ସରକାରୀ ପାଚେରୀ ଭାଙ୍ଗିଲେ ସ୍ଥାନୀୟ ଗ୍ରାମବାସୀ
ସରକାରୀ ପାଚେରୀ ଭାଙ୍ଗିଲେ ସ୍ଥାନୀୟ ଗ୍ରାମବାସୀ
ଭୁବନେଶ୍ୱର ତା. ୩.୮- ଚନ୍ଦକା, କଂଟାବାଡ଼, ଜାମୁଝରି, ମେଣ୍ଢାଶାଳ,
ଗିରିଙ୍ଗାପୁଟ, ତମାଣ୍ଡୋ ଏବଂ ଛତାବର ଗ୍ରାମ ଗୁଡ଼ିକର ମଶାଣି,
ଖେଳପଡ଼ିଆ, ମେଳଣ ପଡ଼ିଆ ଓ ଚାଷଜମିକୁ ଯିବା ରାସ୍ତା
ଗୁଡ଼ିକୁ ସରକାର ଇଡକୋ ଜରିଆରେ ଜବରଦଖଲ କରି ପାଚେରୀ
କରାଇଛନ୍ତି । ଏହାକୁ ବିରୋଧ କରି ଆଜି ବିଧାୟକ ସୁରେଶ କୁମାର
ରାଉତରାୟଙ୍କ ନେତୃତ୍ୱରେ ଛତାବର ଓ ଉପରୋକ୍ତ ଅଂଚଳର ଜନସାଧାରଣ
ଏକତ୍ର ହୋଇ ଜେସିବି ଦ୍ୱାରା ଉକ୍ତ ପାଚେରୀକୁ ଭାଙ୍ଗିଥିଲେ । ସରକାର
ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ମଶାଣି, ରାସ୍ତା, ମେଳଣ
ପଡ଼ିଆ ଓ ଖେଳ ପଡ଼ିଆ ଇତ୍ୟାଦିକୁ ବାଦ ଦେଇ ଅନ୍ୟତ୍ର ଜମି ନେଲେ
ଆମର କୌଣସି ଆପତି ନାହିଁ ବୋଲି ଶ୍ରୀ ରାଉତରାୟ ପ୍ରକାଶ
କରିଛନ୍ତି । ଏହି କାର୍ଯ୍ୟ ସମୟରେ ଘଟଣା ସ୍ଥଳରେ ଏସଡିଓ,
ତହସିଲଦାର,ଏସିପି, ଚନ୍ଦକା ଆଇଆଇସି, ଇନଫୋସିସ୍ ଭ୍ୟାଲି ଓ
ଫୋର୍ସମାନେ ଉପସ୍ଥିତ ଥିଲେ । ସରକାର ଆପୋଷ ସମାଧାନ ହୋଇ ଜାଗା
ପରିବର୍ତନ କରିବାପାଇଁ ସ୍ଥିର କରିଛନ୍ତି ବୋଲି ଶ୍ରୀ ରାଉତରାୟ
ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକୁ ସ୍ଥାନୀୟ ଅଧିବାସୀ ଦିବାକର
ବେହେରା, ଧନେଶ୍ୱର ରାଉତରାୟ, ପୂର୍ଣ୍ଣଚନ୍ଦ୍ର ମହାକୁଡ଼, ରତ୍ନାକର
ବେହେରା, ଶରତ ସାମନ୍ତରାୟ, ନିତ୍ୟାନନ୍ଦ ବେହେରା ଓ ରାହାସ ବେହେରା ପ୍ରଭୃତି
ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।