Search for:
  • Home/
  • ରାଜ୍ୟ/
  • ରାଜ୍ୟ ସଭାପତିଙ୍କ ଭଦ୍ରକ-ଚାନ୍ଦବାଲି ଅଂଚଳର ବନ୍ୟାସ୍ଥିତି ପରିଦର୍ଶନ

ରାଜ୍ୟ ସଭାପତିଙ୍କ ଭଦ୍ରକ-ଚାନ୍ଦବାଲି ଅଂଚଳର ବନ୍ୟାସ୍ଥିତି ପରିଦର୍ଶନ

Spread the love

Loading

ରାଜ୍ୟ ସଭାପତିଙ୍କ ଭଦ୍ରକ-ଚାନ୍ଦବାଲି ଅଂଚଳର ବନ୍ୟାସ୍ଥିତି ପରିଦର୍ଶନ

ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଅନ୍ତୁ
ରାଜ୍ୟ ସରକାର: ମନମୋହନ ସାମଲ

 ବର୍ତମାନ ସୁଦ୍ଧା ବନ୍ୟା ପ୍ରପୀଡିତଙ୍କ ପାଖରେ ‘ରିଲିଫ୍‌’ ପହଂଚି ନାହିଁ
 ଜଳସ୍ତର ହ୍ରାସ ପାଇଛି, କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ବନ୍ୟା ପରବର୍ତୀ ସମସ୍ୟା ଲାଗିରହିଛି
 ରାଜ୍ୟ ସରକାର ଓ ପ୍ରଶାସନ ତୁରନ୍ତ ବନ୍ୟାଚଂଳରେ ରିଲିଫ ଓ ଗୋଖାଦ୍ୟ ସାମଗ୍ରୀ ପହଂଚାଇବାର ବନ୍ଦୋବସ୍ତ କରନ୍ତୁ

ଭୁବନେଶ୍ୱର /ଭଦ୍ରକ,ତା.୦୯/୦୮: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟା ଜଳ ହ୍ରାସ ପାଇଥିଲେ ବି ଲୋକଙ୍କ ସମସ୍ୟା ଲାଗିରହିଛି । ଏଯାଏଁ ଲୋକଙ୍କ ପାଖରେ ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ପହଂଚି ନାହିଁ । ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ଏବଂ ଗୃହପାଳିତ ପଶୁମାନଙ୍କ ପାଇଁ ଗୋଖାଦ୍ୟ ପହଂଚି ନାହିଁ । ବର୍ତମାନ ସୁଦ୍ଧା ସରକାରୀ ଅଧିକାରୀ ଏହି ଅଂଚଳକୁ ଆସିନାହାଁନ୍ତି । ବନ୍ୟାରେ ସାଧାରଣ ଲୋକ ଡହଳ ବିକଳ ହେଉଥିଲେ ବି ଏ ନେଇ ପ୍ରଶାସନର କୌଣସି ତତ୍ପରତା ନାହିଁ । ବନ୍ୟାଚଂଳରେ ପାଣି ଜମି ରହି ହଜାର ହଜାର ହେକ୍ଟର ଫସଲ ସଂପୂର୍ଣ୍ଣ ନଷ୍ଟ ହୋଯାଇଛି । ବନ୍ୟା ଜଳ ନିଷ୍କାଷନ ପାଇଁ ପ୍ରଶାସନର କୈାଣସି ବ୍ୟବସ୍ଥା ନାହିଁ । ଜଳବନ୍ଦୀରେ ବହୁ ବହୁ ଲୋକ ଫସି ରହିଥିବାବେଳେ ପ୍ରଚୁର ପରିମାଣରେ ଚାଷ ଓ ପଶୁ ସଂପଦ ନଷ୍ଟ ହୋଇଛି । ଯଦିଓ ଜଳସ୍ତର ହ୍ରାସ ପାଇଛି, କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ବନ୍ୟା ପରବର୍ତୀ ସମସ୍ୟା ଲାଗିରହିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ମାଧପୁର ପଂଚାୟତ ଅନ୍ତର୍ଗତ ମଧୁପୁର, ଅଣଖାସାହି, କଣ୍ଡିଆସାହି ଗ୍ରାମକୁ ଯାଇ ସାଧାରଣ ଲୋକ ଓ ଚାଷୀଙ୍କ ସହ ଆଲୋଚନା କରିବା ସହିତ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ।
ଏହି ବନ୍ୟା ମନୁଷ୍ୟକୃତ ଅଟେ । ଜାଣି ଶୁଣି ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି କରାଯାଇଛି । ଏହା ଦ୍ୱାରା ବ୍ୟାପକ ଅଂଚଳ ଜଳମଗ୍ନ ହୋଇ ବହୁ କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାର ଓ ପ୍ରଶାସନ ତୁରନ୍ତ ବନ୍ୟାଚଂଳରେ ରିଲିଫ ସାମଗ୍ରୀ, ଖାଦ୍ୟ ସାମଗ୍ରୀ ଆଦି ପହଂଚାବାର ବନ୍ଦୋବସ୍ତ କରନ୍ତୁ ଓ ଚାଷୀମାନଙ୍କୁ ତୁରନ୍ତ ସେମାନଙ୍କ କ୍ଷତିପୂରଣ ଟଙ୍କା ଦିଅନ୍ତୁ । ଏଥିସହ ଚାଷୀମାନଙ୍କୁ ଆଗାମୀ ଫସଲ ପାଇଁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବା ଉଚିତ୍ ବୋଲି ଶ୍ରୀ ସାମଲ କହିଛନ୍ତି ।

 

Leave A Comment

All fields marked with an asterisk (*) are required