପାଇଁ ୪୦.୦୨କୋଟି ଟଙ୍କା ବ୍ୟୟ ଅଟକଳ
ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ରୂପ ନେବ ୭୬୮ଟି ପ୍ରକଳ୍ପ
ଭୁବନେଶ୍ୱର:ବାରିପଦା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ତାଙ୍କର ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ଗତ ୧୧ ଓ ୧୨ତାରିଖ ମୟୂରଭଞ୍ଜ ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଫେରିଥିଲେ । ଯିବା ବେଳେ ଜନସାଧାରଣଙ୍କ ପକ୍ଷରୁ ପ୍ରଦତ୍ତ ଲିଖିତ ଦାବି ଓ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଯଥା ଶୀଘ୍ର ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଓ କମ୍ୟୁନିଟି ସେଣ୍ଟର ବିକାଶ ସମ୍ବନ୍ଧୀୟ ଦାବିପତ୍ର ବିଚାର ପୂର୍ବକ ଅନୁଦାନ ଘୋଷଣା ପ୍ରତିଶୃତି ଦେଇଥିଲେ । ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୬ଟି ବ୍ଲକ, ୨ଟି ମୁନିସିପାଲଟି ଓ ୨ଟି ଏନଏସିର ୭୬୮ଟି ଧର୍ମାନୁଷ୍ଠାନ ଓ ଗୋଷ୍ଠୀକେନ୍ଦ୍ର ପ୍ରକଳ୍ପ ପାଇଁ ୪୦କୋଟି ୨ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଆନୁକୂଲ୍ୟରେ ଏହି ଅନୁଦାନରେ ହେବାକୁ ଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୃକ୍ତ ବ୍ଲକର ବିଡ଼ିଓ ଏବଂ ପୌର ନିର୍ବାହୀ ଅଧିକାରୀଙ୍କ ଜରିଆରେ ସମ୍ପାଦିତ ହେବ । ସ୍ୱଚ୍ଛତାର ସହିତ ଯଥାଶୀଘ୍ର କାର୍ଯ୍ୟ ସମ୍ପାଦନ କଲେ ପରବର୍ତ୍ତୀ ସମୟରେ ଅଧିକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ପ୍ରକଳ୍ପ ଗୁଡିକ ସର୍ବାଧିକ ୧୦ଲକ୍ଷ ଟଙ୍କା ଓ ସର୍ବନିମ୍ନ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଟକଳ ରହିଛି ।
ପ୍ରକଳ୍ପ ମଧ୍ୟରେ ଜିଲ୍ଲାର ସର୍ବ ବୃହତ୍ତ ବଡ଼ସାହି ବ୍ଲକ ପାଇଁ ସର୍ବାଧିକ ୬୦ଟି ଥିବା ବେଳେ ବ୍ୟୟ ଅଟକଳ ରାଶି ୩କୋଟି ୨ଲକ୍ଷ ଟଙ୍କା ରହିଛି ଓ ବେତନଟୀ ବ୍ଲକରେ ୪୮ଟି ପ୍ରକଳ୍ପ ପାଇଁ ୨କୋଟି ୩୭ଲକ୍ଷ ଟଙ୍କା ରହିଛି ।
