ଭୁବନେଶ୍ୱର ଜିଲ୍ଲା ଦାବିରେ ଶହେ ସ୍ଥାନରେ ଆରମ୍ଭ ଦସ୍ତଖତ ସଂଗ୍ରହ
ଭୁବନେଶ୍ୱର ଜିଲ୍ଲା ଦାବିରେ ଶହେ ସ୍ଥାନରେ ଆରମ୍ଭ ଦସ୍ତଖତ ସଂଗ୍ରହ
ଭୁବନେଶ୍ୱର, ୫/୪ : ଭୁବନେଶ୍ବର ଜିଲ୍ଲା ଅଭିଯାନ ପକ୍ଷରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଦାବି କାରି ଶହେ ସ୍ଥାନରୁ ଦସ୍ତଖତ ସଂଗ୍ରହ ରୁକୁଣା ରଥଯାତ୍ରା ପବିତ୍ର ଅଶୋକାଷ୍ଟମୀ ଠାରୁ ଆରମ୍ଭ ହୋଇଛି। ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ସ୍ଵାକ୍ଷର ଅଭିଯାନ ଚାଲିବ ଭୁବନେଶ୍ୱର ଜିଲ୍ଲା ଅଭିଯାନର ଆବାହକ ଲିଙ୍ଗରାଜ ସାହୁଙ୍କ ନେତୃତ୍ୱରେ ରାମେଶ୍ୱର ପାଟଣା, ରଥଗଢ଼ା ଛକ, ବଢେଇବାଙ୍କ, ବଡ଼ଦାଣ୍ଡ ସାହି ଛକ, ଗୋଶାଗରେଶ୍ୱର ଛକ, ଅସୁରକିଆରୀ ଆଦି ସ୍ଥାନରେ ମୁରବିଙ୍କ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଏଥିରେ ହରି ଓଁ କ୍ଳବର ବିଷ୍ଣୁ ପ୍ରସାଦ ମୁଦୁଲି, ଗଦାଧର ଦାସ, ପ୍ରସନ୍ନ ଚୌଧୁରୀ, ପ୍ରଦୀପ୍ତ ମହାପାତ୍ର, ଶଙ୍କର ମଲ୍ଲ, ସମ୍ପର୍କ ପରିବାରର ଜ୍ଞାନ ପ୍ରକାଶ ପାଳ, ବାଲିଅନ୍ତାର ନେତା ବେଣୁଧର ଭୋଇ, ସୁରେଶ ଦାସ ସମେତ ଏକ ହଜାର ବ୍ୟକ୍ତି ସାମିଲ ହୋଇଥିଲେ।