Search for:
  • Home/
  • ରାଜ୍ୟ/
  • ମଞ୍ଚେଶ୍ବର(ଫୋମ୍‌) କାରଖାନାରେ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ

ମଞ୍ଚେଶ୍ବର(ଫୋମ୍‌) କାରଖାନାରେ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ

Spread the love

Loading

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ
ଭୁବନେଶ୍ବର, ୨୫।୫: ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ଏକ ଗଦି (ଫୋମ୍‌) କାରଖାନାରେ ଆଜି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ୧୨ଟା ୪୫ରେ ମଞ୍ଚେଶ୍ବର ରେଳଷ୍ଟେସନ୍‌ ନିକଟରେ ଥିବା ଟିକେ ଫୋମ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ କାରଖାନାରେ ଏହି ଅଘଟଣ ଘଟିଛି। ଖବର ପାଇ ମଞ୍ଚେଶ୍ବର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି। କିନ୍ତୁ ଶେଷ ଖବର ଲେଖା ହେବା ସୁଦ୍ଧା, ପ୍ରାୟ ଦେଢ଼ ଘଣ୍ଟା ଧରି ଆଗ୍ନିକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରିନଥିଲେ। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ପାଖାପାଖି ୫ କିମି ପରିଧି ପର୍ଯ୍ୟନ୍ତ ଏହା ଦୃଶ୍ୟମାନ ହେଉଥିଲା। ଏପରିକି, ନିଆଁ ଧାସରେ ଆକାଶ ରକ୍ତିମବର୍ଣ୍ଣ ଧାରଣ କରିଥିଲା। ଅଗ୍ନିକାଣ୍ଡର କାରଣ ସଂପର୍କରେ ଜଣାପଡ଼ିନଥିଲେ ହେଁ ସର୍ଟସର୍କିଟ୍‌ରୁ ଘଟିଥିବା ଅନୁମାନ କରାଯାଉଛି। ତେବେ ଖବର ଲେଖା ହେବା ବେଳକୁ ଏଥିରେ କେହି ମୃତାହତ ହୋଇଥିବା ନେଇ ଜଣାପଡ଼ିନାହିଁ।
ସ୍ଥାନୀୟ କିଛି ଶ୍ରମିକଙ୍କ କହିବାନୁଯାୟୀ, କାରଖାନାରେ ପାଖାପାଖି ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଦି ରହିଥିଲା। ଏହା ଦହନଶୀଳ ସାମଗ୍ରୀ ହୋଇଥିବାରୁ ନିଆଁକୁ ଆୟତ୍ତ କରିବା ପାଇଁ ଆଗ୍ନିକମାନଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ୪ ଏକର ବିଶିଷ୍ଟ ଏହି କାରଖାନା ଭିତରେ ୨୦ରୁ ଊର୍ଦ୍ଧ୍ବ କର୍ମଚାରୀ ଶୋଇଥିଲେ। କିନ୍ତୁ ନିଆଁ ଲାଗିବା ଦେଖି ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଡାକି ଆଣିବାରୁ ଏକ ବଡ଼ଧରଣର ଜୀବନହାନି ଅଳ୍ପକେ ଟଳି ଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ କରାନଗଲେ, ନିକଟରେ ଥିବା କାଗଜ, କାଠ ଓ ପାଉଁରୁଟି କାରଖାନା ପାଇଁ ବିପଦ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ନିଆଁର ପ୍ରକୋପ ଏତେ ରହିଛି ଯେ ଆୟତ୍ତ କରିବା ବେଳକୁ ଆସନ୍ତାକାଲି ସକାଳ ହୋଇଯିବ। ଖବର ପାଇ ଆଖାପାଖ ଅଗ୍ନିଶମ କେନ୍ଦ୍ରଗୁଡ଼ିକରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଗାଡ଼ି ଘଟଣାସ୍ଥଳକୁ ଛୁଟୁଥିବା ଜଣାପଡ଼ିଛି।

Leave A Comment

All fields marked with an asterisk (*) are required