ବିଦ୍ୟୁତ୍ ଶ୍ରମିକଙ୍କ ଆନ୍ଦୋଳନ ପାଇଁ ସଜବାଜ।
ବିଦ୍ୟୁତ୍ ଶ୍ରମିକଙ୍କ ଆନ୍ଦୋଳନ ପାଇଁ ସଜବାଜ।
ଭୁବନେଶ୍ୱର:ଓଡିଶା ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଆଇ.ଟି.ଆଇ ଶ୍ରମିକ ଙ୍କ ଦରମାରେ ଥିବା ଅସଂଯତି ଦୁରକରିବା ପାଇଁ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ମହାସଂଘର ସଭାପତି ଶ୍ରୀ ସୁବାସ ସିଂହ ଙ୍କ ନେତୃତ୍ବରେ ମାନ୍ୟବର ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ ଦେବଙ୍କୁ ସାକ୍ଷାତ କରି ଓପିଟିସିଲ୍ ର ଏକତରଫା ମନମୁଖି କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଓପିଟିସିଲ୍ ର ମାନବ ସମ୍ବଳ ମୁଖ୍ୟ ଶ୍ରୀ ରଘୁନାଥ ପ୍ରତିହାରୀ ଙ୍କ ଉପସ୍ଥିତି ରେ ଅଭିଜ୍ଞତା ସମ୍ପନ୍ନ ଆଇ.ଟି.ଆଇ ଶ୍ରମିକଙ୍କ ଦରମାରେ ଥିବା ସମସ୍ତ ସମସ୍ୟା ଯଥା- ଜୁନିଅର ଟେକନିସିଆନ୍, ଟେକନିସିଆନ୍ ୩ ବର୍ଗର ଶ୍ରମିକଙ୍କୁ NE-6 ଗ୍ରେଡ୍ ରୈ ଥଇଥାନ୍, ଟେକନିସିଆନ୍ ୧କୁ NE -7 ଗ୍ରେଡ୍ ରେ ଥଇଥାନ, ଚାର୍ଜମ୍ୟାନ୍, ଫୋରମ୍ୟାନ୍ ଙ୍କୁ NE -8 ରେ ଥଇଥାନ ସହ କ୍ଳରୀକାଲ୍ ବର୍ଗର କର୍ମଚାରୀ ମାନଙ୍କ ବହୁତ ଦିନର ଦାବି,NE -7 ଗ୍ରେଡ୍ ରେ ଥିବା ୩୩୩୦ ଗ୍ରେଡ୍ ପେ କୁ ଉଚ୍ଛେଦ କରି ଅନ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ହସ ସମକକ୍ଷ କରିବା ଓ ବକେୟା ମଜୁରିକୁ ତୁରନ୍ତ ଲାଗୁକରିବା ପାଇଁ ସମସ୍ତ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଅମର ଯୁମର ପ୍ରତାପ ସିଂ ଏହା ଉପରେ ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଯଦି ପୂର୍ବପରି ଏହି ଦାବୀ ଗୁଡିକୁ ବିଚାରକୁ ନିଆନଯାଏ ତାହେଲେ ବିଦ୍ୟୁତ୍ କର୍ମଚାରୀ ମାନେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟହୈବେ।
ଏହି ଅବସରରେ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜୀବ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରିୟବ୍ରତ ନାୟକ, ଓପିଟିସିଲ୍ ସମ୍ପାଦକ ପ୍ରଭାକର ସତପଥି, ସଂଗଠନ ସମ୍ପାଦକ ଜ୍ଞାନରଞ୍ଜନ ରାଉତ, ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ବିଶ୍ଵାଳ, ଭୁବନେଶ୍ୱର ଡିଭିଜନ ସମ୍ପାଦକ ଲକ୍ଷ୍ମୀଧର ଦଳାଇ ଏବଂ ଗଙ୍ଗାଧର ନାଥ ପ୍ରମୁଖ ଉପସ୍ଥିତ ଥିଲେ।