ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ
ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର;ତା 13।04।2025 ରିଖ: ଧୁମଧାମରେ ପାଳିତ ହେଲା ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟଅତିଥି ଭାବେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର,ଭୁବନେଶ୍ୱର-କଟକ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ, ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବିଡିଏ ଭାଇସ ଚେୟାରମ୍ୟାନ ଡକ୍ଟର ଏନ୍. ଥିରୁମାଳା ନାୟକ, ଖୋର୍ଦ୍ଧା ଜିଲଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା. ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଓ ଅଧ୍ୟକ୍ଷା, ସମସ୍ତ କର୍ପୋରେଟର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ସନତ ମିଶ୍ର, ସାଧାରଣ ସଂପାଦକ ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ .
ମୁଖ୍ୟ ଅତିଥିଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବିଧାନ ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିଥିଲେ । ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ପ୍ୟାରେଡରେ ମୋଟ 22 ଟି ଦଳ ଯୋଗଦେଇଥିଲେ ।
1948 ମସିହା ଏପ୍ରିଲ 13 ତାରିଖ ଦିନ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିଲା ରାଜଧାନୀ । ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଜବାହର ଲାଲ ନେହରୁ ରାଜଧାନୀ ଫଳକର ଉନ୍ମୋଚନ କରିଥିଲେ । ସେତେବେଳେ ମାତ୍ର 40 ହଜର ଲୋକଙ୍କ ପାଇଁ ପରିକଳ୍ପନା କରାଯାଇଥିଲା ରାଜଧାନୀ । ମାତ୍ର ଆଜି ତାର କଳେବଳ ବୃଦ୍ଧି ପାଇଛି । ସଂପ୍ରତି 13 ଲକ୍ଷରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସବୁ କ୍ଷେତ୍ରରେ ଦେଶର ଯେ କୌଣସି ରାଜଧାନୀଠାରୁ ବହୁ ଉଚ୍ଚରେ ରହିଛି । ଆମ ରାଜଧାନୀର କଳା, ସଂସ୍କୃତି ଐତିହର ସୁରକ୍ଷା କରିବା ସହ ସହରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢିତୋଳିବା ପାଇଁ ଭୁବନେଶ୍ୱରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ।
ରାଜଧାନୀ ହେଉଛି ରାଜ୍ୟର ମୁଖଶାଳା । ଦେଶ ବିଦେଶରୁ ପର୍ଯ୍ୟଟକମାନେ ଆକାଶ ପଥରେ ହେଉ କିମ୍ବା ରେଳ ପଥରେ ପ୍ରଥମେ ଆସି ରାଜଧାନୀରେ ପହଞ୍ଚିଥାନ୍ତି । ମହିମା ମଣ୍ଡିତ ଆମ ରାଜଧାନୀର କଳା ଓ ଐତିହ୍ୟ ବେଶ ଗୌରବ ମଣ୍ଡିତ । ଏହି ଗୌରବମୟ ରାଜଧାନୀର ଶ୍ରୀ ବୃଦ୍ଧି କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ।
ଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରତିଷ୍ଠା ଦିବସ ପାଳନ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଦୋଷ ପ୍ରଟ୍ଟନାୟକ । ପରେ ଜୟଦେବ ଭବନଠାରେ ଭୁବନେଶ୍ୱର ମହାନଗର ନିଗମ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଫଟୋ ପ୍ରଦର୍ଶନୀକୁ ଅନ୍ୟାନ୍ୟ ଅତିଥିଙ୍କ ଗହଣରେ ମାନନୀୟା ବାଚସ୍ପତି ଉଦଘାଟନ କରିଥିଲେ ।
ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ସଂଧ୍ୟା ଅଧିବେଶନରେ ମାନ୍ୟବର ରାଜ୍ୟପାଳ ହରିବାବୁ କୁମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବି ଡି ଏ ର ଉପାଧ୍ୟକ୍ଷ ଡ. ଏନ୍ ଥିରୁମଲ୍ଲା ନାୟକ, ଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ ଚଞ୍ଚଲ୍ ରlଣା , ରାଜଧାନୀ ପ୍ରତିଷ୍ଠା କମିଟି ର ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି, ସମ୍ପାଦକ ଶ୍ରୀ ସନତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ l
ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମସ୍ତ କର୍ପୋରେଟର ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ 13 ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେମାନେ ହେଲେ ପଦ୍ମ ଚରଣ ନାୟକ-ସମାଜସେବୀ, ଡାକ୍ତର ପ୍ରଦୀପ କୁମାର ରଥ-ଡାକ୍ତର ପ୍ରତ୍ୟାଶା ରାୟ-ସନ୍ତରଣକାରୀ, ଡକ୍ଟର ଜୟ ଶଙ୍କର ଦାସ-ଶିଳ୍ପୋଦ୍ୟୋଗୀ, ଡକ୍ଟର ଶଶାଙ୍କ ଶେଖର ସ୍ୱାଇଁ-ବୈଜ୍ଞାନିକ, ଧନେଶ୍ୱର ସ୍ୱାଇଁ-ମ୍ୟୁଜିକ୍ ଡାଇରେକ୍ଟର/କଣ୍ଠଶିଳ୍ପୀ, ପ୍ରଜ୍ଞା ରଞ୍ଜନ ଖଟୁଆ-ଚଳଚ୍ଚିତ୍ର ଅଭିନେତା, ସୁମନ ପଟ୍ଟନାୟକ-ଅଭିନେତ୍ରୀ, କାର୍ତ୍ତିକ ଚନ୍ଦ୍ର ବେହେରା-ଶିକ୍ଷକ, ମାମାଲି ଜେନା-ଟ୍ରାଫିକ ପୋଲିସ, ଅମିତା ପାତ୍ର-ନର୍ସ, ଶକୁନ୍ତଳା ସାହୁ-ଅଙ୍ଗନଓ୍ୱାର୍ଡି କର୍ମୀ, ଜାକବ ପ୍ରଧାନ-ସ୍ୱଚ୍ଛକର୍ମୀ
ସେହିପରି ପ୍ୟାରେଡରେ ଅଂଶ ଗ୍ରହଣ କରି ଶ୍ରେଷ୍ଠସ୍ଥାନ ଅଧିକାର କରିଥିବା ସୈନିକ ସ୍କୁଲକୁ ପ୍ରଥମ, ଏନ୍ ସି ସି ବଏଜ୍, ଦ୍ୱିତୀୟ, ଡିଏଭି ସ୍କୁଲ ୟୁନିଟ୍-8 ତୃତୀୟ, ଓଏସଏପି ସପ୍ତମ ବ୍ୟାଟଲିୟନ ଓ ଆର୍ମି ବ୍ୟାଣ୍ଡଙ୍କୁ ମଧ୍ୟ ମାନ୍ୟବର ରାଜ୍ୟପାଳ ପ୍ରଦାନ କରିଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିବେଶଣ କରିଥିବା ସଂଗଠନ ଗୁଡିକ ଥିଲେ 1. Tridhara – Odissi
2. Sangeet Sadhna- Sambalpuri folk
3. Premananda & team – Musical
ଏହି କାର୍ଯ୍ୟକ୍ରମରେ ବିଏମସି ସହ ବିଡିଏ, ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓ୍ୱାର୍କ ଡିପାର୍ଟମେଣ୍ଟ, କମିଶନରେଟ ପୁଲିସ ଆଦି ବିଭାଗ ସହାୟତା କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଏମସି ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଏବଂ ତାଙ୍କୁ ସହାୟତା କରିଥିଲେ ଟିମ୍ ବିଏମସି । ଧନ୍ୟବାଦ ଅର୍ପଣ କରିଥିଲେ ବିଏମ୍ ସି କିମିଶନର ଶ୍ରୀ ରାଜେଶ ପ୍ରଭାକର ପଟିଲ ।