ଧର୍ମଶାଳା ହିଂସାକାଣ୍ଡ ଘଟଣାରେ ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଭେଟିଲା ବିଜେଡି
ଧର୍ମଶାଳା ହିଂସାକାଣ୍ଡ ଘଟଣାରେ ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଭେଟିଲା ବିଜେଡି
ସପ୍ତାହେ ବିତିଯାଇଥିଲେ ମଧ୍ୟ ପ୍ରଣବ ବଳବନ୍ତରାୟଙ୍କ ଆକ୍ରମଣକାରୀ ମାନଙ୍କୁ ସ୍ଥାନୀୟ ପୋଲିସ୍ ଗିରଫ କରିନାହିଁ
ଧର୍ମଶାଳା ବିଧାୟକ ଓ ଖଣି ମାଫିଆଙ୍କ ସମର୍ଥନରେ ଧର୍ମଶାଳାରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି
ପୋଲିସ୍ ଉପସ୍ଥିତିରେ ହିଂସାକାଣ୍ଡ ଘଟୁଛି, କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ
ଭୁବନେଶ୍ୱର, ୨୧/୦୪/୨୦୨୫: ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟଙ୍କୁ ଗତ ଏପ୍ରିଲ୍ ୧୩ ତାରିଖରେ ଆରୁଅ ଗ୍ରାମରେ ହୋଇଥିବା ସଂଘବଦ୍ଧ ହିଂସାତ୍ମକ ଆକ୍ରମଣ ଘଟଣାରେ ଆଜି ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଗତ ୧୦ ମାସ ମଧ୍ୟରେ ଶ୍ରୀ ବଳବନ୍ତରାୟଙ୍କ ଉପରେ ୮ ଥର ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ୍ ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଗିରଫ କରିନାହିଁ । ଏସ୍ପି ଏବଂ ପଦସ୍ଥ ପୋଲିସ୍ ଅଫିସରଙ୍କର ସଲାସୁତରାରେ ୩ ଜଣ ବ୍ୟକ୍ତିଙ୍କୁ ସରେଣ୍ଡର କରାଯାଇଛି, ଯେଉଁମାନଙ୍କର ଏ ଅପରାଧ ସହିତ ସମ୍ପୃକ୍ତି ନାହିଁ । ନିର୍ବାଚନ ମଣ୍ଡଳୀ ଗସ୍ତର ପୂର୍ବ ସୂଚନା ପୋଲିସ୍କୁ ପ୍ରଦାନ କରି ଶ୍ରୀ ବଳବନ୍ତରାୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ ମଧ୍ୟ ତାଙ୍କ କାର୍ଯ୍ୟାଳୟ, ବାସଗୃହ ଓ ଗାଡ଼ି ଉପରକୁ ୮ ଥର ଆକ୍ରମଣ ହୋଇଛି । ବାରମ୍ବାର ଏତଲା ଦାୟର କରାଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ଖଣି ମାଫିଆ ଏଭଳି ହିଂସାକାଣ୍ଡ ଘଟାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆକ୍ରମଣକାରୀଙ୍କ ଠାରୁ ଭୁଜାଲି, ଖଣ୍ଡା ପରି ମାରଣାସ୍ତ୍ର ସ୍ଥାନୀୟ ଆଇଆଇସି ନିଜେ ଜବତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପୋଲିସ୍ର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାସ୍ଥଳରୁ ଶ୍ରୀ ବଳବନ୍ତରାୟ ଯାଜପୁର ଏସ୍ପିଙ୍କୁ ଟେଲିଫୋନ୍ କରିଥିଲେ ମଧ୍ୟ ଏସ୍ପି ଫୋନ ଉଠାଇନଥିଲେ । ସମୁଦାୟ ଘଟଣାକ୍ରମକୁ ଦେଖିଲେ ଜଣାପଡୁଛି ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳାର ଚରମ ଅଧୋଗତି ଘଟିଛି ଏବଂ ଏଥିପାଇଁ ଯାଜପୁର ପୋଲିସ୍ ଦାୟୀ । ଆଜି ପୋଲିସ୍ ମହାନିଦେ୍ର୍ଦଶକଙ୍କ ସହ ବିଜେଡିର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସମୁଦାୟ ଘଟଣା ସମ୍ପର୍କରେ ବିସ୍ତୁତ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସର୍ବଶ୍ରୀ ଶ୍ରୀ ଅରୁଣ ସାହୁ, ଶ୍ରୀ ବ୍ୟୋମକେଶ ରାୟ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ବିଶ୍ୱରଞ୍ଜନ ମଲ୍ଲିକ, ଶ୍ରୀ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ, ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ଡ଼ ପି୍ରୟବ୍ରତ ମାଝୀ ସାମିଲ୍ ଥିଲେ ।