Search for:
  • Home/
  • ରାଜ୍ୟ/
  • ସାଢ଼େ ଚାରିକୋଟି ଓଡିଆଙ୍କ ପାଇଁ ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ

ସାଢ଼େ ଚାରିକୋଟି ଓଡିଆଙ୍କ ପାଇଁ ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ

Spread the love

Loading

– ସ୍ୱାସ୍ଥ୍ୟ ସେବା ଏକ ମୌଳିକ ଆବଶ୍ୟକତା । ପ୍ରତ୍ୟେକ ରାଜ୍ୟ ତାଙ୍କ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାର ସୁବିଧା କରିବା ଅତ୍ୟନ୍ତ ଆବଶ୍ୟକ ।
– ଏ ଦେଶରେ ବା ବିଶ୍ୱରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ନିଜସ୍ୱ କିଛି ମାନ ଓ ମାନକ ରହିଛି ।
– ପ୍ରାୟ ସାଢ଼େ ଚାରିକୋଟି ଓଡିଆଙ୍କ ପାଇଁ ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ ଅଛନ୍ତି । ଅର୍ଥାତ ମୋଟ ୧୧୮୧ ସରକାରୀ ଆୟୁଷ ଡାକ୍ତର ଓଡ଼ିଶାରେ ସେବା ପ୍ରଦାନ କରୁଛନ୍ତି । ଏହାର ସରଳ ଅର୍ଥହେଲା ପ୍ରତି ୩,୭୦,୬୫୪ ବ୍ୟକ୍ତିରେ ମାତ୍ର ଜଣେ ଆୟୁଷ ଡାକ୍ତର ତାଙ୍କର ସେବା ପ୍ରଦାନ କରୁଛନ୍ତି ।
– ତେଣୁ ଏକଥା ସ୍ୱୀକାର କରାଯାଇପାରେ ଯେ ଏତିକି ସଂଖ୍ୟକ ଡାକ୍ତରଙ୍କ ସାହାଯ୍ୟରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଅସମ୍ଭବ । କେବଳ ନାମକୁମାତ୍ର ସ୍ୱାସ୍ଥ୍ୟସେବା ପ୍ରତି ସରକାର ଦାୟିତ୍ୱବାନ ବୋଲି କୁହାଯାଇପାରେ ।
– ଭାରତ ସରକାରଙ୍କର ଆୟୁଷ ମନ୍ତ୍ରାଳୟ ଅନୁସାରେ କୁହାଯାଇଛି ଯେ ଭାରତରେ ସମାନ ଭାବରେ ଆଧୁନିକ ଚିକତ୍ସା ଓ ଆୟୁଷ ଚିକତ୍ସାକୁ ପ୍ରାଧାନ୍ୟ ଦିଆଯିବ । କିନ୍ତୁ ଦୁଃଖର କଥା ଯେ ଆମ ରାଜ୍ୟର ସରକାର ଆୟୁଷ ସେବାପ୍ରତି ବୈମାତୃକ ଭାବ ପୋଷଣ କରୁଛନ୍ତି ।
– ଦୁଃଖର କଥା ଯେ ଦୀର୍ଘ ୨୧ ବର୍ଷ ଭିତରେ ଜଣେ ହେଲେ ଆୟୁଷ ଚିକିତ୍ସା ପଦାଧିକାରୀ ଆମ ରାଜ୍ୟରେ ନିଯୁକ୍ତ ହୋଇ ନାହାନ୍ତି । ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ସତେ ଯେମିତି ସରକାର ଏଥିପ୍ରତି ବଧିର ପାଲଟି ଯାଇଛନ୍ତି ।
– ଏନଏଏମର ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ୮୦୦0ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୮୦୦ ହସ୍ପିଟାଲ ଖୋଲାଯିବା କଥା । କିନ୍ତୁ ଏଥିପ୍ରତି ସରକାରଙ୍କର କୌଣସି ନଜର ନାହିଁ ଆମେ ପ୍ରତିବର୍ଷ ଆୟୁଷ ଚିକତ୍ସା ପଦାଧିକାରୀ ନିଯୁକ୍ତି ହେଉ ବୋଲି ଦାବୀ ରଖୁଛୁ ।
– ଯେହେତୁ ୨୧ ବର୍ଷହେଲା ଆୟୁଷ ଚିକତ୍ସା ପଦାଧିକାରୀ ନିଯୁକ୍ତ ହୋଇ ନାହାନ୍ତି ତେଣୁ ଆମେ ଚାହୁଁ ଆପାତତଃ ୫୦୦ ଲେଖାଏଁ ଆୟୁଷ ଚିକିତ୍ସା ପଦାଧିକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲମାନଙ୍କରେ ଅବିଳମ୍ବେ ନିଯୁକ୍ତ ହୁଅନ୍ତୁ ।
– ଏତଦବ୍ୟତୀତ ଆମେ ପ୍ରତିବର୍ଷ ଅତି କମରେ ୧୦୦ ଆୟୁଷ ଡାକ୍ତର ଏନଏଏମ ଆବଶ୍ୟକତାକୁ ଆଖି ଆଗରେ ରଖି ନିଯୁକ୍ତି ଦିଆଯାଉ ବୋଲି ଦାବୀ କରୁଛୁ ।ନିଖିଳ ଓଡିଶା ଆୟୁଷ ଛାତ୍ର ସଂଘ ସଭାପତି ଡା ରାଜେଶ ମିଶ୍ର ସାଧାରଣ ସଂପାଦିକା
ଡ଼ା ଲୋପାମୁଦ୍ରା ଖଟୋଇ ଦାବି ଜଣାଇଛଥି।

Leave A Comment

All fields marked with an asterisk (*) are required