ଗୁପ୍ତେଶ୍ଵର ପୀଠ ଦାନ ହୁଣ୍ଡିରୁ ଚୋରି
ଗୁପ୍ତେଶ୍ଵର ପୀଠ ଦାନ ହୁଣ୍ଡିରୁ ଚୋରି
ବୈପାରିଗୁଡା, ୧୮/୮(ସମିସ) : ଦକ୍ଷିଣ ଓଡିଶା ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ର ରେ ମାତିଛନ୍ତି ଦୃର୍ବତ l ଗୁପ୍ତେଶ୍ଵର ମନ୍ଦିର ତଳେ ଥିବା ଦାନ ହୁଣ୍ଡି ଭାଙ୍ଗି ଦାନ ଟଙ୍କାକୁ ଦୁବୃତ୍ତମାନେ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏବେ ଶ୍ରାବଣ ମାସ ଲାଗି ଗୁପ୍ତେଶ୍ୱର ର ରେ ବହୁ ଭକ୍ତ ଙ୍କ ସମାଗମ ହେଉଛି l ଗତ ସୋମବାର ଦିନ ବୋଲ ବମ ଭକ୍ତ ଙ୍କ ଠାରୁ ଦୁବୃତ୍ତ ମାନେ ମୋବାଇଲ ଚୋରି କରି ନେଇଥିଲେ l 8 ରୁ 10 ଭକ୍ତ ଙ୍କ ମୋବାଇଲ ଚୋରି ନେଇ ବୈପାରୀଗୁଡା ଥାନା ରେ ଅଭିଯୋଗ ହୋଇଥିଲା l ପୁଣି ଏବେ ଆଉ ଏକ ଚୋରି ନେଇ ସୂଚନା ରହିଛି l ମନ୍ଦିର ସମ୍ମୁଖରେ ଥିବା ମନ୍ଦିର ର ଦାନ ପାତ୍ର ବା ମନ୍ଦିର ହୁଣ୍ଡୀ ଦୃର୍ବତ ମାନେ ଚୋରି କରିଛନ୍ତି l ଆଜି ସକାଳେ ସ୍ଥାନୀୟ ଲୋକ ମନ୍ଦିର ସମ୍ମୁଖରେ ଥିବା ହୁଣ୍ଡୀ ର ଭଗ୍ନ ଅବସ୍ଥା ଦେଖିଥିଲେ ଏବଂ ସ୍ଥାନୀୟ ପୋଲିସ ଙ୍କୁ ସୂଚନା ଦେଇଛନ୍ତି l ତେବେ ଗୁପ୍ତେଶ୍ୱର ଭଳି ପବିତ୍ର ପୀଠ ରେ ଚୋରି ହେବା ଏବେ ସାଧାରଣ ରେ ଚର୍ଚ୍ଚା ପାଲଟିଛି l ଦାନ ପାତ୍ର ଟି ପୂର୍ବେ ମନ୍ଦିର ଉପରେ ରୋଖା ହୋଇଥିଲା କିନ୍ତୁ ସେଠାରେ ଦୁଇ ଥର ଚୋରି ହେବାରୁ ମନ୍ଦିର ତଳେ ସ୍ଥାପନ କରାଯାଇଥିଲା l ଏବେ ଶ୍ରାବଣ ମାସ ରେ ଭକ୍ତ ଙ୍କ ଭିଡ଼ ବହୁତ ହେଉଥିବାରୁ ଦୃର୍ବତ ମାନେ ହୁଣ୍ଡୀ ର ତାଲା ଭାଙ୍ଗି ଚୋରି କରି ନେଇଛନ୍ତି l ମୋବାଇଲ ଚୋରି ପରେ ଏବେ ହୁଣ୍ଡୀ ଚୁରି ହୋଇଥିବରୁ ସ୍ଥାନୀୟ ବାସିନ୍ଦା ଏହାକୁ ନିନ୍ଦା କରିବା ସହ ଅପରାଧୀ ତୁରନ୍ତ ଗିରଫ ସହ ଦଣ୍ଡ ଦେବାକୁ ଦାବି କରିଛନ୍ତି l