Search for:
  • Home/
  • ମହାନଗର/
  • ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଡେଙ୍ଗୁ ହଟ୍‌ସ୍ପଟ୍‌ ବିଜେପିର ବିଏମସି ଅଫିସ୍ ଘେରାଉ ।

ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଡେଙ୍ଗୁ ହଟ୍‌ସ୍ପଟ୍‌ ବିଜେପିର ବିଏମସି ଅଫିସ୍ ଘେରାଉ ।

Spread the love

Loading

ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଡେଙ୍ଗୁ ହଟ୍‌ସ୍ପଟ୍‌ ବିଜେପିର ବିଏମସି ଅଫିସ୍ ଘେରାଉ ।

ଡେଙ୍ଗୁ ଅବସ୍ଥା ଅସମ୍ଭାଳ,ସରକାର ନିଘୋଡ ନିଦରେ: ବାବୁ ସିଂ
 ବିଏମସି ଅଫିସ୍ ଘେରାଉ ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ସମୟରେ ୫୦ ଉର୍ଦ୍ଧ ବିଜେପି କର୍ମୀ ଗିରଫ।
 ଡେଙ୍ଗୁ ମୃତ୍ୟୁକୁ ନମାନିବା ସରକାରଙ୍କ ଅସହାୟତାକୁ ପ୍ରକାଶ କରୁଛି।
 ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିଶ୍ୱସ୍ତରୀୟ କହୁଥିବାବେଳେ ୨୩ବର୍ଷ ଶାସନରେ ସ୍ମାର୍ଟସିଟି ଭୁବନେଶ୍ୱରରେ ପାଖାପାଖି ୩୦ପ୍ରତିଶତ ଡେଙ୍ଗୁ ଚିହ୍ନଟ।
 ସରକାର ନିଦରୁ ଉଠନ୍ତୁ, ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଡିଣ୍ଡିମ ନପିଟି ବାସ୍ତବିକତାକୁ ଗ୍ରହଣ କରନ୍ତୁ।
 ଡେଙ୍ଗୁରୁ ରକ୍ଷା ପାଇବେ ସେଥିପାଇଁ ସ୍ୱାସ୍ଥ୍ୟବିଭାଗ ଓ ବିଏମ୍‌ସି କର୍ତୃପକ୍ଷ ଉତର ଦାୟିତ୍ୱ ନିଅନ୍ତୁ।

