ଛାତ୍ରୀଙ୍କ ପରୀକ୍ଷା ଖାତାରେ ଲେଖି ଧରାପଡ଼ିଲେ ଅଧ୍ୟାପିକା, ଗିରଫ କଲା ପୁଲିସ
ଛାତ୍ରୀଙ୍କ ପରୀକ୍ଷା ଖାତାରେ ଲେଖି ଧରାପଡ଼ିଲେ ଅଧ୍ୟାପିକା, ଗିରଫ କଲା ପୁଲିସ
ଭୁବନେଶ୍ୱର:ଉଦଳା : ଛାତ୍ରୀଙ୍କ ପରୀକ୍ଷା ଖାତାରେ ଲେଖି ଧରାପଡ଼ିଲେ ଅଧ୍ୟାପିକା। ଗିରଫ କଲା ପୁଲିସ। ରାଢୋ ଲୁଇପା ଡିଗ୍ରୀ କଲେଜର ଓଡ଼ିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ ଅନୁପସ୍ଥିତ ଥିବା ଛାତ୍ରୀଙ୍କ ପରୀକ୍ଷା ଖାତା ଲେଖି ଗିରଫ ହୋଇଛନ୍ତି।
ସୂଚନାନୁଯାୟୀ, ଗତ ଜୁଲାଇ ୨୭ ତାରିଖରେ ଜୁଲୋଜି ବିଭାଗରେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଚାଲିଥିଲା। ଅଧ୍ୟାପିକା ତୁଳିକା ଆଶ ପରୀକ୍ଷା ଦେବାକୁ ଆସି ନଥିବା ଜଣେ ଛାତ୍ରୀଙ୍କ ଖାତାରେ ନିଜେ ଉତ୍ତର ଲେଖିବା ସହିତ ସେହି ଖାତାରେ ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କଲେଜର ପ୍ରିନ୍ସିପାଲ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପରେ ସେ ପ୍ରିନ୍ସିପାଲଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ। ପରେ ଏନେଇ ଉଦଳା ଥାନାରେ ପ୍ରିନ୍ସିପାଲ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଅଭିଯୁକ୍ତ ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରିଛି।