ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲ ରେ ଉତେଜନା
ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତେଜନା।
ଭୁବନେଶ୍ୱର:ଭଦ୍ରକ,; ଅପରେସନ ଟେବୁଲରେ ରୋଗୀ ମୃତ୍ୟୁ ହୋଇଥିବା କୁ ନେଇ ଉତେଜନା । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ର ଙ୍କର ଟ୍ୟୁମର ହୋଇଥିଲା । ସେଥିପାଇଁ ସେ ସାଳନ୍ଦୀ ହସ୍ପିଟାଲ ରେ ଅପରେସନ ପାଇଁ ଆଡ଼ମିସନ କରିଥିଲେ. । ଅପରେସନ ପାଇଁ ଗତ ବୁଧବାର ଦିନ ସେ ସାଳନ୍ଦୀ ହସ୍ପିଟାଲରେ ଆଡ଼ମିସନ କରିଥିଲେ । ଗତକାଲି ରାତିରେ ତାଙ୍କର ଅପେରସନ ହୋଇଥିଲା । ଅପରେସନ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ଆଜି ସକାଳୁ ଏହାକୁ ନେଇ ହସ୍ପିଟାଲ ରେ ତୀବ୍ର ଉତେଜନା ଦେଖା ଦେଇଥିଲା । ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଉତ୍ୟେକ୍ତ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି । ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ରୋଗୀର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଏହାକୁ ଡାକ୍ତରଖାନା କତୃପକ୍ଷ ଅସ୍ବୀକାର କରିଛନ୍ତି । ତେବେ ଏହାକୁ ସେଠାରେ ଉତେଜନା ପରିସ୍ଥିତି ଜାରି ରହିଛି ଓ ଟାଉନ ପୋଲିସ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।