ଭୁବନେଶ୍ୱର, ତା.୨୫/୦୭: ବିଏମସି ଅବହେଳାରୁ ସ୍ମାର୍ଟ ସିଟି ଭୁବନେଶ୍ୱର ଏବେ ଡେଙ୍ଗୁର ହଟ୍‌ସ୍ପଟ ପାଲଟିଛି । ବିଏମସି ରାଜଧାନୀର ବିଭିନ୍ନ ସ୍ଥାନରେ ଆବର୍ଜନା ଏବଂ ଅପରିଷ୍କାର ପାଣି ଜମାରହୁଥିବା ବେଳେ ଡେଙ୍ଗୁରୋଗର ବାହକ ଏଡିସ ମଶାର ବଂଶ ବିସ୍ତାର ପାଇଁ ସୁବିଧା ହେଉଛି । କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୧୩୦ରୁ ଅଧିକ ନମୁନା ପରୀକ୍ଷା କରାଯାଉଥିବାବେଳେ ୨୯ପଜିଟିଭ ବାହାରୁଛି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନେତା ମନ୍ତ୍ରୀମାନେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିଶ୍ୱସ୍ତରୀୟ କହୁଥିବାବେଳେ ୨୩ବର୍ଷ ଶାସନରେ ସ୍ମାର୍ଟସିଟି ଭୁବନେଶ୍ୱରରେ ପାଖାପାଖି ୩୦ପ୍ରତିଶତ ଡେଙ୍ଗୁ ରୋଗୀ । ଏହା ଆମେ କହୁନୁ କ୍ୟାପିଟାଲ ହସ୍ପିଟାଲର ତଥ୍ୟ କହୁଛି । ରାଜଧାନୀରେ ଡେଙ୍ଗୁରେ ୨ଟି ମୁଣ୍ଡ ଗଡିଲାଣି ଅଥଚ ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ଭୁବନେଶ୍ୱରରେ ଡେଙ୍ଗୁର ଅବସ୍ଥା ଅସମ୍ଭାଳ ହୋଇଥିବାବେଳେ ରାଜ୍ୟ ସରକାର ନିଜର ଅପାରଗତାକୁ ଘୋଡାଇବା ପାଇଁ ତଥ୍ୟ ଲୁଚାଉଛନ୍ତି । ଡେଙ୍ଗୁ ଜନିତ ମୃତ୍ୟୁକୁ ଅସ୍ୱୀକାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଡେଙ୍ଗୁ ମୃତ୍ୟୁକୁ ନମାନିବା ସରକାରଙ୍କ ଅସହାୟତାକୁ ପ୍ରକାଶ କରୁଛି । ଏହାର ପ୍ରତିବାଦରେ ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସହ ସହ କାର୍ଯ୍ୟକର୍ତ୍ତା ଜିଲ୍ଲା ସଭାପତି ବାବୁ ସିଂ ଙ୍କ ନେତୃତ୍ୱରେ ଅଭିନବ ଢଙ୍ଗରେ ମଶାରୀ ଭିତରେ ମୁଖ୍ୟମନ୍ତ୍ରୀ, ୫ଟି ସଚିବ ବିଏମସି କମିଶନର ଓ ମେୟର ଙ୍କ ମୁଖା ପିନ୍ଧି ସହ ସହ କାର୍ଯ୍ୟକର୍ତ୍ତା ବିଏମସି ମୁଖ୍ୟ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ। ସରକାରଙ୍କ ବିରୁଦ୍ଧରେ ନାରାବାଜି ସହ କାର୍ଯ୍ୟଳୟ ଭିତରକୁ ଦସେଇ ପଶିବା ସମୟରେ ବିଜେପି କର୍ମୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଏବଂ ପୋଲିସ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଙ୍କୁ ଗିରଫ କରିଥିଲା।ଗତବର୍ଷ ମଶା ଉପଦ୍ରବ ସମୟରେ ବିଏମସି ମଶା ମାରିବା ପାଇଁ “ଡ୍ରୋନ ସ୍ପ୍ରେ ଯୋଜନା”ର ମିଡିଆ ଇଭେଂଟ କରିଥିଲା । ଚଳିତବର୍ଷ ସେ ଡ୍ରୋନ ସ୍ପ୍ରେ କୁଆଡେ ଗଲା ।ରାଜଧାନୀରେ ଡ୍ରେନ ଅବ୍ୟବସ୍ଥା, ରାସ୍ତାରେ ପାଣିଜମା ହେଉଥିବାରୁ ଡେଙ୍ଗୁ ମଶାର ବଂଶ ବିସ୍ତାର ହେଉଛି । ଜଳ ନିଷ୍କାସନ ପାଇଁ ଥିବା ଡ୍ରେନ ପୋତାଯାଇ କେଉଁଟି ବିଲ୍ଡିଂ ହେଲାଣି ତ କେଉଁଠି ରାସ୍ତା, କେଉଁଠି ଠିକାଦାର ଓ ବିଲ୍‌ଡରଙ୍କୁ ଟେକି ଦିଆଯାଉଛି । ରାଜଧାନୀର ଅନେକ ସ୍ଥାନରେ ଅଳିଆ ଆବର୍ଜନାର ଅସ୍ତାୟୀ ଡମ୍ଫିଆଡ ଚିନ୍ତାର କାରଣ ପାଲଟିଛି । ଏସବୁ ପ୍ରତି ବିଏମସି ଆଖିବୁଜି ଦେଇଛି । ରାଜଧାନୀରେ ଡେଙ୍ଗୁ ସ୍ଥିିତି ନିୟନ୍ତ୍ରଣରେ ନାହିଁ । ଲୋକଙ୍କ ଜୀବନ ଯାଉଛି । ସରକାର ନିଦରୁ ଉଠନ୍ତୁ, ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଡିଣ୍ଡିମ ନପିଟି ବାସ୍ତବିକତାକୁ ଗ୍ରହଣ କରନ୍ତୁ । ବର୍ଷା ପୂର୍ବରୁ ଏହି ମେୟର ଓ କମିଶନର କହୁଥିଲେ ଆମେ ପୁରା ସଜାଗ ଅଛୁ ବର୍ଷା ଜଳ ଆମେ ଘରେ ପଶିବାକୁ ଦବୁନି, ଡେଙ୍ଗୁ ନିୟନ୍ତ୍ରଣରେ ରଖିବୁ। ଆମ ପାଖେ ପ୍ରଯ୍ୟାପ୍ତ ପରିମାଣରେ ମଶା ତେଲ ଅଛି, ଡ୍ରୋନ ଅଛି କୁଆଡେ ଗଲା ସେ ଡ୍ରୋନ ରେ ମଶା ତେଲ ଚିଞ୍ଚନ, କୁଆଡେ ଗଲା ସେ ବିଏମସି ର ତେଲ। ବର୍ଷା ଆରମ୍ଭ ହୋଇଛି କିନ୍ତୁ ଘରେ ଘରେ ଯେଉଁ ଭଳି ଭାବରେ ହୁ ହୁ ଭାବେ ଡେଙ୍ଗୁ ରୋଗ ବ୍ୟାପୁଛି ତାହା ଆଜି ଚିନ୍ତାର ବିଷୟ ହୋଇଛି। କୋଉଠି ନା କୋଉଠି ଭାରତ ବର୍ଷ ରେ ଭୁବନେଶ୍ୱର ଆଜି ଡେଙ୍ଗୁ ରୋଗର ହଟ୍ ସ୍ପଟ୍ ପାଲଟିଛି। ଏ କଥାକୁ ନେଇ ଭାରତୀୟ ଜନତା ପାର୍ଟି ଚିନ୍ତା ଓ ବ୍ୟଥିତ ଅଛି। ଭୁବନେଶ୍ୱର ବାସୀ କଣ ପାପ କରିଛନ୍ତି ଡେଙ୍ଗୁ ଆସିଲେ ପ୍ରଥମେ ଭୁବନେଶ୍ୱର ବାସୀଙ୍କ ଜୀବନ ନେବ। ବର୍ଷା ହେଲେ ଭୁବନେଶ୍ୱର ବାସୀଙ୍କ ଘରେ ପାଣି ପଶିବ। କେଉଁଠି ନା କେଉଁଠି ଭୁବନେଶ୍ୱର ବାସୀଙ୍କର ଏହି ଦୁଃଖକୁ ଲାଘବ କରିବା ପାଇଁ ଭାରତୀୟ ଜନତା ପାର୍ଟି ଆଜି ରାଜରାସ୍ତାକୁ ଓହ୍ଲାଉଛି। ଯଦି ସରକାର ତୁରନ୍ତ ଡେଙ୍ଗୁ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ନନୀୟନ୍ତି ନିଶ୍ଚିନ୍ତ ଭାବରେ ଏହି ଆନ୍ଦୋଳନକୁ ଆହୁରି ଶାଣିତ ଓ ଶକ୍ତିଶାଳୀ କରାଯିବ। ରାଜରାସ୍ତାରେ ବିଏମସି ର ଚାଲୁଥିବା ଗାଡ଼ି ଗୁଡ଼ିକୁ ଅଚଳ କରାଯିବ। ଭୁବନେଶ୍ୱର ବାସୀଙ୍କ ପାଇଁ ଏହି ଲଢେଇକୁ ଆହୁରି ଶାଣିତ କରାଯିବ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ର ସଭାପତି ବାବୁ ସିଂ କହିଛନ୍ତି।ପ୍ରତିବର୍ଷ ବର୍ଷା ର ଦୁଇମାସ ପୂର୍ବରୁ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଏକ ପ୍ରୋଟୋକଲ ଅଛି ମାତ୍ର ବିଏମସି ତାକୁ ପାଳନ କରୁନି। ମେ ଓ ଜୁନ୍ ମାସରୁ ଡେଙ୍ଗୁ ନିୟନ୍ତ୍ରଣ ର ପ୍ରକ୍ରିୟା ଆରମ୍ଭ ହୁଏ ମାତ୍ର ବିଏମସି ଏସବୁ କିଛି ନକରି ନିରବ ରହିବା ଦୁର୍ଭାଗ୍ୟ ଜନକ। ଆଗାମୀ ଦିନରେ ମେୟର ଓ କମିଶନର ଙ୍କ ନାମରେ ଥାନାରେ ଏତଲା ଦେବୁ ଡେଙ୍ଗୁ ମୃତ୍ଵ ପାଇଁ ଦାୟୀ ଏମାନେ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଛନ୍ତି।ସହ ସହ କୋଟି ଟଙ୍କା ଆସୁଛି ଭୁବନେଶ୍ୱର ର ବିକାଶ ପାଇଁ କିନ୍ତୁ ବିଏମସି ସବୁ ହରିଲୁଟ କରୁଛି। ଏଥିରୁ ପ୍ରମାଣିତ ହେଉଛି ଦୁର୍ନୀତି ରେ ପୁରା ବିଏମସି ବୁଡି ରହିଛି। ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତି ଅଭାବରୁ ଡେଙ୍ଗୁ ରୋଗ ବ୍ୟାପୁଛି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଜୀବନ ରାଉତ, ମଧୁସ୍ମିତା ପ୍ରଧାନ, ସୁଜାତା ଛୋଟରାୟ, ଲକ୍ଷ୍ମୀପ୍ରିୟା ପରିଡ଼ା,ଯଶୋଧାରା ପ୍ରଧାନ, ଗୀତାଞ୍ଜଳୀ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ,ଦିଲ୍ଲୀପ ବେହେରା, ଜିଲ୍ଲା ଉପ ସଭାପତି ରାଜେନ୍ଦ୍ର ଦାସ, ତୃପ୍ତିମଇ ମକଦ୍ଦମ, ସୁଶାନ୍ତ ସାବତ, ଧୀରେନ ପାତ୍ର,ମନୋରଞ୍ଜନ ସ୍ବାଇଁ,ସୋମଶେଖର ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୋୟମ ସେବକ ରାୟ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ,ଦାମୋଦର ବେହେରା, ଜିତେନ୍ଦ୍ର ମହାନ୍ତି, ଅମରଜ୍ୟୋତି ଜଗଦେବ,ସଶିପ୍ରଭା ରଥ, ଶୋୟମ୍ଭୁ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ଆଶିଷ ମହାପାତ୍ର, ବିଷ୍ଣୁ ସାହୁ, ସନ୍ତୋଷ ପରିଡ଼ା, ନିର୍ମଳ ପଣ୍ଡା, ରଜନୀବାଳା ଦାସ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ କୁମାର ପଶ୍ଚିମକବାଟ ପ୍ରମୁଖ ଯୋଗୋଦେଇ ଥିଲେ।

Leave A Comment

All fields marked with an asterisk (*) are required