Search for:
  • Home/
  • ରାଜ୍ୟ/
  • ସିବିଏସଇ ଆଞ୍ଚଳିକ ଅଧିକାରୀଙ୍କୁ ଭେଟିଲା ଅଭିଭାବକ ମହାସଂଘ

ସିବିଏସଇ ଆଞ୍ଚଳିକ ଅଧିକାରୀଙ୍କୁ ଭେଟିଲା ଅଭିଭାବକ ମହାସଂଘ

Spread the love

Loading

ଡମି ସ୍କୁଲକୁ ଚଢ଼ାଉ,ସ୍ୱୀକୃତି ରଦ୍ଦ ସହ ଦଣ୍ଡ ବିଧାନ ଓ ତ୍ୱରିତ ପଦକ୍ଷେପ ପାଇଁ ସିବିଏସଇ ଆଞ୍ଚଳିକ ଅଧିକାରୀଙ୍କୁ ଭେଟିଲା ଅଭିଭାବକ ମହାସଂଘ

ଭୁବନେଶ୍ୱର :  ରାଜ୍ୟରେ ମାଳ ମାଳ କୋଚିଂ ସେଣ୍ଟର, ଟ୍ୟୁଟୋରିଅଲ ଇନଷ୍ଠିଚ୍ୟୁଟ ଛତୁ ଫୁଟିଲା ଭଳି ଦିନକୁ ଦିନ ମାଡି ଚାଲିଛି l ଅଭିଭାବକ ମାନଙ୍କୁ ସୁନେଲି ସ୍ବପ୍ନ ଓ ମିଛ ପ୍ରଲୋଭନ ଦେଖାଇ ଡମି ସ୍କୁଲରେ ହଜାର ହଜାର ପିଲା ପାଠ ପଢlଉଛନ୍ତି l ଭଲ ରାଙ୍କିଙ୍ଗରେ ଥିବା ସମାନ ପିଲା ଫଟୋ ମଧ୍ୟ ବିଭିନ୍ନ କୋଚିଂ ସେଣ୍ଟର ଵିଜ୍ଞାପନ ଦେଇ ନିଜ ନିଜ ର ବାହାଦୁରିର ମିଛ ପ୍ରଦର୍ଶନ କରୁଛନ୍ତି l ସେମାନଙ୍କ ନିୟନ୍ତ୍ରଣ ତଥା ଡମି ସ୍କୁଲ ବନ୍ଦ ପାଇଁ ବାଇଓମେଟ୍ରିକ ଉପସ୍ଥାନର ଅତର୍କିତ ଚଢ଼ାଉ ସହ ସଠିକ ଛlନଭିନ କରିବାକୁ ଓଡିଶା ଅଭିଭାବକ ମହାସଙ୍ଘ ପୂର୍ବରୁ ବାର ବାର ଦାବି କରି ଆସୁଛି l ଭିନ୍ନ ଭିନ୍ନ ପର୍ଯ୍ୟାୟରେ କୋଚିଂ ସେଣ୍ଟର ଖୋଲି ସକାଳୁ ରାତି ପର୍ଯ୍ୟନ୍ତ କ୍ଲାସ ଚାଲିଛି l ପିଲାଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଭଲ ନମ୍ବର ରଖାଇଦେବାର ଏକ ସୁନେଲି ସ୍ବପ୍ନ ଦେଖାଇ ହଜାର ହଜାର ପିଲାଙ୍କୁ ଆକାଶ, ଆଲେନ, ବଣିକ ଭଳି କିଛି ପ୍ରଚାର ସର୍ବସ୍ବ ନାମକରା କୋଚିଂ ସେଣ୍ଟର ଲୁଟି ଚାଲିଛନ୍ତି l ଅଭିଭାବକ ନିଜର ପିଲାର ଭବିଷ୍ୟତ ସଂକ୍ରାନ୍ତୀୟ ଚାକ ଚକ୍ୟ ଵିଜ୍ଞାପନ ର ପ୍ରରୋଚନାରେ ପଡି କୋଚିଂ ସେଣ୍ଟର ମାନଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ ଆସୁଛି l ଯେତିକି ପିଲା ଏଠାରେ ପଢୁଛନ୍ତି ସେଥିରୁ ମାତ୍ର ପାଞ୍ଚ ଭାଗ ପିଲା ଯୋଗ୍ୟ ବିବେଚିତ ହେଇ ବାକି ପ୍ରାୟ 95 ଭାଗ ପିଲା ନିରାଶ ସହିତ ଅଭିଭାବକ ଶୋଷଣର ଶିକାର ହୋଇ ମାନସିକ ସନ୍ତୁଳନ ହରାଇ ଚାଲିଛନ୍ତି l ଆଗରୁ ଏ କୋଚିଂ ବ୍ୟବସ୍ଥା ଏତେ ନଥିଲା କୋଚିଂ ବର୍ତମାନର ଡମି ସ୍କୁଲ ଭଳି ସାଙ୍ଘାତିକ ବ୍ୟବସ୍ଥା ନଥିଲା ପିଲା କଣ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେଉ ନଥିଲେ l ଅଭିଭାବକ ମାନଙ୍କୁ ପ୍ରଲୋଭନ ଦେଖାଇ ଫେକ ସ୍କୁଲ ଜରିଆରେ ଆଡ଼ମିସନ କରୁଛନ୍ତି l ପିଲାମାନେ 75% ଉପସ୍ଥାନ ଜରୁରୀ ଥିବା ବେଳେ ଡମି ସ୍କୁଲ ସବୁ କାଗଜ କଲମରେ ଉପସ୍ଥାନ ପଡୁଛି l ଯେକୌଣସି ଘରୋଇ ସ୍କୁଲ ରେ ଉଭୟ ଛାତ୍ର ଓ ଶିକ୍ଷକ ମାନଙ୍କୁ ଉପସ୍ଥାନ ପାଇଁ ବାଇଓ ମେଟ୍ରିକ ଲିଙ୍କର ଅତର୍କିତ ଭାବେ ଛlନଭିନ କଲେ ଏହି ଗୋଲକ ଧନ୍ଦା ବନ୍ଦ ହୋଇଯିବ l ସିବି ଏସ ଇ ଆସନ୍ତା ବର୍ଷ ପାଇଁ ଉପସ୍ଥାନ କଡାକଡି ଲାଗୁ କରି ଯେଉଁ ପିଲା 75% ଉପସ୍ଥାନ ନଥିବ ସେ ପରୀକ୍ଷା ଦେଇ ପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ନାମା ଜାରି କରିଛି l ଏଠାରେ ପ୍ରଶ୍ନ ଉଠୁଛି କି ପିଲାର ଦୋଷ କଣ ଯଦି ଏହି ପ୍ରକ୍ରିୟା ମାଧ୍ୟମରେ ସବୁ ସ୍କୁଲ କୁ ପ୍ରୋତ୍ସାହନ ମିଳୁଛି ତେବେ ପିଲାର ବା ଅଭିଭାବକ ର ଭୁଲ କେଉଁଠି ରହିଲା l ୟଙ୍ଗ ଫୋନିକ୍ସ, ଡୁନ, ଗାଇଡ଼lନ୍ସ, ନାଳନ୍ଦା, ହାଇଟେକ, ଶ୍ରୀକ୍ରୀଷ୍ଣ ଇଣ୍ଟାରନ୍ୟାସନାଲ, ଫ୍ୟୁଚର, ବ୍ରିଜ ୱେଲ,ଭଳି ଅନେକ ସ୍କୁଲ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ପାଖାପାଖି ଦୁଇ ହଜାର ପିଲା ସିବିଏସଇ ପରୀକ୍ଷା ଦେଉଛନ୍ତି l ପ୍ରକୃତରେ ତାଙ୍କ ସ୍କୁଲ ରେ ଦୁଇ ଶହ ପର୍ଯ୍ୟନ୍ତ ପିଲା ପାଠ ପଢୁଛନ୍ତି l କିନ୍ତୁ ପରୀକ୍ଷା ଦେଲା ବେଳେ ଦେଢ଼ ହଜାର ଦି ହଜାର ପିଲା କୋଉଠୁ ଆସୁଛନ୍ତି l ଆଜି ଏ ସଂକ୍ରାନ୍ତ ରେ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, ମହାସଚିବ ଅଶୋକ ପାଇକରାୟ, ଭୁବନେଶ୍ୱର ଆବାହକ ପଦ୍ମନାଭ ସାହୁ ଆଜି ସିବିଏସଇ ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସଙ୍କୁ ଭେଟି ଭିତିଭୂମି, ପିଲାସଂଖ୍ୟl ଓ ପିଲାଙ୍କ ନିରନ୍ତର ଵୟୋମେଟ୍ରିକ ଉପସ୍ଥାନ ର ତଥ୍ୟ ନେଇ ଅନୁସନ୍ଧାନ ଓ ଚଢ଼ାଉ ସହ ଏହି ଡମି ସ୍କୁଲ ର ଗୋଲକ ଧନ୍ଦା ବନ୍ଦ ପାଇଁ ଦାବୀ କରିଥିଲେ l କେନ୍ଦ୍ର ଶିକ୍ଷା ବିଭାଗ,ନ୍ୟାୟାଳୟ ବର୍ତମାନ ଏ ଘଟଣା ରେ କଡା ଅଭିମୁଖ୍ୟ ପରିପ୍ରକାଶ କରିଛନ୍ତି l ଆଲୋଚନା ବେଳେ ଆଞ୍ଚଳିକ ଅଧିକାରୀ ଏ ଦାବୀ ଉପରେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟକୁ ସୂଚିତ କରାଯାଇଛି l କେନ୍ଦ୍ରୀୟ ସ୍ତରରେ ଏକ ସ୍ୱତନ୍ତ୍ର ଟିମ ରହିଛି l ସେ ଟିମ ଏ ସଂକ୍ରାନ୍ତରେ ବିନା ସୂଚନାରେ କୌଣସି ବି ସମୟରେ ଛlନଭିନ କରିପାରେ l ତେଣୁ ଆଗକୁ ବଡ଼ ଧରଣର ଚଢ଼ାଉ ହେଵା ପ୍ରାୟ ନିଶ୍ଚିତ ବୋଲି ଅଞ୍ଚଳିକ ଅଧିକାରୀ କେ ଶ୍ରୀନିବାସ ମହାସଂଘ କୁ ଆଲୋଚନା ବେଳେ କହିଛନ୍ତି l

Leave A Comment

All fields marked with an asterisk (*) are required