କଟକ ରିଙ୍ଗରୋଡ଼ ସମ୍ପ୍ରସାରଣ କାର୍ଯ୍ୟ ସମୟରେ ଘଟିଥିବା ଦୁର୍ଘଟଣାର ତଦନ୍ତ କରିବ ୩ ଜଣିଆ ବୈଷୟିକ କମିଟି : ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ
କଟକ ରିଙ୍ଗରୋଡ଼ ସମ୍ପ୍ରସାରଣ କାର୍ଯ୍ୟ ସମୟରେ ଘଟିଥିବା ଦୁର୍ଘଟଣାର ତଦନ୍ତ କରିବ ୩ ଜଣିଆ ବୈଷୟିକ କମିଟି : ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ
ଭୁବନେଶ୍ୱର, ୦୩. ୦୫. ୨୦୨୫- କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଦୁଇଜଣ ଯନ୍ତ୍ରୀଙ୍କ ସମେତ ତିନି ଜଣଙ୍କର ପ୍ରାଣ ହାନି ଘଟିଛି ଏବଂ ଦୁଇଜଣ ଆହତ ହୋଇ ଏସ ସି ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି I
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥିବାବେଳେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ତାଙ୍କ ଆର୍ଥିକ ସହାୟତା ଦେବାପାଇଁ ନିର୍ଦେଶ ଦେଇଥିଲେ I ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଅତି ଗୁରୁତର ସହ ଗ୍ରହଣ କରିବା ସହ ଏପରି ଘଟଣା କାହିଁକି ଏବଂ କେଉଁ ପରିସ୍ଥିତରେ ଘଟିଲା ସେ ସମ୍ପର୍କରେ ଏକ ବୈଷୟିକ କମିଟି ଦ୍ୱାରା ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପୂର୍ତ୍ତ ବିଭାଗ ଏଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ନେତୃତ୍ୱ ରେ ମୁଖ୍ୟଯନ୍ତ୍ରୀ ରାସ୍ତା -୨ ଏବଂ ଏ ଡି ଏମ ( ଜେନେରାଲ ) କଟକଙ୍କୁ ନେଇ ଏକ ତିନି ଜଣିଆ ବୈଷୟିକ କମିଟି ଗଠନ କରି ଆସନ୍ତା କାଲିଠାରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆସନ୍ତା ୧୫ ଦିନ ମଧ୍ୟରେ ଏହାର କାରଣ ଓ ଦାୟୀ ଥିବା ବ୍ୟକ୍ତିଙ୍କ ବାବଦରେ ସବିଶେଷ ବିବରଣୀ ପ୍ରଦାନ କରିବାକୁ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଙ୍କୁ ନିର୍ଦେଶ ଦେଇଛନ୍ତି I