Search for:
  • Home/
  • ରାଜ୍ୟ/
  • ପ୍ରାଥମିକ ଶିକ୍ଷକମାନଙ୍କୁ ସ୍କିମ ୱାର୍କର(ଯୋଜନା ଭିତ୍ତିକ) ନୁହେଁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦିଅ -ଏଆଇଡିଏସ୍‌ଓ

ପ୍ରାଥମିକ ଶିକ୍ଷକମାନଙ୍କୁ ସ୍କିମ ୱାର୍କର(ଯୋଜନା ଭିତ୍ତିକ) ନୁହେଁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦିଅ -ଏଆଇଡିଏସ୍‌ଓ

Spread the love

Loading

ପ୍ରାଥମିକ ଶିକ୍ଷକମାନଙ୍କୁ ସ୍କିମ ୱାର୍କର(ଯୋଜନା ଭିତ୍ତିକ) ନୁହେଁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦିଅ -ଏଆଇଡିଏସ୍‌ଓ

ଭୁବନେଶ୍ୱର ତ ୨୪.୦୮ /- ନ୍ୟାସନାଲ କାଉନସିଲ ଫର୍ ଟିଚର୍ସ ଏଜୁକେସନ(ଏନସିଟିଇ) ଓ ସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ ତାରିଖ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ଜୁନିୟର ଟିଚର୍ସ(ସ୍କିମାଟିକ) ବା କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ) ଜିଲ୍ଲା ପରିଷଦ ଅଧିନରେ ଠିକା ନିଯୁକ୍ତି ପାଇବେ । କନିଷ୍ଠ ଶିକ୍ଷକମାନଙ୍କୁ ଜିଲ୍ଲା ପରିଷଦ ଅଧିନରେ ଯୋଜନା ଭିତ୍ତିରେ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାକୁ ଏଆଇଡିଏସ୍‌ଓ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏଆଇଡିଏସ୍‌ଓ ଓଡିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା ଓ ସଂପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଗତ ବର୍ଷ ଅକ୍ଟୋବର ୧୬ ତାରିଖ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ ହେଲା ବୋଲି ବିଜ୍ଞପ୍ତି ପ୍ରକାଶ କରି ପ୍ରସଂଶା ସାଉଁଟିବାରେ ଲାଗିଥିଲେ । ମାତ୍ର ଦଶ ମାସ ନ ପୁରୁଣୁ ନୂତନ ଉପାୟରେ ରାଜ୍ୟରେ ଠିକା ନିଯୁକ୍ତି କରିବା ପାଇଁ ଯୋଜନା କରିଛନ୍ତି । ନ୍ୟାସନାଲ କାଉନସିଲ ଫର୍ ଟିଚର୍ସ ଏଜୁକେସନ (ଏନସିଟିଇ) ଓ ସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ ତାରିଖ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ “ସମଗ୍ର ଶିକ୍ଷା ଯୋଜନା” ରେ ଜୁନିୟର ଟିଚର୍ସ(ସ୍କିମାଟିକ) ବା କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ) ଜିଲ୍ଲା ପରିଷଦ ଅଧିନରେ ଠିକା ନିଯୁକ୍ତି ହେବ ବୋଲି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସେମାନଙ୍କର ଚୁକ୍ତି ପ୍ରତିବର୍ଷ ନବୀକରଣ କରାଯିବ । ସେମାଙ୍କର ଦରମା ମଧ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମୟ ସମୟ ରେ ପରିବର୍ତ୍ତନ ହେବ । ଚୁଡାନ୍ତ ନିଯୁକ୍ତି ପ୍ରକ୍ରିୟା ଓ ଚୁକ୍ତି ନବୀକରଣରେ ଜିଲ୍ଲା ପରିଷଦ ହିଁ ଶେଷ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କୁହାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ଓ ଭିତ୍ତିଭୂମିର ଅଭାବ ଫଳରେ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଧ୍ୱଂସ ପ୍ରାୟ । ଏହାରି ସୁଯୋଗରେ ରାଜ୍ୟ ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ଆଧାରରେ ୧୪,୦୦୦ରୁ ଉର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପ୍ରକ୍ରିୟାକୁ ଗତ ବର୍ଷରୁ ଆରମ୍ଭ କରିଦେଇଛନ୍ତି । ପ୍ରାଥମିକ ଶିକ୍ଷାର ଏହି ଦୟନୀୟ ସ୍ଥିତି ସମୟରେ ସରକାରଙ୍କ ଯୋଜନା ଭିତ୍ତିକ ବା ଠିକା ଶିକ୍ଷକ ନିଯୁକ୍ତି ପ୍ରାଥମିକ ଶିକ୍ଷାକୁ ଆହୁରି ତଳିତଳାନ୍ତ କରିବ । ଚୁଡାନ୍ତ ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଲା ପରିଷଦ ହିଁ ଶେଷ ନିଷ୍ପତ୍ତି ନେବେ । ଯାହା ଫଳରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ହେବା ସହ ଉପଯୁକ୍ତ ପ୍ରାର୍ଥୀ ଚାକିରୀ ପାଇବାରୁ ବଂଚିତ ହେବେ । ଏହା ସହ ଜଣେ ଶିକ୍ଷକଙ୍କୁ ପ୍ରାୟ ନଅ ବର୍ଷ ଧରି ଯୋଜନା ଭିତ୍ତିକ ଓ ଠିକା ଭାବରେ ଜିଲ୍ଲା ପରିଷଦଙ୍କ ଦୟାରେ ଗୋତି ଖଟିବାକୁ ହେବ । ଅପର ପକ୍ଷରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ସମସ୍ତ ପରିଚାଳନାକୁ ପର୍ଯ୍ୟାୟ କ୍ରମେ ଜିଲ୍ଲା ପରିଷଦ ଓ ପଞ୍ଚାୟତିରାଜ କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ପ୍ରାଥମିକ ଶିକ୍ଷାର କବର ରଚନା କରିବ ବୋଲି ଏଆଇଡିଏସଓ ପକ୍ଷରୁ କୁହାଯାଇଛି । ଏଣୁ ଏହି ଶିକ୍ଷା ବିରୋଧୀ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ଶକ୍ତିଶାଳୀ ପ୍ରତିରୋଧ ଆନ୍ଦୋଳନ ସଂଗଠିତ କରିବା ପାଇଁ ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଆଶାୟୀ ଶିକ୍ଷକ ତଥା ସର୍ବସ୍ତରର ଜନଗଣଙ୍କୁ ଏଆଇଡିଏସଓ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Leave A Comment

All fields marked with an asterisk (*) are required