ସେହିପରି ବାରିପଦା ବ୍ଲକରେ ୧୯ଟି ପ୍ରକଳ୍ପ ପାଇଁ ୯୯ଲକ୍ଷ ଟଙ୍କା, ବାରିପଦା ମୁନିସିପାଲଟିରେ ୧୧ଟି ପ୍ରକଳ୍ପ ପାଇଁ ୮୨ଲକ୍ଷ ଟଙ୍କା, ଖୁଣ୍ଟା ବ୍ଲକରେ ୨୯ଟି ପ୍ରକଳ୍ପ ପାଇଁ ୧କୋଟି ୫୯ଲକ୍ଷ ଟଙ୍କା ରହିଛି । ରାଇରଙ୍ଗପୁର ବ୍ଲକରେ ୧୯ଟି ପ୍ରକଳ୍ପ ପାଇଁ ୧କୋଟି ୪୫ଲକ୍ଷ ଟଙ୍କା, ରାଇରଙ୍ଗପୁର ମୁନିସିପାଲଟିରେ ୧୫ଟି ପ୍ରକଳ୍ପ ପାଇଁ ୮୪ଲକ୍ଷ ଟଙ୍କା, ବହଳଦା ବ୍ଲକରେ ୯ଟି ପ୍ରକଳ୍ପ ପାଇଁ ୬୬ଲକ୍ଷ ଟଙ୍କା, ଜାମଦା ବ୍ଲକରେ ୧୦ଟି ପ୍ରକଳ୍ପ ପାଇଁ ୭୮ଲକ୍ଷ ଟଙ୍କା, ତିରିଂ ବ୍ଲକରେ ୧୦ଟି ପ୍ରକଳ୍ପ ପାଇଁ ୯୨ଲକ୍ଷ ଟଙ୍କା ରହିଛି । ସେହିପରି ବାଙ୍ଗିରପୋଷି ବ୍ଲକରେ ୨୮ଟି ପ୍ରକଳ୍ପ ପାଇଁ ୧କୋଟି ୩୫ଲକ୍ଷ ଟଙ୍କା, କୁଳିଅଣା ବ୍ଲକରେ ୪୦ଟି ପ୍ରକଳ୍ପ ପାଇଁ ୨କୋଟି ୧୦ଲକ୍ଷ ଟଙ୍କା, ଶ୍ୟାମାଖୁଣ୍ଟା ବ୍ଲକରେ ୨୦ଟି ପ୍ରକଳ୍ପ ପାଇଁ ୯୫ଲକ୍ଷ ଟଙ୍କା ରହିଛି ।
କରଞ୍ଜିଆ ବ୍ଲକରେ ୩୧ଟି ପ୍ରକଳ୍ପ ପାଇଁ ୧କୋଟି ୨୭ଲକ୍ଷ ଟଙ୍କା, କରଞ୍ଜିଆ ଏନଏସିରେ ୧୭ଟି ପ୍ରକଳ୍ପ ପାଇଁ ୧.୨୭ଲକ୍ଷ ଟଙ୍କା, ଠାକୁରମୁଣ୍ଡା ବ୍ଲକରେ ୨୭ଟି ପ୍ରକଳ୍ପ ପାଇଁ ୧କୋଟି ୧୨ଲକ୍ଷ ଟଙ୍କା ରହିଛି । ମୋରଡ଼ା ବ୍ଲକରେ ୩୨ଟି ପ୍ରକଳ୍ପ ପାଇଁ ୧କୋଟି ୬୪ଲକ୍ଷ ଟଙ୍କା, ରାସଗୋବିନ୍ଦପୁର ବ୍ଲକରେ ୩୦ଟି ପ୍ରକଳ୍ପ ପାଇଁ ୧କୋଟି ୩୮ଲକ୍ଷ ଟଙ୍କା, ଶୁଳିଆପଦା ବ୍ଲକରେ ୨୫ଟି ପ୍ରକଳ୍ପ ପାଇଁ ୧କୋଟି ୪୭ଲକ୍ଷ ଟଙ୍କା ରହିଛି ।
ଯଶିପୁର ବ୍ଲକରେ ୨୯ଟି ପ୍ରକଳ୍ପ ପାଇଁ ୧କୋଟି ୪୬ଲକ୍ଷ ଟଙ୍କା, ରରୁଆଁ ବ୍ଲକରେ ୨୧ଟି ପ୍ରକଳ୍ପ ପାଇଁ ୧କୋଟି ଟଙ୍କା, ଶୁକୃଳି ବ୍ଲକରେ ୧୯ଟି ପ୍ରକଳ୍ପ ପାଇଁ ୮୫ଲକ୍ଷ ଟଙ୍କା ଥିବା ବେଳେ ସାରସକଣା ବ୍ଲକରେ ୩୮ଟି ପ୍ରକଳ୍ପ ପାଇଁ ୧କୋଟି ୫୭ଲକ୍ଷ ଟଙ୍କା, ବିଜାତଳା ବ୍ଲକରେ ୨୮ଟି ପ୍ରକଳ୍ପ ପାଇଁ ୧କୋଟି ୩୧ଲକ୍ଷ ଟଙ୍କା, ବିଶୋଇ ବ୍ଲକରେ ୩୫ଟି ପ୍ରକଳ୍ପ ପାଇଁ ୧କୋଟି ୬୦ଲକ୍ଷ ଟଙ୍କା, କୁସୁମୀ ବ୍ଲକରେ ୨୨ଟି ପ୍ରକଳ୍ପ ପାଇଁ ୧କୋଟି ୧୬ଲକ୍ଷ ଟଙ୍କା ରହିଛି ।
ଉଦଳା ବ୍ଲକରେ ୨୧ଟି ପ୍ରକଳ୍ପ ପାଇଁ ୯୬ଲକ୍ଷ ଟଙ୍କା ଓ ଏନଏସିରେ ୧୪ଟି ପ୍ରକଳ୍ପ ପାଇଁ ୧କୋଟି ୧୦ଲକ୍ଷ ଟଙ୍କା, ଗୋପବନ୍ଧୁନଗର ବ୍ଲକରେ ୨୨ଟି ପ୍ରକଳ୍ପ ପାଇଁ ୧କୋଟି ୨ଲକ୍ଷ ଟଙ୍କା, କପ୍ତିପଦା ବ୍ଲକରେ ୪୬ଟି ପ୍ରକଳ୍ପ ପାଇଁ ୨କୋଟି ୨ଲକ୍ଷ ଟଙ୍କା, ବ୍ୟୟ ଅଟକଳ ରହିଛି । ଏହି ଖବର ଜଣା ପଡ଼ିବା ପରେ ଜିଲ୍ଲାର ଜନସାଧାରଣ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ।