Search for:
  • Home/
  • ରାଜ୍ୟ/
  • ଅଂଶୁଘାତ ପ୍ରାଥମିକ ଚିକିତ୍ସା ଶିବିର ଉଦଘାଟିତ l

ଅଂଶୁଘାତ ପ୍ରାଥମିକ ଚିକିତ୍ସା ଶିବିର ଉଦଘାଟିତ l

Spread the love

Loading

ଅଂଶୁଘାତ ପ୍ରାଥମିକ ଚିକିତ୍ସା ଶିବିର ଉଦଘାଟିତ l
ଭୁବନେଶ୍ୱର: କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ବୃଦ୍ଧି ଓ ପ୍ରଚଣ୍ଡ ରୌଦ୍ରତାପ ରାଜ୍ୟରେ ଜନ ଜୀବନ ଅସ୍ତବ୍ୟସ୍ତ ହେବା ସହ ଅଂଶୁଘାତ ହେବାର ଆଶଙ୍କା ବୃଦ୍ଧି ପାଉଛି l ଆଜି ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଏଜି ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଓ ଓଡିଶା ରାଜ୍ୟ ଓମଫେଡ ସଂସ୍ଥା ଏବଂ ଏଜି ଏକାଉଣ୍ଟସ ସେବା ସମବାୟ ସମିତି ସହଯୋଗରେ ଜନସାଧାରଣଙ୍କୁ ଅଂଶୁଘାତ ଉପରେ ସଚେତନ କରାଇବାପାଇଁ ଅଂଶୁଘାତ ପ୍ରାଥମିକ ଚିକିତ୍ସା ଶିବିର ଓ ଅଂଶୁଘାତ ରୋଗୀଙ୍କ ପରିବହନ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ବରିଷ୍ଠ ଉପ ମହାଲେଖାକାର ମନୋଜ ଏକ୍କାଙ୍କ ଓ ଭରତ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଏଜି ଛକରେ ଉଦଘାଟିତ ହୋଇ ଯାଇଅଛି I ଉଦଘାଟନୀ ଉତ୍ସବରେ ଉପ ମହାଲେଖାକାର ସଞ୍ଜୟ କୁମାର , ବିକାଶ କୁମାର, ବରିଷ୍ଠ ଲେଖାଧିକାରୀ (କଲ୍ୟାଣ ବିଭାଗ) ଆନନ୍ଦ ଭଟ୍ଟ, ଏଜି ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ, ଏଜି ସମବାୟ ସମିତିର ସଭାପତି କେ ନାଗେଶ୍ୱର ରାଓ, ନିର୍ଦେଶକ ସୁବ୍ରତ ସିଂହ, ଦୀପ୍ତି ରଞ୍ଜନ ରାୟ ଉପସ୍ଥିତ ଥିଲେ l ବରିଷ୍ଠ ଉପ ମହାଲେଖାକାର ଶ୍ରୀ ଏକ୍କା ବିଗତ 28 ବର୍ଷ ଧରି ବିଭିନ୍ନ ବାଧା ବିଘ୍ନ ସ୍ଵତ୍ତେ ଏଜି ଆମ୍ବୁଲାନ୍ସ ଡିଭିଜନ ଅଂଶୁଘାତ ରୋଗୀଙ୍କ ସେବା କରିବା ସହ ଅଂଶୁଘାତ ମୃତ୍ୟୁ ରୋକିବା ଲାଗି ଜନସଚେତନତା ସୃଷ୍ଟି କରି ଆସୁଥିବାରୁ ସେ ତାହାର ଉଚ୍ଚ ପ୍ରଶଂସା କରି ଥିଲେ l ସଚେତନତା ଦ୍ୱାରା ଅଂଶୁଘାତ ମୃତ୍ୟୁର ନିରାକାରଣ କରାଯାଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ l ଏହି ଅଂଶୁଘାତ ଚିକିତ୍ସା କେନ୍ଦ୍ରରେ ଅଂଶୁଘାତ ନିରାକରଣ ପାଇଁ ଦହି, ଲେମ୍ବୁ ଓ ଓଆରଏସ ପାନୀୟ ସହ ବରଫ ରଖାଯାଇଅଛି l ଜରୁରୀ ସମୟରେ ଅଂଶୁଘାତ ରୋଗୀ ପରିବହନ ପାଇଁ ଷ୍ଟ୍ରେଚେର, ଆମ୍ବୁଲାନ୍ସ ଓ ଏଜି ଡିଭିଜନର ସ୍ବେଚ୍ଛାସେବୀମାନେ ନିୟୋଜିତ ଅଛନ୍ତି ଓ ଜରୁରୀ ସମୟରେ ସାହାଯ୍ୟ ପାଇଁ ଏଜି ଡିଭିଜନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି କଲ୍ୟାଣ ଅଧିକାରୀ ଶ୍ରୀ ଭଟ୍ଟ ପ୍ରକାଶ କରିଥିଲେ l ସଚେତନତା ସୃଷ୍ଟି ପାଇଁ ଏଜି ଡିଭିଜନର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଅଂଶୁଘାତ ରୋଗୀର ପ୍ରାଥମିକ ଉପଚାର ଓ ପରିବହନ କିପରି କରିବେ ତାହାର ମକଡ୍ରିଲ ପ୍ରଦର୍ଶନ କରିଥିଲେ l ଏହି ଶିବିର ମୌସୁମୀ ଆସିବା ପ୍ରଯ୍ୟନ୍ତ ଦିନ 10 ରୁ 3ଟା ପ୍ରଯ୍ୟନ୍ତ କାର୍ଯ୍ୟ କରିବ l ଏହି କାର୍ଯ୍ୟକ୍ରମକୁ ରାଜେଶ ସିଂହ, ଏଜି ବ୍ରିଗ୍ରେଡ଼ର ସଞ୍ଜୟ ଯାଦବ, ବବିତା ସେଠୀ, ଶିବନାଥ ମହାପାତ୍ର, ଦୁଷ୍ମନ୍ତ କୁମାର ସାହୁ, ବାସୁଦେବ ଜେନା ସୁବାସ ଚନ୍ଦ୍ର ଜେନା ପରିଚାଳନା କରିଥିଲେ l

Leave A Comment

All fields marked with an asterisk (*) are required