Search for:
  • Home/
  • ରାଜ୍ୟ/
  • ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା।

ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା।

Spread the love

Loading

ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା: ଆସିପାରେ ବଡ଼ ବନ୍ୟା

ଭୁବନେଶ୍ୱର:ଭଦ୍ରକ,୨।୮:* ଗତ୨୪ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଗତ ଦୁଇଦିନ ହେବ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଛି। ବ୍ଲକର ଖାଲୁଆ ଅଞ୍ଚଳରେ ବର୍ଷା ଜଳ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ନଦୀରେ ବନ୍ୟା ଆସିଲେ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ବୈତରଣୀ ନଦୀର ଉପର ମୁଣ୍ଡ ଠାକୁରମୁଣ୍ଡା ଠାରେ ସର୍ବାଧିକ ୨୬୪.୪ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି କେନ୍ଦୁଝର ଠାରେ ୧୪୪.୮, ଚମ୍ପୁଆ ଠାରେ ୧୧୧.୪, ସ୍ଵାମପାଟଣା ଠାରେ ୧୭୦.୨, ଆନନ୍ଦପୁର ଠାରେ ୯୬.୨ ଓ ଆଖୁଆପଦାଠାରେ ୬୮.୮ମିମି ବର୍ଷା ରେକର୍ଡ କରାଯାଇଛି। ଉପରୋକ୍ତ ବର୍ଷା ତଥ୍ୟ ଅନୁଯାୟୀ ବୈତରଣୀ ଅବବହୁକରେ ଏକ ବଡଧରଣର ବନ୍ୟା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଦିନ ୧୦ଟା ବେଳେ ଆନନ୍ଦପୁର ଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବା ବେଳେ ଆଖୁଆପଦାଠାରେ ଦିନ୧୨ଟା ସୁଦ୍ଧା୧୭.୧୩ମିଟରରେ ଜଳ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ୧୭.୮୩ମିଟର ରହିଛି।

Leave A Comment

All fields marked with an asterisk (*) are required