Search for:

ଚନ୍ଦ୍ରାୟନ-୩ର ସଫଳ ଲ୍ୟାଣ୍ଡିଂ

Spread the love

Loading

ଚନ୍ଦ୍ରାୟନ-୩ର ସଫଳ ଲ୍ୟାଣ୍ଡିଂ

ସ୍ୱାଧୀନତାର ଅମୃତକାଳରେ ଐତିହାସିକ ମୁହୁର୍ତର ସାକ୍ଷୀ ହେଲୁ
: ମନମୋହନ ସାମଲ

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ଭାରତୀୟ ବୈଜ୍ଞାନିକମାନଙ୍କ ‘ଟିମ୍ ଓ୍‌ôାର୍କ’ ଆଜି ସମଗ୍ର ଭାରତବର୍ଷକୁ ବିଶ୍ୱ ଦରବାରରେ ଗୈାରାବାନ୍ୱିତ କରିଛି
 ‘ଟିମ୍ ଇସ୍ରୋ’ ଏବଂ ଦେଶର ବୈଜ୍ଞାନିକମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ
 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନ୍ତରିକ ଧନ୍ୟବାଦ୍ ଜ୍ଞାପନ

ଭୁବନେଶ୍ୱର, ତା.୨୩/୦୮: ଚନ୍ଦ୍ରପୃଷ୍ଟର ଦକ୍ଷିଣ ମେରୁରେ ପହଂଚିବାରେ ବିଶ୍ୱର ପ୍ରଥମ ଦେଶ ଭାବେ ଭାରତବର୍ଷ ଆଜି ଇତିହାସ ରଚିଛି । ଦେଶବାସୀଙ୍କ ସମସ୍ତ ଉତ୍କଂଠାର ଅନ୍ତ ଘଟାଇ “ଚନ୍ଦ୍ରାୟନ-୩” ସଫଳତାର ସହ ଚନ୍ଦ୍ର ପୃଷ୍ଟରେ ଅବତରଣ କରିଛି । ସମଗ୍ର ୧୪୦ କୋଟି ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୈାରବର ମୁହୁର୍ତ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣା, ପ୍ରୋତ୍ସାହନରେ ଭାରତୀୟ ବୈଜ୍ଞାନିକମାନଙ୍କ ‘ଟିମ୍ ଓ୍‌ôାର୍କ’ ଆଜି ସମଗ୍ର ଭାରତବର୍ଷକୁ ବିଶ୍ୱ ଦରବାରରେ ଗୈାରାବାନ୍ୱିତ କରିଛି । ସ୍ୱାଧୀନତାର ଅମୃତକାଳରେ ଏହି ଐତିହାସିକ ମୁହୁର୍ତର ଆମେ ସମସ୍ତେ ସାକ୍ଷୀ ହେଲୁ । ଚନ୍ଦ୍ରାୟନ-୩ ର ସଫଳତା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ‘ଟିମ୍ ଇସ୍ରୋ’ ଏବଂ ଦେଶର ବୈଜ୍ଞାନିକମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଆନ୍ତରିକ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

 

Leave A Comment

All fields marked with an asterisk (*) are required