Search for:
  • Home/
  • ରାଜ୍ୟ/
  • ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ l

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ l

Spread the love

Loading

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ l

ଖୋର୍ଦ୍ଧା ତା 24/8 ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି l ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଏ. ଜି କାର୍ଯ୍ୟାଳୟର ଉପ ମହାଲେଖାକାର (ପେନସନ) ଏସ. ଅରୁଣା,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଅନୁସଚିବ ସୁବୋଧ କୁମାର ଦାସ, ବରିଷ୍ଠ ଲେଖାଧିକାରୀ ସରୋଜ କୁମାର ବେହେରା ଯୋଗଦେଇ ପେନସନ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ l ବିଭିନ୍ନ ବିଭାଗର ପେନସନ ମଞ୍ଜୁରକର୍ତ୍ତାମାନେ ଠିକ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ପେନସନ କାଗଜ ଠିକ ସମୟରେ ଏ. ଜି କାର୍ଯ୍ୟାଳୟକୁ ପଠାଉନଥିବାରୁ ପେନସନ ମଞ୍ଜୁରୀ ବିଳମ୍ବିତ ହେଉଥିବାରୁ ନିର୍ଦ୍ଦେଶକ ଶ୍ରୀ ଦାଶ ଅସନ୍ତୋଷ ପ୍ରକାଶ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଖୋର୍ଦ୍ଧା ଜିଲ୍ଲାରେ ପେନସନ ଓ ଗ୍ରାଚୁଇଟି ମଂଜୁର ହୋଇ ନ ଥିବା ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ପେନସନ କାଗଜ ପତ୍ର ସେପ୍ଟେମ୍ବର ମାସ 20 ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ l ଉପ ମହାଲେଖାକାର ଏସ. ଅରୁଣା ଅବସର ଦିନ ଯେପରି ଅବସରପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ପେନସନ, ଭବିଷ୍ୟନିଧି ପ୍ରାପ୍ୟ ପାଇପାରିବେ ତା ଉପରେ ପଦକ୍ଷେପ ନେବା ପାଇଁ ପ୍ରଧାନ ମହାଲେଖାକାର ନିର୍ଦ୍ଦେଶ ଦେଇଛନ୍ତି l ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ପେନସନ ମଞ୍ଜୁରକର୍ତ୍ତା ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ଓ ପୁରୁଣା ବ୍ୟବସ୍ଥା ବଦଳରେ
ଅକ୍ଟୋବର 1 ତାରିଖରୁ ଅନ ଲାଇନ ମାଧ୍ୟମରେ ପେନସନ ଆବେଦନ ଏ.ଜି କାର୍ଯ୍ୟାଳୟରେ ଗ୍ରହଣ କରାଯିବ ବୋଲି କହିଥିଲେ l ଡେପୁଟି କଲେକ୍ଟର ସୁବ୍ରତ ରଞ୍ଜନ ଶତପଥୀ ଏ. ଜି କାର୍ଯ୍ୟାଳୟ ପକ୍ଷରୁ ପେନସନରମାନଙ୍କ ଏଭଳି କଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ l ଏହି ପେନସନ ଅଦାଲତରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଗ୍ରାଚୁଇଟି ମଂଜୁର ହୋଇ ନଥିବା 2027 କେସ ଶୁଣାଣି ପାଇଁ ଉପସ୍ଥାପିତ ହୋଇଥିଲା l ଏହି ଅଦାଲତକୁ ବରିଷ୍ଠ ଲେଖାଧିକାରୀ ଦୁଃଶାସନ ନାୟକ, ପୁରୁଷୋତ୍ତମ ବଳ, ସହକାରୀ ଲେଖାଧିକାରୀ ସୁଦର୍ଶନ ସାହୁ, ଆଶୁତୋଷ ଦାଶ, ଶିବ ପ୍ରସାଦ ପଣ୍ଡା, ଚନ୍ଦ୍ର ଶେଖର ବେହେରା ପରିଚାଳନା କରିଥିଲେ l ଆସନ୍ତା କଟକ ଜିଲ୍ଲାସ୍ତରୀୟ ପେନସନ ଅଦାଲତ କଟକରେ 29 ତାରିଖରେ ଅନୁଷ୍ଠିତ ହେବ
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌
ଡରାଇ /ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ୟାମଳେନ୍ଦୁ ନାୟକ/ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସାମୟୀ‌ ଆଚାର୍ଯ୍ୟ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l

Leave A Comment

All fields marked with an asterisk (*) are required