ସୁର ଭାଇଙ୍କ ୮୦ତମ ଜନ୍ମ ଉତ୍ସବ
ସୁର ଭାଇଙ୍କ ୮୦ତମ ଜନ୍ମ ଉତ୍ସବ
ଭୁବନେଶ୍ୱର,/୮ : ବରିଷ୍ଠ କଂଗେସ ବିଧାୟକ ଜନମାନସରେ ପ୍ରତିଷ୍ଠିତ, ସମସ୍ତଙ୍କ ପ୍ରୀୟ ସୁର ଭାଇ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ମାଉସିମା ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ବିଏମ୍ସି ହସ୍ପିଟାଲ, ଜଟଣୀ ହସ୍ପିଟାଲରେ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ବଂଟନ, ମାଉସିମା ଛକଠାରେ ଭଜନ ସମାରୋହ ଓ ରକ୍ତଦାନ ଶିବିର କରାଯାଇଥିଲା । ସେହିପରି ରାମେଶ୍ୱର ପାର୍କଠାରେ ଏକ ବନ୍ଧୁ ମିଳନ ହେବା ସହ ରାତିରେ ମେଲୋଡି ଅନୁଷ୍ଠିତ ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀପତି, ଶିବାନନ୍ଦରାୟ, ମାନସ ଚୌଧୁରୀ, ମନୋରଞ୍ଜନ ଦାଶ, ରଶ୍ମୀ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ମେୟର ସୁଲୋଚନା ଦାସ, ବହୁ କର୍ପୋରେଟର, ବିଜେପି ନେତା ଅମିୟ ଦାଶ, ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶୋରୀ ପାଇକରାୟ, ସମ୍ବାଦିକ ସନତ ମିଶ୍ର, ଜୟନ୍ତୀ କମିଟି ସଭାପତି ଦିଲ୍ଲୀପ ମିଶ୍ର, ଆବାହକ ଜୟକୃଷ୍ଣ ମଲିଆ, ବିଷ୍ଣ ପ୍ରସାଦ ମୁଦୁଲି, ଡ. ଲିଙ୍ଗରାଜ ସାହୁଙ୍କ ସମେତ ୧୦ହଜାର ଲୋକ ସାମିଲ ହୋଇ ସୁର ଭାଇଙ୍କୁ ଶୁଭେଚ୍ଛା ଜଣାଇ ଦିର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।