Search for:
  • Home/
  • ମହାନଗର/
  • ସର୍ବ ସାଧାରଣରେ ମଦ୍ୟ ପାନ କରୁଥିବା ବ୍ୟକ୍ତିମାନଙ୍କୁ କାବୁ କରାଯାଇ ସେମାନଙ୍କ ନିକଟରୁ ଜୋରିମାନା ଆଦାୟ

ସର୍ବ ସାଧାରଣରେ ମଦ୍ୟ ପାନ କରୁଥିବା ବ୍ୟକ୍ତିମାନଙ୍କୁ କାବୁ କରାଯାଇ ସେମାନଙ୍କ ନିକଟରୁ ଜୋରିମାନା ଆଦାୟ

Spread the love

Loading

ଭୁବନେଶ୍ୱର:ଭୁବନେଶ୍ୱର ସହରାଞ୍ଚଳରେ ବିଭିନ୍ନ ଥାନା ପକ୍ଷରୁ “SAFE CITY DRIVE” ଅଭିଯାନ ଜାରି ରହିଛି । ଏହି ଧରପଗଡ ଅଭିଯାନ କ୍ରମରେ Odisha Urban Police Act ଅନୁସାରେ ସର୍ବ ସାଧାରଣରେ ମଦ୍ୟ ପାନ କରୁଥିବା ବ୍ୟକ୍ତିମାନଙ୍କୁ କାବୁ କରାଯାଇ ସେମାନଙ୍କ ନିକଟରୁ ଜୋରିମାନା ଆଦାୟ କରାଯିବା ସାଙ୍ଗକୁ ଜନସଚେତନତା କରାଯାଉଅଛି ।

ଗତ ଜୁଲାଇ ମାସ ତା.୦୧.୦୭.୨୦୨୩ ରିଖରୁ ତା.୩୧.୦୭.୨୦୨୩ ରିଖ ମଧ୍ୟରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସର ବିଭିନ୍ନ ଥାନା ପକ୍ଷରୁ ସର୍ବ ସାଧାରଣରେ ମଦ୍ୟ ପାନ କରୁଥିବା ମୋଟ ୪୧୫୬ ଜଣ ବ୍ୟକ୍ତିବିଶେଷଙ୍କ ନିକଟରୁ ସହରାଞ୍ଚଳ ପୁଲିସ ଆଇନ ଆଧାରରେ ସମୁଦାୟ ୨୦,୯୯,୧୦୦ଟଙ୍କା ଫାଇନ ଆଦାୟ କରାଯାଇପାରିଛି । ସେଥିମଧ୍ୟରୁ ଖାରବେଳନଗର ଥାନା ସର୍ବାଧିକ ୫୨୬ ଜଣ ଆଇନ ଉଲଂଘନ କାରୀଙ୍କ ଠାରୁ ସମୁଦାୟ ୨,୬୩,୫୦୦ ଟଙ୍କା ତଣ୍ଡ ଆଦାୟ କରିଥିବା ବେଳେ ମୈତ୍ରୀବିହାର ଥାନା ୩୨୬ ଜଣଙ୍କ ନିକଟରୁ ୧,୬୪,୧୦୦ ଟଙ୍କା, ଶହୀଦନଗର ଥାନା ୩୧୮ ଜଣଙ୍କ ଠାରୁ ୧,୫୯,୫୦୦ଟଙ୍କା ତଥା ବଡଗଡ ଥାନା ୨୬୪ ଜଣଙ୍କ ନିକଟରୁ ୧,୩୨,୦୦୦ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ସୂଚନାଯୋଗ୍ୟ ଯେ ଜୁନ ମାସରେ ଏହି କ୍ରମରେ ୪୧୯୧ ଜଣ ସର୍ବ ସାଧାରଣରେ ମଦ୍ୟ ପାନ କରୁଥିବା ଆଇନ ଉଲଂଘନ କାରୀଙ୍କ ଠାରୁ ସମୁଦାୟ ୨୦,୯୬,୦୦୦ଟଙ୍କା ଜୋରିମାନା ଆଦାୟ କରାଯାଇପାରିଛି।

ଭୁବନେଶ୍ବରସହରାଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ତଥା ସହରକୁ ସୁରକ୍ଷିତ ରଖିବା ପାଇଁ “ସେଫ ସିଟି ଡ୍ରାଇଭ” ଅଧୀନରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚାଲୁଥିବା ଖଟି, ସର୍ବସାଧାରଣରେ ନିଶାଦ୍ରବ୍ୟ କରୁଥିବା ଅସାମାଜିକ ବ୍ୟକ୍ତିବିଶେଷ ମାନଙ୍କୁ ନିୟମିତ ଭାବରେ ତଦାରଖ କରାଯାଉଛି । କମିଶନରେଟ ପୁଲିସ ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ଭୁବନେଶ୍ବରବାସୀଙ୍କ ସୁରକ୍ଷା ଦିଗରେ ମଧ୍ୟ ଯତ୍ନବାନ ଅଛି ।

 ଜନସାଧାରଣମାନେ ବେଆଇନ ନିଶା କାରବାର କିମ୍ବା ଅପରାଧିକ କାର୍ଯ୍ୟକଳାପର ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି । ସୂଚନା ପ୍ରଦାନକାରୀଙ୍କ ତଥ୍ୟ ସର୍ବଦା ଗୋପନ ରଖାଯିବ ।

Leave A Comment

All fields marked with an asterisk (*) are required