୧୮ ଦିନ ପରେ ଖୋଲିଲା ମାର୍କେଟ ବିଲଡିଙ୍ଗ, ୧୦୦ କୋଟିରୁ ଉର୍ଧ୍ଵ କ୍ଷତି ସହିଛନ୍ତି ବ୍ୟବସାୟୀ
୧୮ ଦିନ ପରେ ଖୋଲିଲା ମାର୍କେଟ ବିଲଡିଙ୍ଗ, ୧୦୦ କୋଟିରୁ ଉର୍ଧ୍ଵ କ୍ଷତି ସହିଛନ୍ତି ବ୍ୟବସାୟୀ
ଭୁବନେଶ୍ୱର:୧୮ ଦିନ ପରେ ଖୋଲିଲା ମାର୍କେଟ ବିଲଡିଙ୍ଗ। ଦୀର୍ଘଦିନର ବାଦ ବିବାଦ ପରେ ଖୋଲିଛି ମାର୍କେଟ। ଗ୍ରାହକଙ୍କ ୧୭ ଦିନର ଅପେକ୍ଷା ପରେ ଆଜିଠାରୁ ପୁଣି ଖୋଲିଲା ଓଡିଶାର ସବୁଠାରୁ ବଡ଼ ଖୋଲା ବଜାର ମାର୍କେଟ ବିଲଡିଙ୍ଗ। ବିଏମ୍ସିର ଲିଖିତ ପ୍ରତିଶ୍ରୁତି ପରେ ଦୋକାନ ଖୋଲିଲେ ମାର୍କେଟ ବିଲଡିଙ୍ଗ ବ୍ୟବସାୟୀ। ବିଏମସି କମିସନରଙ୍କ ଲିଖିତ ପ୍ରତିଶୃତି ଅର୍ଥାତ ଉଭୟଙ୍କ ମଧ୍ୟରେ ବିଭିନ୍ନଦିଗକୁ ନେଇ ହୋଇଥିବା ଚୁକ୍ତି ପରେ ମାର୍କେଟ ଖୋଲିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛି
ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନ। ୫୦୦ ଦୋକାନୀ ଵ୍ୟଵସାୟ କରୁଥିବା ସୂଚନା
ଚୁକ୍ତି ଅନୁସାରେ ୮ ଦଫା ଦାବି ରହିଥିବା ବେଳେ ଏଣିକି ମାର୍କେଟ ବିଲଡିଙ୍ଗ ରେ ଆଉ କେହି ଉଠାଦୋକାନୀ ଜୋରଜବରଦସ୍ତ ବସିପାରିବେ ନାହିଁ। କୌଣସି ବି ଫାଟକ ସମୁଖରେ ବି ବସିପାରିବେ ନାହିଁ। ଉଛେଦ ପ୍ରକ୍ରିୟା ସଠିକ ଢଙ୍ଗରେ ହେବ। ପୁରା ମାର୍କେଟ କୁ ଆଲୋକୀକରଣ କରି ସରସ ସୁନ୍ଦର କରିବୁ ପରିମଳ ବ୍ୟବସ୍ଥାକୁ ଠିକ ରଖିବୁ। କାରଣ ମାର୍କେଟ ପୂର୍ବରୁ ସୌନ୍ଦର୍ଯ୍ୟକରଣ ହୋଇ ରହିଥିବା ବି ବେଳେ ବିଭିନ୍ନ କାରଣକୁ ନେଇ କାଳକ୍ରମେ ଏଠାରେ ଉଠାଦୋକାନୀଙ୍କ ସଂଖ୍ୟା ବଢିବା ପରେ ଏହାର ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଗଲା। ମାର୍କେଟ ର ସୁରକ୍ଷାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କିଛି ଅସାମାଜିକ ଲୋକ ଏଠାରେ ଅପରାଧିକ କାର୍ଯ୍ୟ କଳାପ ମଧ୍ୟ ଘଟାଇଥିଲେ ନିଜର ଆଧିପତ୍ୟ ଜମାଇ । ଏହାସହ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ରହିବେ ଯେଉଁମାନେ ଜୋରଜବରଦସ୍ତ ବସିବେ ସେମାନଙ୍କୁ ଉଠାଇବେ। ଆବଶ୍ୟକ ସ୍ଥଳେ ଆମେ ସେହି ଲୋକଙ୍କ ବିରୋଧରେ ମଧ୍ୟ କେଶ କରିବୁ। ମୋଟାମୋଟି ଭବେ ବିଏମ୍ସି ସହ ମିଶି ଆମେ ମାର୍କେଟ ବିଲଡିଙ୍ଗ ର ସୌଦର୍ଯ୍ୟ କରଣ କରିବୁ। ଯାହା ଗ୍ରାହକ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା । ଏଥିସବୁ କାର୍ଯ୍ୟକୁ ତ୍ଵରାନିତ୍ଵ କରିବା ପାଇଁ ଏକ କର କମିଟି ରହିବ ସେମାନେ ପୁରା ବ୍ୟବସ୍ଥାକୁ ତ୍ଵରାନିତ୍ଵ କରିବ ବୋଲି କହିଛି ଆସ ଆସୋସିଏସନ ।ତେଣୁ ଏହାର ସୁରକ୍ଷାକୁ ନେଇ ୬ ମାସ ହେବ ଉଠାଦୋକାନୀଙ୍କୁ ଉଠାଇବା ପାଇଁ ଦାବି କରିଥିବା ବେଳେ ୧୮ ଦିନ ଧରି ଧାରଣାରେ ବସିଥିଲୁ । ଶେଷରେ ବିଏମ୍ସି ମେୟର ଓ କମିଶନର ଆମ କଥା ଶୁଣିଛନ୍ତି ଆଉ ଏକ ଶୃଙ୍ଖଳା ଭିତରେ ରହି ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ୫ ବର୍ଷ ଯାଏ ଏହି ଚୁକ୍ତି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନ ଦାୟିତ୍ୱରେ ରହିବ।
ତେବେ ୧୭ ଦିନର ଧାରଣା ପରେ ଆଜି ୧୮ ଦିନରେ ଖୋଲିଲା ୟୁନିଟ୍- ୨ ମାର୍କଟ ବିଲ୍ଡିଂ। ମାର୍କେଟ ବିଲ୍ଡିଂ ଭିତରେ ରହିଥିବା ସମସ୍ତ ରେଡିମେଡ୍ ଦୋକାନ ସହ ବଡ ବଡ ଖୋଲିସାରିଥିବା ବେଳେ ସୋରୁମ ଗୁଡିକ ମଧ୍ୟ ଖୋଲିଛି। ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନର ଏକ ୬ଜଣିଆ ପ୍ରତିନିଧି ଦଳ ଏବେ ବିଏମସି କମିଶନରଙ୍କ ସହ ବିଏମସି କାର୍ଯ୍ୟାଳୟରେ ଆଲୋଚନା ପରେ ଏଭଳି ନିଷ୍ପତି ନିଆଯାଇଛି । ଏଥିସହ ଏତେ ଦିନ ଧରି ସମାଧାନ ନ ମିଳିବାରୁ ପେଟ ପାଟଣାକୁ ବଞ୍ଚାଇ ରଖିବାକୁ ଯାଇ ବିଏମ୍ସିର ପ୍ରତିଶୃତି ପରେ ଦୋକାନ ଖୋଲିଥିବା କହିଛନ୍ତି କିଛି ସ୍ଥାୟୀ ବ୍ୟବସାୟୀ।
