ଭାରତର ବୀର ସୈନିକମାନଙ୍କୁ ସମର୍ଥନ ଜଣାଇ ପିସିସି ପକ୍ଷରୁ ରକ୍ତଦାନ ଶିବିର
ଭାରତର ବୀର ସୈନିକମାନଙ୍କୁ ସମର୍ଥନ ଜଣାଇ ପିସିସି ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ୱର ତା. ୮.୫- ଭାରତର ବୀର ସୈନିକମାନେ ଯେପରି ଅଦ୍ୟମ ସାହସ ଓ ପରାକାଷ୍ଠା ଦେଖାଇ ସୀମାପାର ଆତାଙ୍କବାଦୀ ଏବଂ ଆତଙ୍କବାଦୀଙ୍କ ଶିବର ଉପରେ ଯେଉଁଭଳି ଭାବରେ ସାମରିକ କାର୍ଯ୍ୟାନୁଷ୍ଠାନ କରି ପ୍ରତିଶୋଧ ନେଇଛନ୍ତି ସେମାନଙ୍କୁ ଦୃଢ଼ ସମର୍ଥନ ଜଣାଇ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ, ଭୁବନେଶ୍ବର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ ପଡୋଶୀ ରାଷ୍ଟ୍ର ପାକିସ୍ଥାନ ଆତଙ୍କବାଦୀଙ୍କ ଚରାଭୂଇଁ । ଆତଙ୍କବାଦୀ କାର୍ଯ୍ୟକଳାପକୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସମସ୍ତ ଆର୍ଥିକ, ଗୋଳାବାରୁଦ ଠାରୁ ଆରମ୍ଭ କରି ସାମରିକ ସହାୟତା ମଧ୍ୟ ପ୍ରଦାନ କରୁଛି । ଭାରତ ମାଟିରେ ଆତଙ୍କବାଦୀ ଓ ଆତଙ୍କବାଦ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ବୋଲି ସେ ଦୃଢ଼ ସ୍ବରରେ କହିଛନ୍ତି। ଦେଶମାତୃକାକୁ ରକ୍ଷା କରିବାପାଇଁ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଆମର ବୀର ଯବାନମାନେ ଯେଭଳି ସେବା କରୁଛନ୍ତି ଓ ପାକିସ୍ଥାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେମାନଙ୍କୁ ସମର୍ଥନ ଓ ସମ୍ମାନ ଜଣାଇବା ହେଉଛି ଆଜିର ଏହି ରକ୍ତଦାନ ଶିବିର ।
ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ନଗେନ୍ଦ୍ର ପ୍ରଧାନ, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ଡ. ଦେବାଶିଷ ପଟ୍ଟନାୟକ, ମନୋଜ ସିଂ, ମନୋରଞ୍ଜନ ଦାଶ, ନବଜ୍ୟୋତି ପଟ୍ଟନାୟକ, ରଣଜିତ ପାତ୍ର, ମହମ୍ମଦ ଇମଦାଦ, ପ୍ରକାଶ ମିଶ୍ର, ସୁଶାନ୍ତ ତ୍ରିପାଠୀ, ସତ୍ୟବ୍ରତ ନାୟକ, ପ୍ରଦୀପ ମହାପାତ୍ର, ସୁଧାଂଶୁ ଦେଓ, ଉଦିତ ପ୍ରଧାନ, ସିଦ୍ଧାଥ ଦାସ, ବିଜୟାନନ୍ଦ ଚାଉଳିଆ, ମାନସ ମଲ୍ଲିକ, ଆଶିଷ କୁମାର ମାହୁନ୍ତ, ଦେବପ୍ରସାଦ ନାୟକ, ପ୍ରକାଶ ଜେନା, ଲିଙ୍ଗରାଜ ସାହୁ, ରାଜକିଶୋର ବାରିକ, ପ୍ରଶନ୍ନ ନାୟକ, ସଂଜୟ କୁମାର ମଣ୍ଡଳ, ଜୟକୃଷ୍ଣ ସୁବୁଦ୍ଧି, ଉମେଶ ଚନ୍ଦ୍ର ଦାସ, ଦେବ ପ୍ରସାଦ ନାୟକ, ବିରଞ୍ଚ୍ ବାରିକ ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।