ବଜେଟ ବିରୋଧରେ ବିକଳ୍ପ ବଜେଟ ପ୍ରସ୍ତାବ ଉପରେ ବାମପନ୍ଥୀ ଙ୍କ ପ୍ରତିବାଦ ।
ଦେଶର ସମସ୍ତ ସମ୍ବଳ ରାହୁ ପୁଞ୍ଜିପତି ଙ୍କ ପାଦ ତଳେ ସମର୍ପଣର ବଜେଟ ବିରୋଧରେ ବିକଳ୍ପ ବଜେଟ ପ୍ରସ୍ତାବ ଉପରେ ବାମପନ୍ଥୀ ଙ୍କ ପ୍ରତିବାଦ ।
ଭୁଵନେଶ୍ଵର: ତା୫/୩: କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବଜେଟ ରାହୁ ପୁଞ୍ଜିପତିଙ୍କ ପାଦତଳେ ଦେଶର ସମସ୍ତ ସମ୍ବଳ ସମର୍ପଣ ଓ ଜନଗଣଙ୍କ ସ୍ଵାର୍ଥ ବିରୋଧୀ ବଜେଟ ବିରୋଧରେ ବିକଳ୍ପ ବଜେଟ ପ୍ରସ୍ତାବ ନେଇ ବାମପନ୍ଥୀ ଦଳଙ୍କ ପକ୍ଷରୁ ଆଜି ଅଶୋକ ନଗରଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଵଜେଟରେ ଦେଶର ଜନଗଣଙ୍କୁ ମୈ।ଳିକ ଆଵଶ୍ଯତା ପ୍ରତି ବିଶ୍ବାସଘାତକତା କରାଯାଇଛି। ଲୋକଙ୍କ ରୋଜଗାର କମିଛି। ଵେରୋଜଗାରୀଙ୍କୁ କର୍ମନିଯୁକ୍ତି ଵ୍ଯଵସ୍ଥା ନାହିଁ। ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇଛି। ଵେରୋଜଗାରୀ କାରଣରୁ ଅର୍ଥନୈତିକ ସଂକଟ ଵଢି ବଢ଼ି ଚାଲିଛି। ଏହି ସଂକଟକୁ ମୁକାବିଲା କରିବା ପରିବର୍ତ୍ତେ ୨୦୨୫-୨୬ ବଜେଟରେ ରାହୁ ପୁଞ୍ଜିପତି ଙ୍କ ପାଇଁ ଅଧିକ ସୁବିଧା ଦେଇଥିବା ବେଳେ ସମସ୍ତଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, କର୍ମନିଯୁକ୍ତି, ନ୍ଯୁନତମ ମଜୁରୀ ନିଶ୍ଚିତ କରିବା ପରିବର୍ତ୍ତେ ସରକାର ସମ୍ପୁର୍ଣ୍ଣ ଵିପରିତ ନୀତି ଆପଣେଇଛନ୍ତି। ଦରଵୂଦ୍ଧି ଵନ୍ଦ କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା କୃଷି, ଶିକ୍ଷା, ସ୍ଵାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସାମାଜିକ କଲ୍ୟାଣ, ସହର ବିକାଶ ଇତ୍ୟାଦି ପାଇଁ ବଜେଟରେ ଵ୍ଯୟ ବରାଦ ହ୍ରାସ କରିଛନ୍ତି। ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବାବଦରେ କ୍ରମାଗତ ଵ୍ଯୟ ହ୍ରାସ କରି ଚଳିତ ବଜେଟରେ ମାତ୍ର ୮୬ହଜାର କୋଟି ଟଙ୍କା ଵ୍ଯୟ ସମୂଦ୍ରକୁ ସଂଖେ ଭଳି ଵ୍ଯୟ ବରାଦ କରାଯାଇଛି। ସିମିତ ସଂଖ୍ୟକ ଲୋକଙ୍କୁ ଆୟକର ଉପରେ ରିହାତି ଜନିତ ଯେତିକି ଆୟ ହ୍ରାସ ପାଇଲା, ତାହା ରାହୁ ପୁଞ୍ଜିପତିଙ୍କ ଉପରୁ ସମ୍ପତ୍ତି ଟିକସରୁ ଭରଣା କରାଯାଇପାରିଥାନ୍ତା। ତାହା ନକରି ସମସ୍ତ ସାମଗ୍ରୀ ଉପରେ ଜିଏସଟି ହାର ବୃଦ୍ଧି କରି ଜନଗଣଙ୍କ ମେରୁ ଦଣ୍ଡ ଭାଙ୍ଗି ଦେବାକୁ ଷଡ଼ଯନ୍ତ୍ର କରାଯାଇଛି। ତେଣୁ ବାମପନ୍ଥୀ ଦଳମାନେ ବିକଳ୍ପ ଵଜେଟ ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛନ୍ତି। ବିକଳ୍ପ ବଜେଟ ରେ କୁହାଯାଇଛି କି ଦେଶର ସମସ୍ତ ସମ୍ବଳ ହାତେଇଥିଵା ୨ଶହ ରାହୁ ପୁଞ୍ଜିପତି ଙ୍କ ଉପରେ ୪%ହାରରେ ସମ୍ପତ୍ତି କର ଆଦାୟ କରାଯାଉ, କୃଷି ଉତ୍ପାଦନର ନ୍ଯୁନତମ ସହାୟକ ମୂଲ୍ୟ (ଏମ୍ଏସପି) ଗ୍ୟାରେଣ୍ଟି ପାଇଁ ଆଇନ ପ୍ରଣୟନ କରିବା, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ଵନ୍ଦ କରିବା, ମନରେଗା ପାଇଁ ଅନ୍ୟୁନ ୫୦% ଵ୍ଯୟ ବରାଦ ବୃଦ୍ଧି କରିବା, ଶିକ୍ଷା ପାଇଁ ଜିଡିପିର ୬% ଶିକ୍ଷା ପାଇଁ, ୩% ସ୍ଵାସ୍ଥ୍ୟ ପାଇଁ ଵ୍ଯୟ, ସାଧାରଣ ବଣ୍ଟନ ଵ୍ଯଵସ୍ଥାକୁ ବ୍ୟାପକ କରାଇବା ସହ ଖାଦ୍ୟ ବାବଦକୁ ରିହାତି ବୃଦ୍ଧି କରିଵା, ତଫସିଲ ମୁକ୍ତ ଉପଜାତି(ଏସଟି), ତଫସିଲ ମୁକ୍ତ ଜାତି ( ଏସସି), ମହିଳା ଓ ଶିଶୁ ବିକାଶ, ଗ୍ରାମୀଣ ଜୀବିକା ପ୍ରୋତ୍ସାହନ ଵ୍ଯଵସ୍ଥା, ସ୍କିମ ଶ୍ରମିକଙ୍କ ଭତ୍ତା ଇତ୍ଯାଦି ବାବଦରେ ଵ୍ଯୟ ବରାଦ ବୃଦ୍ଧି, ଟିକସ କେନ୍ଦ୍ରୀଭୁତ ହୋଇଥିବା ବେଳେ ରାଜ୍ଯ ଗୁଡିକ ପାଇଁ ଆବଶ୍ୟକୀୟ ଅର୍ଥ ପ୍ରଦାନ, କେନ୍ଦ୍ରୀୟ ଯୋଜନା ଗୁଡିକର କେନ୍ଦ୍ରୀୟ ଅନୁଦାନ ହାର ବୃଦ୍ଧି କରାଇବା ଆଵଶ୍ଯକ। ହୀରା ଓ ସୁନା ଵିସ୍କିଟ ଉପରେ ଟିକସ ହ୍ରାସ ଓ ପ୍ୟାକେଟରେ ବିକ୍ରୀ ହେଉଥିଵା ଶୁଖିଲା ଖାଦ୍ୟ ଉପରେ ୧୮%ରୁ ୨୮% ଟିକସ ନାମରେ ଜନଗଣଙ୍କୁ ଲୁଣ୍ଠନ ଵନ୍ଦ କରିଵାର ଵିକଳ୍ପ ଵଜେଟ ପ୍ରସ୍ତାବ ନେଇ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ବିକଳ୍ପ ବଜେଟ ପ୍ରସ୍ତାବ ନେଇ ଦେଶବ୍ୟାପୀ ଜନ ଆନ୍ଦୋଳନକୁ ତ୍ବରାନ୍ବିତ କରିବାକୁ ଆହ୍ଵାନ ଦିଆଯାଇଛି। ସିପିଆଇ ରାଜ୍ଯ କାର୍ଯ୍ଯକାରୀ କମିଟି ସଦସ୍ଯ ସୁର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସିପିଆଇ ରାଜ୍ଯ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇଏମର ରାଜ୍ଯ ନେତା ପ୍ରଦୀପ୍ତ ନାୟକ, ସିପିଆଇଏମ୍ଏଲ୍ ଲିଵରେଶନର ମହେନ୍ଦ୍ର ପରିଡ଼ା, ଅଲ୍ ଇଣ୍ଡିଆ ଫରଓ୍ଵାଡ ଵ୍ଲକ ର ରାଜ୍ଯ ସମ୍ପାଦକ ଜ୍ଯୋତୀ ରଞ୍ଜନ ମହାପାତ୍ର, ସିପିଆଇ ର ପୁର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ପ୍ରଭାତ ପାଣିଗ୍ରାହୀ, ବଂଶୀଧର ପରିଡ଼ା ପ୍ରମୁଖ ଉଦଵୋଧନ ଦେଇଥିଲେ। ଓଡିଶାରେ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ଚଳିତ ବର୍ଷଠାରୁ ବିଜେପି ସରକାର ଵନ୍ଦ କରିବା ଘଟଣା ଵିଜେପିର ଏକଛତ୍ରଵାଦୀ ନୀତିର ନମୂନା ଓ ଏହାକୁ ସବୁମନ୍ତେ ପ୍ରତିରୋଧ ପାଇଁ ଆହ୍ଵାନ ଦିଆଯାଇଛି।