ଆଫ୍ରିକାରୁ ବଳରାମଙ୍କ ମୃତଶରୀର ଭୁବନେଶ୍ଵରରୁ ଖଲିକୋଟ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର
ଆଫ୍ରିକାରୁ ଓଡ଼ିଶା ଫେରିଲା ବଳରାମଙ୍କ ମୃତଶରୀର
ଭୁବନେଶ୍ଵରରୁ ଖଲିକୋଟ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ଖଲିକୋଟ ସହରର ବାସିନ୍ଦା ବଳରାମ ପ୍ରଧାନ ଗତ ୧ବର୍ଷ ପୂର୍ବରୁ ଆଫ୍ରିକାସ୍ଥିତ ଇଥିଓପିଆରେ କାର୍ଯ୍ୟ କରୁଥିଲେ । ଗତ ଅଗଷ୍ଟ ୪ତାରିଖରେ ସେ ଡ୍ୟୁଟିରେ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ନିଜ କୋଠରୀକୁ ଫେରିଗଲେ ଏବଂ ତାଙ୍କ ସହକର୍ମୀଙ୍କ ସହାୟତାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ସେ ହୃଦ୍ଘାତ ହେତୁ ପରଦିନ ଅର୍ଥାତ ଅଗଷ୍ଟ ୫ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ହଠାତ୍, ବଳରାମଙ୍କ ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡ଼ିଥିଲେ ଓ ଶେଷଥର ପାଇଁ ଦେଖିବାକୁ ବ୍ୟାକୁଳ ହେଉଥିଲେ । ଇଥିଓପିଆରୁ ଭୁବନେଶ୍ୱର ସ୍ଥାନାନ୍ତର କରିବା ପାଇଁ କମ୍ପାନୀ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲା। କିନ୍ତୁ ଭୁବନେଶ୍ୱରରୁ ଖଲିକୋଟସ୍ଥିତ ନିଜ ଗ୍ରାମକୁ ମୃତଦେହ ସ୍ଥାନାନ୍ତର କରିବା ପାଇଁ ପରିବାରବର୍ଗ ସ୍ଥାନୀୟ ବିଧାୟକ ଶ୍ରୀମତି ସୂର୍ଯ୍ୟମଣି ବୈଦ୍ୟଙ୍କର ସହାୟତା ଲୋଡ଼ିଥିଲେ । ଶ୍ରୀମତି ବୈଦ୍ୟ ଖବର ପାଇବା ପରେ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା- ମୋ ପରିବାର ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ମୃତଦେହକୁ ନିଜ ବାସଭବନକୁ ସ୍ଥାନାନ୍ତର କରାଯାଇଥିଲା । ଏହି ସମୟରେ ବିଜୁ ଜନତା ଦଳର ସମ୍ପାଦକ(ଓଡ଼ିଶା-ମୋ ପରିବାର) ଶ୍ରୀ ଦୁର୍ଗା ସାମନ୍ତରାୟ, ଶ୍ରୀ ସୁବାସ ପାତ୍ର ଓ ମୀରା ପରିଡ଼ା ଏବଂ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।