Search for:
  • Home/
  • ରାଜ୍ୟ/
  • ଏକାମ୍ର ଅଧୀଶ୍ଵର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଦୋଳ ଯାତ୍ରା

ଏକାମ୍ର ଅଧୀଶ୍ଵର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଦୋଳ ଯାତ୍ରା

Spread the love

Loading

ଏକାମ୍ର ଅଧୀଶ୍ଵର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଦୋଳ ଯାତ୍ରା

ଭୁବନେଶ୍ୱର:ଫଗୁ ଦଶମୀରୁ ଆରମ୍ଭ ହୋଇ ଫାଲଗୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଷଡ଼ଦିନ ବ୍ୟାପୀ ପାଳିତ ହୋଇଥାଏ ଏହି ରଙ୍ଗ ଉତ୍ସବ। ପ୍ରଥମ ଦିନ ଫଗୁ ଦଶମୀରେ, ଶ୍ରୀ ଲିଙ୍ଗରାଜଙ୍କର ବିଜେ ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ପାର୍ବତୀ, ମା ଦୁର୍ଗା ଓ ଶ୍ରୀ ବାସୁଦେବଙ୍କୁ ମନ୍ଦିର ମଧ୍ୟରେ ସିଂହସରେ ବସାଇ ପୂଜା ଓ ଆଳତୀ ସହ ଫଗୁଲାଗି କରାଯାଏ। ଯାହା ଭିତର ଫଗୁ ଭାବେ କଥିତ।

ଫାଲଗୁନ ଶୁକ୍ଲ ଏକାଦଶୀ ବା ଦ୍ଵିତୀୟ ସନ୍ଧ୍ୟାରେ ସମସ୍ତ ବିଜେ ପ୍ରତିମାଙ୍କୁ ଭାରତୀ ମଠ ବା ବଡ଼ ମଠକୁ ନିଆଯାଏ। ମଠର ଅଧିଷ୍ଠାତ୍ରୀ ମା କାମାକ୍ଷୀଙ୍କ ସମ୍ମୁଖସ୍ଥ ସ୍ଥାୟୀ ସିଂହାସନରେ ବିଜେ ପ୍ରତିମାଙ୍କୁ ବସାଇ, ପାଳିଆ ପୂଜାପଣ୍ଡାଙ୍କ ମାଧ୍ୟମରେ ପୂଜା ଓ ମଠ ପକ୍ଷରୁ ଭୋଗଲାଗି କରାଯାଏ। ପୂଜା ପରେ, ବିଯେ ପ୍ରତିମାମାନଙ୍କୁ ଫଗୁଲାଗି ଓ ଆଳତୀ କରାଯାଏ। ପୁନଃ ପ୍ରତିମାମାନଙ୍କୁ ପଶୁପାଳକ ସେବକ ମାନଙ୍କ ଦ୍ବାରା ହାତରେ ଧରି ମା କମାକ୍ଷୀଙ୍କ ମନ୍ଦିର ଦ୍ୱାରକୁ ନିଆଯାଇ ପାଳିଆ ପୂଜାପଣ୍ଡାଙ୍କ ଦ୍ଵାରା ଭେଟ ଆଳତୀ କରାଯାଏ। ଫେରିବା ବାଟରେ, ବଡୁ ନିଯୋଗ ସମ୍ମୁଖ ରାସ୍ତାରେ ବିମାନ ଓ ପାଲିଙ୍କି ରଖାଯାଇ, ଏକ ମୁଆଁ ଭୋଗ କରାଯାଇ ଯାତ୍ରା ସମାପ୍ତ ହୁଏ।

ବାକି ତିନିଦିନ ଭକ୍ତମାନଙ୍କର ଭୋଗ ଖାଇବାକୁ ମହାପ୍ରଭୁ ପହଞ୍ଚନ୍ତି ବିଭିନ୍ନ ସ୍ଥାନରେ। ପରମ୍ପରା ଅନୁସାରେ ଫାଲଗୁନ ଦ୍ଵାଦଶୀରେ ବିଜେ ପ୍ରତିମାମାନଙ୍କୁ ନିଆଯାଏ ତିନି ମୁଣ୍ଡିଆ ବା ବୈତାଳ ମନ୍ଦିର ପରିସରକୁ। ଏଠାରେ ମହାପ୍ରଭୁଙ୍କୁ ଅଧିକରୁ ଅଧିକ ଭକ୍ତମାନଙ୍କର ଭୋଗ ଲାଗିହେବା ପରେ ଫାଗୁଲାଗି ଓ ମା କପଳୀଙ୍କ ସହ ଭେଟ ଆଳତୀ ମଧ୍ୟ କରାଯାଏ।

