Search for:
  • Home/
  • ରାଜ୍ୟ/
  • ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର।

ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର।

Spread the love

Loading

ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର ଅର୍ବାନ୍‌‌’, ମିଳିବ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ଋଣ

ଭୁବନେଶ୍ୱର :୨୨.୦୭ ସେହିପରି ଅତୀତରେ ସହରାଞ୍ଚଳ ବାସଗୃହ ଯୋଜନାରେ ୧ ଲକ୍ଷ ଟଙ୍କାରୁ ଅଧିକ ଆର୍ଥିକ ସହାୟତା ପାଇଥିବା ହିତାଧିକାରୀ, ମାସିକ ୫୦ ହଜାର ଟଙ୍କାରୁ ଅଧିକ ଆୟ ଥିଲେ, ସରକାରୀ ଅବା ସରକାରୀ ଅଧିକୃତ ସଂସ୍ଥାରେ ଚାକିରୀ କରୁଥିଲେ, ପେନସନ୍‌‌ ଭୋଗୀ ହୋଇଥିଲେ ମୋ ଘର ଅର୍ବାନରେ ସାମିଲ ହେବେ ନାହିଁ। ଏସ୍‌‌ସି, ଏସ୍‌‌ଟି, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସ୍ୱତନ୍ତ୍ର ବର୍ଗ ଭାବେ ଅଧିକ ପ୍ରାଧାନ୍ୟ ଦିଆଯିବ। ୧ ଲକ୍ଷ ଟଙ୍କା ଋଣ ନେଇଥିବା ସାଧାରଣ ବର୍ଗର ଲୋକଙ୍କୁ ୩୦ ହଜାର ଏବଂ ସ୍ୱତନ୍ତ୍ର ବର୍ଗର ହିତାଧିକାରୀଙ୍କୁ ୪୦ ହଜାର ଟଙ୍କା ସବ୍‌‌ସିଡି ମିଳିବ। ୨ ଲକ୍ଷ କିମ୍ବା ୩ ଲକ୍ଷ ଟଙ୍କା ଋଣ ଉପରେ ସାଧାରଣ ବର୍ଗର ଲୋକଙ୍କୁ ୬୦ ହଜାର ଟଙ୍କା ଏବଂ ସ୍ୱତନ୍ତ୍ର ବର୍ଗର ଲୋକଙ୍କୁ ୭୦ ହଜାର ଟଙ୍କା ସବ୍‌‌ସିଡି ମିଳିବ। ଋଣ ଉପରେ ୧୦ ବର୍ଷ ପାଇଁ ବ୍ୟାଙ୍କ ଗୁଡିକ ୯% ସୁଧ ଆଦାୟ କରିପାରିବେ। ରାଜ୍ୟସ୍ତରୀୟ ନୋଡ଼ାଲ ଏଜେନ୍ସି ଋଣ ଆବଣ୍ଟନ ପ୍ରକ୍ରିୟା ଉପରେ ନଜର ରଖିବେ। ଋଣ ଗ୍ରହୀତା ଚାହିଁଲେ ଅବଧି ଶେଷ ପୂର୍ବରୁ ଋଣ ଅର୍ଥ ଫେରସ୍ତ କରିପାରିବେ ବୋଲି କୁହାଯାଇଛି। ଗ୍ରାମାଞ୍ଚଳ ପରି ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର ଅର୍ବାନ୍‌‌’। ଏଥିପାଇଁ ଏବେ ଚିଠା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି। ତେବେ ଏଥିପାଇଁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌‌ଏଲ୍‌‌ବିସି)ର ମତାମତ ଲୋଡ଼ିଛନ୍ତି ରାଜ୍ୟ ସରକାର। ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନ ଓଡ଼ିଶା ସହରାଞ୍ଚଳ ବାସଗୃହ ମିଶନ୍‌‌ (ଓୟୁଏଚ୍‌‌ଏମ୍‌‌)ର ମିଶନ୍‌‌ ନିର୍ଦ୍ଦେଶକ ଦେବାଶିଷ ସିଂ ଏସ୍‌‌ଏଲ୍‌‌ବିସି ଆବାହକଙ୍କୁ ପତ୍ର ଲେଖି ମତାମତ ଲୋଡ଼ିଛନ୍ତି। ଏଥିରେ କୁହାଯାଇଛି ଯେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବର୍ଗର ପରିବାରଙ୍କୁ ସହରାଞ୍ଚଳରେ ବାସଗୃହ ନିର୍ମାଣ ସହାୟତା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ନେଇ ଓୟୁଏଚ୍‌‌ଏମ୍‌‌ ପକ୍ଷରୁ ଚିଠା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏଥିରେ ଜମି ଅଧିକାର ପ୍ରମାଣପତ୍ରଧାରୀ ହିତାଧିକାରୀଙ୍କୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବା ବ୍ୟବସ୍ଥା ଅଛି।

ହିତାଧିକାରୀଙ୍କୁ ବ୍ୟାଙ୍କରୁ ସର୍ବାଧିକ ୩ ଲକ୍ଷ ଟଙ୍କା ଋଣ ମିଳିବ ଆଉ ତାହା ୧୦ ବର୍ଷ ମଧ୍ୟରେ ଫେରସ୍ତ ନିଆଯିବ। ମୋ ଘର ଅର୍ବାନ୍‌‌ ଯୋଜନାରେ ୧ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ବାସଗୃହ ନିର୍ମାଣ ଶେଷ ହେବା ପରେ ରାଜ୍ୟ ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ୟାପିଟାଲ ସବ୍‌‌ସିଡି ଜମା କରିବେ।

Leave A Comment

All fields marked with an asterisk (*) are required