ଭଗବାନ ଭରସାରେ କରଞ୍ଜିଆ ଉପଖଣ୍ଡ, ମାସକ ମଧ୍ୟରେ ୨୦୦ରୁ ଅଧିକ ଚୋରି
ଭଗବାନ ଭରସାରେ କରଞ୍ଜିଆ ଉପଖଣ୍ଡ, ମାସକ ମଧ୍ୟରେ ୨୦୦ରୁ ଅଧିକ ଚୋରି
ଭୁବନେଶ୍ୱର:କରଞ୍ଜିଆ,ଝରକା କାଟି ବଡ଼ ଧରଣର ଡକାୟତି ,ଲୁଟି ନେଲେ ୧୭ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଏବଂ ଟଙ୍କା । ଏପରି ଘଟଣା ସାମ୍ନାକୁ ଆସିଛି l
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଢ଼େଇ ଭୋଳ ବଜାର ନିକଟରେ ଥିବା ଏକ ଘରରୁ, ମୁଖ୍ୟ ବଜାର ଛକ ଏବଂ ଚଢେଇଭୋଳ ଫାଣ୍ଡି ନିକଟରୁ ମାତ୍ର ୧୦୦ ମିଟର ଦୂରତା ଥିବା ନୂରୂଲ ଇସଲାମ ନାମକ ବ୍ୟକ୍ତିଙ୍କ ଘର ଝରକା କାଟି ୧୭ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଗତକାଲି ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ବଡ଼ ଧରଣର ଡକାୟତି ହଇଛି । କରଞ୍ଜିଆ ପୁଲିସ ଖବର ପାଇ ଘଟଣା ସ୍ଥଲରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସନ୍ଧାନୀ କୁକୁର ଏବଂ ସାଇନଟିଫିକ ଦଳ ଦ୍ୱରା ତଦନ୍ତ କରିବ କରଞ୍ଜିଆ ପୁଲିସ । ଗତ ଏକ ମାସ ହବ କରଞ୍ଜିଆ ଥାନା ଏବଂ ଆଖ ପାଖ ଅଞ୍ଚଳରେ ବ୍ୟାପକ ଚୋରୀ,ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ଚୋର କୁ ଧରିବା ପାଇଁ ପୁଲିସକୁ ବଡ଼ ଚ୍ୟାଲେଞ୍ଚ ହୋଇଥିବା ବେଳେ କେବେଳ ସିସିଟିଭି ଫୁଟେଜ ଭରସାରେ କରଞ୍ଜିଆ ପୁଲିସ ,କରଞ୍ଜିଆ ବଜାର ଏବଂ ଆଖ ପାଖ ଅଞ୍ଚଳରେ ଏକ ମାସ ମଧ୍ୟରେ ୨୦ ରୁ ଅଧିକ ଜାଗାରେ ଚୋରି ହଇଥିଲେ ବି ବର୍ତ୍ତମାନ ସୁଦ୍ଧା ପୁଲିସ ହାତ ଖାଲି ।ସେହିପରି ଚୋରି ହୋଇଥିବା ଚଢେଇଭୋଳ ମୁଖ୍ୟ ବଜାର ଛକ ରେ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଓଟମେଟେଡ଼ ସିସିଟିଭି କ୍ୟାମ୍ପରା ଲଗା ଯାଇଥିଲେ ମଧ୍ୟ ତାହା ଗତ ଏକ ମାସ ହେଲାଣି ଅଚଳ ହଇ ପଡିବା ପୁଲିସ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି ।ଗତ ଏକ ମାସ ମଧ୍ୟରେ କରଞ୍ଜିଆ ଏବଂ ଆଖପାଖ ଅଞ୍ଚଳରେ ରାତି ଦିନ ପେଟ୍ରୋଲିଂ କରିବା ପାଇଁ ଗୋଟେ ପିସିଆର ଭ୍ୟାନ ଥିଲେ ମଧ୍ୟ ଏହାକୁ କେବଳ ଗାଡିଚେକିଂ ରେ ସୀମିତ କରି ଦେଇଛନ୍ତି ଯାହା ଫଳରେ ପେଟ୍ରୋଲିଂ ଠିକ ସେ ହେଉ ନ ଥିବା କାରଣରୁ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି ,ଚୋର ମାନେ ଖୋଲା ଚାଲେଞ୍ଜ ଦେଇ ଏବେ ଚୋରି କରିବାରେ ଲାଗିଛନ୍ତି ଏଥି ପାଇଁ ପୁଲିସର ମୁଣ୍ଡ ବ୍ୟଥାର କାରଣ ହେଲାଣି ,ତେବେ ଦେଖିବା ପାଇଁ ବାକି ରହିଲା ଏଇ ଘଟଣା ପରେ ପୁଲିସ କେତେ ତତ୍ପରତା ଦେଖାଉଛି ।