Search for:
  • Home/
  • ଅପରାଧ/
  • ଭୁବନେଶ୍ୱର ଛାଡ଼।ନହେଲେ ଅପରାଧ ଛାଡ଼

ଭୁବନେଶ୍ୱର ଛାଡ଼।ନହେଲେ ଅପରାଧ ଛାଡ଼

Spread the love

Loading

ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ; ନିଶା ବେପାର ଚଳାଇଥିବା ରାଜନ ନାୟକ ଘରେ ବୁଲିଲା ବୁଲଡୋଜର

ଭୁବନେଶ୍ୱର: ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଆଇନକୁ ହାତକୁ ନେଲେ ହାତକଡି ପିନ୍ଧାଇବା ସହ ପୋଲିସ ଦେଖାଇବ ତାର ଅସଲ ରୂପ। ପେଶାଦାର ଅପରାଧୀଙ୍କୁ ଗିରଫ କରି ଟ୍ରେଲର ଦେଖାଇଥିବା ପୋଲିସ ଆଜି ଦେଖାଇଛି ପୁରା ଫିଲ୍ମ । ଭରତପୁର ଥାନା ବରମୁଣ୍ଡା ମହାବୀର ନଗର ବସ୍ତିରେ ନିଶା ବେପାର ଚଳାଇଥିବା ରାଜନ ନାୟକର ଘରେ ବୁଲଡୋଜର ବୁଲାଇଛି ପୋଲିସ।


ଅଭିଯୁକ୍ତ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଉକ୍ତ ବସ୍ତିରେ ନିଶା ବେପାର ଚଳାଉଥିବା ନେଇ ମହିଳା ସଂଗଠନ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲେ ସୁଦ୍ଧା ଜାମିନରେ ଆସି ନିଶା ବେପାର ଚଳାଇଥିଲା । ଦୀର୍ଘଦିନ ଧରି ସରକାରୀ ଜାଗାରେ ଘର କରି ନିଶା ବେପାର କରିବା ସହ ଅପରାଧ ଘଟଉଥିଲେ । ଅପରାଧ ଓ ଅପରାଧୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି କମିଶନରେଟ ପୋଲିସ ଆପଣାଉଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required