Search for:
  • Home/
  • ରାଜ୍ୟ/
  • ଶିକ୍ଷାୟତନରେ ମଦର ଦୈାରାତ୍ମ୍ୟ

ଶିକ୍ଷାୟତନରେ ମଦର ଦୈାରାତ୍ମ୍ୟ

Spread the love

Loading

ଶିକ୍ଷାୟତନରେ ମଦର ଦୈାରାତ୍ମ୍ୟ

ଭୁବନେଶ୍ୱର:ଶିକ୍ଷକମାନଙ୍କ କାର୍ଯ୍ୟକଳାପର ପ୍ରଭାବ ଛାତ୍ରମାନଙ୍କ ଉପରେ ପଡିଥାଏ । ପୂର୍ବୋକ୍ତ ସମ୍ବାଦରୁ ଆମ ସମାଜର ସୃଜନଶୀଳ ଗୋଷ୍ଠୀର ଭବିଷ୍ୟତ ଜଳ ଜଳ ଦେଖାଯାଉଛି ।

ଏହି ସମ୍ବାଦ ପ୍ରକାଶିତ ହେବା ପରେ ଶିକ୍ଷାବିଭାଗ ଏକ ଉପର ଠାଉରିଆ ତଦନ୍ତ କରି ଅଧ୍ୟାପକମାନଙ୍କୁ ନିର୍ଦ୍ଦୋଷ ବୋଲି ରିପୋର୍ଟ ଦେଇଦେଲେଣି ।

ଏହାର ପ୍ରତିବାଦରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଆଜିର ଏହି ଭୂବନେଶ୍ୱର ଲୋୟର ପି.ଏମ.ଜି ଠାରେ ହୋଇଥିବା ବିକ୍ଷୋଭ ଜରିଆରେ ସର୍ବସାଧାରଣଙ୍କୁ ଏହି ସମସ୍ୟାକୁ ହାତକୁ ନେବାକୁ ନିବେଦନ କରୁଛି । କିଛି ଦିନ ତଳେ ସପ୍ତାହକ ମଧ୍ୟରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଶିକ୍ଷାୟତନରେ ମଦ୍ୟାସକ୍ତ ପ୍ରାଦୁର୍ଭାବ ଖବର ପରେ ପରେ ବିଦ୍ୟାଳୟର ଶିକ୍ଷକ ବିଦ୍ୟାଳୟ ମଧ୍ୟରେ ମଦ୍ୟପାନ କରୁଥିବା ଚିତ୍ର ସମ୍ବାଦପତ୍ର ମାନଙ୍କରେ ପ୍ରକାଶିତ ହୋଇଛି ।

ସରକାରଙ୍କ ନିଶାପ୍ରସାରଣ ନୀତି ଫଳରେ ରାଜ୍ୟର ଏଭଳି ସର୍ବନାଶୀ ପରିସ୍ଥିତି ସୃଷ୍ଟି ହେଲାଣି ଓ ସରକାରଙ୍କ ସବୁ ବିକାଶମୂଳକ କାର୍ଯ୍ୟର ସୁଫଳ ଚୂଲିକି ଯାଉଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜନସାଧାରଣଙ୍କ ଆର୍ଥିକସ୍ଥିତି ବିପନ୍ନ ହେଲାଣି ।
୧୯୫୬ ମସିହାରୁ ପଡିରହିଥିବା ଓରିଶା ପ୍ରୋହିବିସନ୍ ଆକ୍ଟକୁ ତୁରନ୍ତ କାର୍ଯ୍ୟକାରୀ କରାଗଲେ ହିଁ ରାଜ୍ୟର ଭବିଷ୍ୟତ ଏ ବିପଦରୁ ଉଧୁରିବ ।

ଏହି ପରିପ୍ରେକ୍ଷୀରେ ଓଡିଶାର ମାନ୍ୟବର ରାଜ୍ୟପାଳ ଯିଏକି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୂଳାଧିପତି ଭାବରେ ଅବସ୍ଥାପିତ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ଏବଂ ଗଣଶିକ୍ଷା ସଚିବଙ୍କୁ ଯଥାକ୍ରମେ ନକଲ ଦିଆଯିବା ସହିତ ବିହିତ ତ୍ୱରିତ ଦ୍ରୁଢ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରାଯାଇଛି ।

ସରକାରଙ୍କର ଏହି ବିଷୟକୁ ନେଇ ସକରାତ୍ମକ ପଦକ୍ଷେପକୁ ରାଜ୍ୟବାସୀ ତଥା ବିଶେଷକରି ଯୁବସମାଜ ଏବଂ ଛାତ୍ରଛାତ୍ରୀମାନେ ବହୁ ଉତ୍କଣ୍ଠାର ସହ ଅପେକ୍ଷା କରୁଛନ୍ତି । ଅନ୍ୟଥା ମିଳିତ ଓଡିଶା ନିଶାନିବାରଣ ଅଭିଯାନ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଜିଲ୍ଲା ଏବଂ ବ୍ଳକ ସ୍ତରରେ ଏହି ବିଷୟକୁ ନେଇ ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟହେବ ଏବଂ ଏଥିନିମନ୍ତେ ରାଜ୍ୟସରକାର,ପ୍ରଶାସନ ତଥା ଶିକ୍ଷାବିଭାଗ ପୂର୍ଣ୍ଣମାତ୍ରାରେ ଦାୟୀ ରହିବେ ।

ଆଜିର ଏହି କାର୍ଯ୍ୟକ୍ରମରେ ମୋନାର ସଭାପତି ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ ପଦ୍ମଚରଣ ନାୟକଙ୍କ ସହ ସର୍ବଶ୍ରୀ ଅର୍ଜ୍ଜୁନ ଚରଣ ସାମନ୍ତରାୟ, ଖଗେଶ୍ୱର ବଳ,କାହ୍ନୁଚରଣ ବେହୁରା,ରମାକାନ୍ତ ମଣ୍ଡଳ,ଅରୁଣ ସ୍ୱାଇଁ,ପିତାମ୍ବର ଭୂୟାଁ, ଶୁଭେନ୍ଦୁ ରାଉତରାୟ, ମଳୟ ତ୍ରିପାଠୀ, ଗିରିଜା ପ୍ରସାଦ ନାୟକ,ଇନ୍ଦୁମତୀ ସାହୁ,ଦୁଷ୍ମନ୍ତଜେନା,ନୀଳମଣୀ ମିଶ୍ର,ଦୁର୍ଗାପ୍ରସାଦ ଦାସ, ଦେବାଶିଷ ମହାପାତ୍ର, ଅପର୍ଣ୍ଣା ନାୟକ, କନକଲତା ଭଞ୍ଜ, ବାସନ୍ତୀ ଆଚାର୍ଯ୍ୟ, ସରୋଜ ମହାପାତ୍ର, ଆଦିତ୍ୟ ପ୍ରଧାନ,କୁଶଳେଶ୍ୱର ଡାଙ୍ଗ, ସତ୍ୟନାରାୟଣ ସାମନ୍ତସିଂହାର, ଜିତେନ୍ଦ୍ର ଦାସ, ଲକ୍ଷ୍ମିନାରାୟଣ ଆଚାର୍ଯ୍ୟ, ମଳୟ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Leave A Comment

All fields marked with an asterisk (*) are required