ଝାରପଡା ଜେଲ ମହିଳାମାନଙ୍କ ପାଇଁ ତେଜଜ୍ଞାନ ଫାଉଣ୍ଡେସନ ର କାର୍ଯ୍ୟକ୍ରମ
ଝାରପଡା ଜେଲ ମହିଳାମାନଙ୍କ ପାଇଁ ତେଜଜ୍ଞାନ ଫାଉଣ୍ଡେସନ ର କାର୍ଯ୍ୟକ୍ରମ
ଭୁବନେଶ୍ୱର:ଝାରପଡା ଜେଲରେ ମହିଳା ଦିବସ ଉପଲକ୍ଷେ ତେଜ ଜ୍ଞାନ ଫାଉଣ୍ଡେସନ “ପାଦଟିଏ ନବଜୀବନ ଅଭିମୁଖେ” କାର୍ଯ୍ୟକ୍ରମର ଅନୁଷ୍ଠାନ କରିଅଛି।ଭୁବନେଶ୍ୱର କେନ୍ଦ୍ର ସମନ୍ବୟକ ଶୂଭଲକ୍ଷ୍ମି ସାମଲ ଏବଂ ସଂସ୍ଥାର ସ୍ବୟଂସେବକ ମାନେ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଂପାଦନ କରିଅଛନ୍ତି।
ମହିଳାମାନଙ୍କ ବୌଦ୍ଧିକ ବିକାଶ, ମାନସିକ ସ୍ଥିରତା ଓ ପ୍ରୋତ୍ସାହନ ପାଇଁ ତେଜଗୁରୁ ସରଶ୍ରୀ ଙ୍କ ପ୍ରଦର୍ଶିତ ମାର୍ଗ ର ଶ୍ରବଣ ଓ ଧ୍ୟାନ ,ଲିଖିତ ଆଧ୍ୟାତ୍ମିକ ପୁସ୍ତକ ବଣ୍ଟନ ଏବଂ ଚିତ୍ତବିନୋଦନ ଇତ୍ୟାଦି କାର୍ଯ୍ୟକ୍ରମଗୁଡ଼ିକ ସଂପାଦିତ ହୋଇଅଛି। ଯାହା ଜେଲ ପରିସରରେ ଥିବା ୪୦ ରୁ ଅଧିକ ମହିଳାଙ୍କ ଉପସ୍ଥିତିରେ କାର୍ଯ୍ୟକାରୀ ହେବା ସହ ମହିଳାମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ସାମଗ୍ରିକ ସହାୟକ ହୋଇପାରିଛି।
ତେଜ ଜ୍ଞାନ ଫାଉଣ୍ଡେସନ, ଯାହା କ୍ରିସିଲ ଦ୍ବାରା ଭାରତର ସର୍ବୋତ୍ତମ ଆଧ୍ୟାତ୍ମିକ ସଂସ୍ଥା ରୂପେ ଘୋଷିତ ହୋଇସାରିଛି,ଏକ ଧର୍ମ ନିରପେକ୍ଷ, ଲାଭ ରହିତ ସଂସ୍ଥା ଯାହା ୧୯୯୯ ରୁ ଉଚ୍ଚତମ ବିକଶିତ ସମାଜ ନିର୍ମାଣ ରେ ନିୟୋଜିତ।ଏହା Happy Thoughts ଭାବରେ ମଧ୍ୟ ବେଶ ପ୍ରଶିଦ୍ଧି ଲାଭ କରିଅଛି।
ଏହି କାର୍ଯ୍ୟକ୍ରମରେ ଜେଲର Senior Superintendent Mr Manoranjan Pratihari and Assistant Jailer Swagatika Das ଙ୍କ ଉପସ୍ଥିତି ଓ ସହଯୋଗ ପ୍ରଶଂସନୀୟ। ଆଗାମୀ ଦିନରେ ଏହା ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିପାରିବାର ଆଶା ଉଜ୍ଜୀବିତ ହୋଇପାରିଛି।
ଏହି ସମ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ “ଜ୍ଞାନ ଧ୍ୟାନ କେନ୍ଦ୍ର” ରେ ମଧ୍ୟ ଆୟୋଯିତ ହୋଇଅଛି।ଏଠାରେ ରାଜଧାନି ର ବହୁ ମହିଳାମାନେ ଏକତ୍ରିତ ହୋଇ କାର୍ଯ୍ୟକ୍ରମ କୁ ସଫଳ କରି ଅଛନ୍ତି।