ତ୍ରୟୋଦଶୀରେ ବିଜେ ପ୍ରତିମାମାନଙ୍କୁ ନିଆଯାଏ ଜମେଶ୍ୱର ମନ୍ଦିର ସମ୍ମୁଖ ଗଣେଶ ମନ୍ଦିର ପିଣ୍ଡିକୁ। ଏଠାରେ ପରକରଣ ସେବାୟତଙ୍କ ପକ୍ଷରୁ ପ୍ରଥମ ଭୋଗ ଅର୍ପଣ ସହ ଅନ୍ୟ ଭକ୍ତ ମାନଙ୍କ ପଖ୍ୟରୁ ମଧ୍ୟ ମହାପ୍ରଭୁଙ୍କୁ ଭୋଗ ଲାଗିହୁଏ। ପୂଜା ପରେ, ମହାପ୍ରଭୁଙ୍କୁ ଫଗୁଲଗି ପରେ ଆଳତୀ କରାଯାଏ।

ଚତୁର୍ଦ୍ଦଶୀରେ ବିଜେପ୍ରତିମାଙ୍କୁ ନିଆଯାଏ ବଡୁସାହିକୁ। ଏଠାରେ ପ୍ରାୟ ସମସ୍ତ ବଡୁ ସେବାୟତଙ୍କର ପରିବାର ଓ ମାନସିକ ଧାରୀ ଅନ୍ୟାନ୍ୟ ଭକ୍ତମାନଙ୍କ ପକ୍ଷରୁ ଭୋଗଲାଗି କରାଯାଏ ମହାପ୍ରଭୁଙ୍କୁ। ବଡୁସାହିରେ ଭୋଗ ଖାଇବା ପରେ, ମହାଖଳାରେ (ରୁକୁଣା ରଥ ପ୍ରତିଷ୍ଠା ମଣ୍ଡପ ନିକଟ) ଅଗ୍ନି ଉତ୍ସବ ମଧ୍ୟ ପାଳନ କରନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁ।

ଦୋଳ ପୂର୍ଣ୍ଣମୀରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିରରୁ ବାହାରି ଆସନ୍ତି ହରିହର। ଉତ୍ତର ଦୁଆର ନିକଟ ଦୋଳ ମଣ୍ଡପରେ, ମହାପ୍ରଭୁଙ୍କର ଅନୁଷ୍ଠିତ ହୁଏ ଦୋଳ ଝୁଲଣ । ଉତ୍ତର ଦିଗରେ ଶ୍ରୀ ଦୋଳଗୋବିନ୍ଦ ଓ ଦକ୍ଷିଣ ଦିଗରେ ମା ପାର୍ବତୀ ଓ ମା ଦୂର୍ଗାଙ୍କ ସହ ଶ୍ରୀ ଚନ୍ଦ୍ରଶେଖରଙ୍କୁ (ଶ୍ରୀ ଲିଙ୍ଗରାଜ) ଝୁଲାରେ ବସା ଯାଇଥାଏ। ଭକ୍ତମାନେ ହରିହରଙ୍କୁ ଦର୍ଶନ କରିବା ସମୟର, ହରି ଓ ହର ମଧ୍ୟ ଉଭୟ ଉଭୟଙ୍କୁ ଦର୍ଶନ କରି ଥାଆନ୍ତି। ଉଭୟଙ୍କୁ ସମାନ ନିତୀ କରାଯାଇ, ରାତ୍ରରେ ଏକତ୍ର ଆଳତୀ କରାଯାଇ ଯାତ୍ରା ସମାପ୍ତ ହୁଏ। ଏକାମ୍ରକ୍ଷେତ୍ରର ଦୋଳ ଯାତ୍ରାରେ, ଏହି ହରିହର ଆଳତୀ ଦର୍ଶନ ଅନନ୍ୟ।

 

Leave A Comment

All fields marked with an asterisk (*) are required