ଲକ୍ଷ୍ୟା ଡାନ୍ସ ଏକାଡେମୀର ଚତୁର୍ଥ ସଂସ୍କରଣ ନୃତ୍ୟ ଓ ସଙ୍ଗୀତ ଉତ୍ସବ – ୨୦୨୫
ଲକ୍ଷ୍ୟା ଡାନ୍ସ ଏକାଡେମୀର ଚତୁର୍ଥ ସଂସ୍କରଣ ନୃତ୍ୟ ଓ ସଙ୍ଗୀତ ଉତ୍ସବ – ୨୦୨୫
ଭୁବନେଶ୍ବର ଭଞ୍ଜ କଳା ମଣ୍ଡପ ଠାରେ ଲକ୍ଷ୍ୟା ଡାନ୍ସ ଏକାଡେମୀର ଚତୁର୍ଥ ସଂସ୍କରଣ ନୃତ୍ୟ ଓ ସଙ୍ଗୀତ ଉତ୍ସବ – ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଏକାମ୍ରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆକାଉଣ୍ଟାଟ୍ ଜେନେରାଲ ଶ୍ରୀ ରାଜ କୁମାର ରାଜ୍ୟ ପାଇକ ଆଖଡ଼ା ମହାସଂଘ ସଭାପତି ଡଃ ପ୍ରକାଶ ଶ୍ରୀ ଚନ୍ଦନ,ଜୟ ଓଡ଼ିଶାର ପ୍ରତିଷ୍ଠାତା ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ। ଗୁରୁବୀ ସୁଶ୍ରୀ ମୀନାକ୍ଷୀ ବେହେରାଙ୍କୁ ଲକ୍ଷ୍ୟା ନୃତ୍ୟ ସମ୍ମାନ, ଗୁରୁ ଶ୍ରୀ ରମେଶ ଚନ୍ଦ୍ର ଦାଶଙ୍କୁ ଲକ୍ଷ୍ୟା ବାଦ୍ୟ ସମ୍ମାନ, ଡଃ ଶ୍ରୀମତୀ ଆଦ୍ୟାଶା ଦାଶଙ୍କୁ ଲକ୍ଷ୍ୟା ସଂଗୀତ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ବଂଶୀ ବାଦକ କୌସ୍ତଭ ମହାନ୍ତି, ନାଚଘର ପୁରୀରୁ ମାହାରି ନୃତ୍ୟ, ସାଇ ଆରାଧନା ଭୁବନେଶ୍ବରରୁ ଶାସ୍ତ୍ରୀୟ ନୃତ୍ୟ ଓ କଣ୍ଠଶିଳ୍ପୀ ଅଲିଭା ଦାଶଙ୍କ ଲାଇଭ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ନୃତ୍ୟଗୁରୁ ତଥା ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ କ୍ଷଣପ୍ରଭା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସ୍ଥାପକ ସାଗର ମଞ୍ଚ ପରିଚାଳନା କରିଥିଲେ। ସରୋଜ କୁମାର ବାରିକ୍ ଓ ସମୀର ଦାଶ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।