କେତେ ତଳକୁ ଖସି ପାରନ୍ତି ଆମ ରିପୋର୍ଟର? ମାଲ୍ ନେଇ ବାଙ୍ଗ୍ଲାଦେଶୀଙ୍କୁ ଦେଉଛନ୍ତି ସୁରକ୍ଷ୍ୟା !
କେତେ ତଳକୁ ଖସି ପାରନ୍ତି ଆମ ରିପୋର୍ଟର?
ମାଲ୍ ନେଇ ବାଙ୍ଗ୍ଲାଦେଶୀଙ୍କୁ ଦେଉଛନ୍ତି ସୁରକ୍ଷ୍ୟା !
ଭୁବନେଶ୍ବର: ତା ୨୦୵୫୵୨୫ – ରାଜ୍ୟ ରାଜଧାନୀ ଭୁବନେଶ୍ବରର ୟୁନିଟ-୨ ରେ ପ୍ରାୟ ୨୫୦ ସରକାରୀ ବାସଭବନ ଦୀର୍ଘ ଦିନ ହେବ ଖାଲିପଡିଛି। ଏହାର ସୁଯୋଗ ନେଇ କିଛି ବାଙ୍ଗ୍ଲାଦେଶୀ ବେପାରୀ ଏବଂ କିଛି ଅସାମାଜିକ ବ୍ୟକ୍ତି ମାନେ ସରକାରୀ କ୍ୱାଟର୍ସ ଗୁଡିକର ତାଲା ଭାଙ୍ଗି ଜୋର୍ ଜବରଦସ୍ତ ମାଡି ବସିଛନ୍ତି। ଉକ୍ତ ସରକାରୀ ଗୃହକୁ ବାଙ୍ଗ୍ଲାଦେଶୀ ମାନଙ୍କ ଠାରୁ ମୁକ୍ତ କରାଇ କିଛି ହିନ୍ଦୁ ସଂଗଠନ ସେହିଁ ବାସଗୃହ ଗୁଡିକର ରକ୍ଷଣାବେକ୍ଷଣା କରୁଛନ୍ତି। ବାଙ୍ଗ୍ଲାଦେଶୀ ମାନେ ଅନ୍ନୋନ୍ୟପାୟ ହୋଇ କିଛି ମିଡିଆ ବନ୍ଧୁ ମାନଙ୍କୁ ଅପ୍ୟାୟିତ କରି ହିନ୍ଦୁ ସଂଗଠନ ମାନଙ୍କ ବିଋଦ୍ଧରେ ସମ୍ବାଦ ପରିବେଷଣ କରୁଥିବାର ଆମ୍ଭର ନଜର କୁ ଆସିଛି।
ଗତକାଲି ଓଟିଭି ର ଡିଜିଟାଲ ଚ୍ୟାନେଲ ” ଓଡିଶା ରିପୋର୍ଟର ” ର କେଳେଙ୍କାରୀ ଲୋକ ଲୋଚନକୁ ଆସିଛି, ଦଲାଲ୍ ସାଜି ବାଙ୍ଗ୍ଲାଦେଶୀଙ୍କ ଠାରୁ ମୋଟା ଅଙ୍କର ମାଲ୍ ପକାଇ ହିନ୍ଦୁ ସଂଗଠନ ମାନଙ୍କ ବିଋଦ୍ଧରେ ସମ୍ବାଦ ପରିବେଷଣ କରିଛନ୍ତି। ଓଡିଶା ରିପୋର୍ଟର ଯେଉଁ ଷ୍ଟ୍ରୀଞର ଖବର ପ୍ରସାରଣ କରିଛନ୍ତି , ତାଙ୍କର ବିଗତ ବର୍ଷ ମାନଙ୍କର ଇତିହାସ ରାଜ୍ୟ ବାସୀଙ୍କୁ ଅଛପା ନାହିଁ ବୋଲି ବୁଦ୍ଧି ଜୀବି ମହଲରେ ଆଲୋଚନା ର ବିଷୟ ବସ୍ତୁ ପାଲଟିଛି।