ଅଭିଯୁକ୍ତ ପୀଡ଼ିତାଙ୍କ ସହ ଝଗଡା।
ଭୁବନେଶ୍ୱର:ମହିଳା ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ତା ୧୮.୦୬.୨୦୨୩ ରିଖରେ ନିମ୍ନୋକ୍ତ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଝଗଡା କରିଥିଲେ ଏବଂ ଘରୁ ଚାଲିଯାଇ ତାଙ୍କର ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଗତ ତା ୨୯.୦୬.୨୦୨୩ ରିଖରେ ପୀଡ଼ିତା ଘରେ ଏକା ଥିବା ସମୟରେ ଅଭିଯୁକ୍ତ ଜଣକ ଘରକୁ ଆସିଥିଲେ ଏବଂ ଅନ୍ୟତ୍ର ବିବାହ କରିବା ନେଇ ପୀଡ଼ିତାଙ୍କୁ ଧମକ ଦେବ ସହ ତାଙ୍କୁ ବଳପୂର୍ବକ ଫିନାଇଲ୍ ପିଆଇ ଦେଇଥିଲେ। ଅଭିଯୁକ୍ତଙ୍କର ପରିବାର ସଦସ୍ୟ ଅଭିଯୁକ୍ତଙ୍କୁ ଅପରାଧରେ ସହଯୋଗ କରୁଥିବା ନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମହିଳା ଥାନାରେ ପୀଡ଼ିତା ଏନେଇ ଲିଖିତ ଅଭିଯୋଗ କରିଥିଲେ । ମହିଳା ଥାନା ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ ।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।