ଅନ୍ୟପଟେ ଦୀର୍ଘ ଦିନ ପରେ ଦୋକାନଗୁଡିକ ଖୋଲିଥିବାରୁ ଉଭୟ ବ୍ୟବସାୟୀ ଏବଂ ଗ୍ରାହକଙ୍କ ଖୁସୀ ଥିବା ବେଳେ ଚିନ୍ତା ବଢ଼ାଇଛି ଉଠା ଦୋକାନୀଙ୍କ ପ୍ରତିକ୍ରିୟା। ଉଠା ଦୋକାନୀଙ୍କ ମତ ଅନୁଯାୟୀ ଆମ ପାଖରେ ପ୍ରମାଣ ଅଛି ଆମେ ହାଇକୋର୍ଟ ର ନିର୍ଦେଶ ରଖିଛୁ କିଛି ବି ହେଇଯାଉ ଆମେ ଏଠାରେ ବ୍ୟବସାୟ କରିବୁ। ଆଉ ଏଇଠାରେ ହିଁ ପୂର୍ବରୁ ବ୍ୟବସାୟ କରୁଥିଲୁ ଏବେ ବି କରିବୁ। ସେହିପରି ଏତେଦିନ ପରେ ମାର୍କେଟ ବିଲଡିଂ ଖୋଲିବା ସହ ସ୍ୱାଭାବିକ ହୋଇଥିବା ବେଳେ ବେଳେ ଗ୍ରାହକଙ୍କ ମାନେ ଦୋକାନରୁ ଜିନିଷ କିଣିନେଉଥିବା ଦେଖିବାକୁ ମିଳିଥିଲା। ତେଣୁ ସେମାନଙ୍କ ମତ ଅନୁଯାୟୀ ଆବଶ୍ୟକ ମୁତାବକ ଆମେ କେବେ ଉଠା ଦୋକାନୀ ଙ୍କ ଠାରୁ ଜିନିଷ କିଣୁ ତ କେବେ ମଲ ରୁ କିଣୁ। କାରଣ ଏହି ମାର୍କେଟ ରେ ସବୁ ବର୍ଗର ସବୁ ଉତ୍ସବ ପାଇଁ ମନ ପସନ୍ଦର ଜିନିଷ ସବୁ ବର୍ଗର ଲୋକଙ୍କୁ ସୁହାଇବା ଭଳି ଦାମରେ ଜିନିଷ ମିଳିଥାଏ ତେଣୁ ଓଡ଼ିଶାର କୋଣ ଅନୁକୋଣରୁ ଏଠାକୁ ଲୋକ ଆସିଥାନ୍ତି। ଏହାକୁ ନଜରରେ ରଖି ଉଭୟଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଉ। ଏସବୁ ମଧ୍ୟରେ ସମସ୍ତଙ୍କ ର କେବଳ ବିଏମସିର ନିଷ୍ପତ୍ତି ଉପରେ ରହିଛି ନଜର ଯେ କେବେ ସମ୍ପୂର୍ଣ୍ଣ ରୂପେ ତୁଟିବ ବିବାଦ ଓ ପୂର୍ବ ପରି ସ୍ୱାଭାବିକ ଭାବେ ପରିଚାଳିତ ହେବ ସମସ୍ତ ବ୍ୟବସାୟ ତାହା ଉପରେ ସମସ୍ତଙ୍କ ନଜର।
ଏଠାରେ ସୂଚନା ଥାଉକି ଅସ୍ଥାୟୀ ବ୍ୟବସାୟୀ ଙ୍କୁ ମାର୍କେଟ ବିଲଡିଙ୍ଗ ଭିତରେ ବା ସୋ ରୁମ ସମ୍ମୁଖରେ ବେପାର ନ କରିବାକୁ ନେଇ ଦିର୍ଘଦିନରୁ ଲାଗିରହିଥିଲା ସ୍ଥାୟୀ ଅସ୍ଥାୟୀ ବିବାଦ। ଏହାର ସମଧାନକୁ ନେଇ ଉଭୟ ଧାରଣାରେ ବସିରହାଇଥୁବା ବେଳେ ବିଏମ୍ସିର ହସ୍ତକ୍ଷେପ ଲୋଡିଥିଲେ। ଜୁଲାଇ ୧୭ ତାରିଖରୁ ଦୀର୍ଘ ୨୦ ଦିନ ହୋଇଯିବ ସମସ୍ୟାର ବାହାରି ପାରୁନି ସ୍ଥାୟୀ ନିଷ୍କର୍ସ। ଏହାକୁ ନେଇ ଉଭୟ ବ୍ୟବସାୟୀ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।