ଲାସ୍ୟକଳା ଓ ସୁରଭାଇବ୍ରେସନ ପକ୍ଷରୁ ମାଟିର ମହକ ପାଳିତ ହୋଇଯାଇଛି।
ଲାସ୍ୟକଳା ଓ ସୁରଭାଇବ୍ରେସନ ପକ୍ଷରୁ ମାଟିର ମହକ ପାଳିତ ହୋଇଯାଇଛି।
ମାଟିର ମହକ ସମ୍ମାନରେ ସମ୍ମାନିତ ହେଲେ ଡ଼. ଅଚ୍ୟୁତ ସାମନ୍ତ ।
ଭୁବନେଶ୍ୱର ;- ହୋଟେଲ ତାଜ ଭିଭାନ୍ତ ରେ ମହାବିଷୁବ ସଂକ୍ରାନ୍ତି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅର୍ନ୍ତଜାତୀୟ ଖ୍ୟାତିସଂପନ୍ନ ଓଡ଼ିଆ ଡ଼: ଅଚ୍ୟୁତ ସାମନ୍ତଙ୍କୁ ଅନୁଷ୍ଠାନ ର ସର୍ବୋଚ୍ଚ ସମ୍ମାନ ମାଟିର ମହକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଚାରିଜଣ ପଦ୍ମଶ୍ରୀଙ୍କୁ ଉତ୍ତରୀୟ ଉପଢୌକନ ଓ କୋଡିଏ ହଜାର ଟଙ୍କା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଚାରିଜଣ ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଉତ୍ସବ ଚରଣ ଦାସ, ପଦ୍ମଶ୍ରୀ ରାମ ପ୍ରସାଦ ପୁରୋହିତ, ପଦ୍ମଶ୍ରୀ ଗୋପୀନାଥ କୁଅଁର, ପଦ୍ମଶ୍ରୀ ପାଇବାକୁ ମନୋନୀତ ଡ଼ା: ଅଶୋକ ମହାପାତ୍ର ପ୍ରମୁଖ ମାଟିର ମହକ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ । ଓଡ଼ିଶାର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ଡ଼ା: ଜୟଶ୍ରୀ ଧଳଙ୍କ କଣ୍ଠରେ ଉଠ କଙ୍କାଳ ସଙ୍ଗୀତ ସହିତ ଆନ୍ତର୍ଜାତିୟ ଓଡିଶୀ ନୃତ୍ୟଗୁରୁ ଶାଶ୍ୱତ ଯୁଗଳବନ୍ଦୀ କୁ
ବହୁ ବିଶିଷ୍ଟ ବରିଷ୍ଠ, ଶ୍ରେଷ୍ଠ ବ୍ୟକ୍ତିତ୍ୱ, ବୁଦ୍ଧିଜୀବୀ,ରାଜନେତା, ଓ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ସଭା ଆରମ୍ଭରେ ଡ଼: ଅଚ୍ୟୁତ ସାମନ୍ତଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ଯାହା ଅଡିଟୋରିୟମ ରେ ଥିବା ସମସ୍ତ ବ୍ୟକ୍ତିତ୍ୱଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଏଥିରେ କଣ୍ଠ ଦାନ କରିଛନ୍ତି ଜୟଶ୍ରୀ ଧଳ ଏବଂ ଲାସ୍ୟକଳା କଳାକାର ଙ୍କ ଦ୍ୱାରା ଅଭିନୟ ସମ୍ପାଦନ ହୋଇଛି | ଶେଷରେ ପଶ୍ଚିମ ଓଡ଼ିଶାର ଲୋକକଳା,ସମ୍ବଲପୁରୀ ନୃତ୍ୟ, ଘୋଡ଼ା ନାଚ,ଗୁରୁ ଶାଶ୍ଵତ ଯୋଶୀଙ୍କ ଛାତ୍ରୀମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ବେଶ ଚିତ୍ତାକର୍ଷକ ଥିଲା।