ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣିଥରେ ଜେଲ
ଭୁବନେଶ୍ୱର:୨୪.୦୭ ଜାମିନର ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣିଥରେ ଜେଲ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ: ପୁଣି ଜେଲ ଯିବ ଗ୍ୟାଙ୍ଗଷ୍ଟର ଟିଟୋ । ତାକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜାମିନର ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣିଥରେ ଜେଲ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା ଟିଟୋ । ତେବେ ସର୍ତ୍ତ କୋହଳ କରିବାକୁ ପୁଣି କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ଟିଟୋ । କିନ୍ତୁ କୋର୍ଟ ଏ ବାବଦରେ ରାୟ ଦେବା ପୂର୍ବରୁ ଥାନା ହାଜିରା ବନ୍ଦ କରିଦେଇଥିଲା ଟିଟୋ ।ଏ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା ପକ୍ଷରୁ କୋର୍ଟକୁ ଅବଗତ କରାଯାଇଥିଲା ।ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀ ସର୍ତ୍ତମୂଳକ ଜାମିନରେ ଥିଲା ।