Search for:
  • Home/
  • ମହାନଗର/
  • ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

Spread the love

Loading

ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୧୪.୮ : ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ
ଏହାର ରକ୍ଷଣାବେକ୍ଷଣ, ରକ୍ତଦାନ ଶିବିରର ଆୟୋଜନ, ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ସ୍କୁଲ୍‌ରେ ମେଧାବୃତ୍ତି ପ୍ରଦାନ, ବନ୍ୟା, ବାତ୍ୟା ଓ କରୋନା ସମୟରେ ପୀଡ଼ିତ ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ ଓ ରନ୍ଧାଖାଦ୍ୟ ବଣ୍ଟନ,
ବିଭିନ୍ନ ଯୁବବର୍ଗଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ, ମାଇକ୍ରୋ
ପ୍ଲାଷ୍ଟିକ ଓ ପ୍ଲାଷ୍ଟିକର ଭୟାବହତା ବିରୁଦ୍ଧରେ ଜନସଚେତନତା ସୃଷ୍ଟି, ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଗରୀବ ଓ ଅଭାବୀ ଲୋକଙ୍କୁ ବସ୍ତ୍ର ବଣ୍ଟନ, ଦରିଦ୍ର, ନିଃସହାୟ ଝିଅମାନଙ୍କୁ ବିବାହ କରାଇବା ଆଦି କାର୍ଯ୍ୟ ସାମାଜିକ ଅନୁଷ୍ଠାନ ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମ ୨୦୦୮ ମସିହାରୁ କରି ଆସୁଅଛି ।
୨୦୧୭ ମସିହାରେ ଟ୍ରଷ୍ଟ ଆକ୍ଟ ଦ୍ୱାରା ପଞ୍ଜିକୃତ ହୋଇଥିବା
ଏହି ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମ ଅନୁଷ୍ଠାନର ଏକ
ପ୍ରତିନିଧି ଦଳଙ୍କୁ ସୋମବାର ମଧ୍ୟାହ୍ନରେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଶଂସା କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ ।ନିଜସ୍ୱ ଉଦ୍ୟମରେ ଓ ନିଜସ୍ୱ ଅର୍ଥରେ ଏଭଳି ମହତ୍‌ ସମାଜସେବା କାର୍ଯ୍ୟ କରୁଥିବା ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମକୁ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଥିଲେ । ଫୋରମ ତରଫରୁ ରାଜ୍ୟପାଳ ପ୍ରଫେସର ଲାଲଙ୍କୁ
ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଫୋରମର ଏକ ପୁସ୍ତିକାରେ ରାଜ୍ୟପାଳ ପ୍ରଫେସର ଲାଲ ଅନୁଷ୍ଠାନ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିଥିଲେ । ଏହିପ୍ରତିନିଧି ମଣ୍ଡଳୀରେ ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକପ୍ରଦ୍ୟୁମ୍ନ କୁମାର ମହାନ୍ତି, ଫୋରମର ସଭାପତି ସିଦ୍ଧାର୍ଥ ମିଶ୍ର, ସମ୍ପାଦକ ସନ୍ତୋଷ କୁମାର ଦାଶ, ସାଂଗଠନିକ ସମ୍ପାଦକ ପ୍ରଭାସ ରଞ୍ଜନ ଦାସ, ଦିପ୍ତୀରଞ୍ଜନ
ନାୟକ ଓ ଶଶିକାନ୍ତ ନାୟକ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required