ମହାଦୀପ ନେଇ ଯାଉଥିବା ବେଳେ ଖସିପଡିଲେ ସେବାୟତ
ମହାଦୀପ ନେଇ ଯାଉଥିବା ବେଳେ ଖସିପଡିଲେ ସେବାୟତ
ଭୁବନେଶ୍ଵର, 26l02, : ମହାଦୀପ ଉଠିବା ସମୟରେ ଲିଙ୍ଗରାଜ ମନ୍ଦିରରେ ଏକ ବଡ଼ ଅଘଟଣ ଘଟିଛି। ମହାଦୀପ ନେଇ ମନ୍ଦିର ଉପରକୁ ଚଢ଼ୁ ଥିବା ସମୟରେ ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡିଲେ ସେବାୟତ। ମନ୍ଦିର ର ପଥର ରେ ମାଡ଼ ହୋଇ ସେବାୟତ ଜଣକ ଅତ୍ୟନ୍ତ ଗୁରୁତର ହୋଇ ଲାହୁ ଲୁହାଣ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଉଛି।ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଚଳଚଂଚଳ ହୋଇଥିବା ବେଳେ ଆରମ୍ଭରୁ ଦେଖିବକୁ ମିଳିଥିଲା ଅଘଟଣ। ସହ ଶହ ଶ୍ରଦ୍ଧାଳୁ ଉପବାସ କରି ଲିଙ୍ଗରାଜ ଙ୍କ ଦର୍ଶନ ପାଇଁ ଦିର୍ଘ ସମୟ ଧାଡ଼ିରେ ଛିଡ଼ା ହେବ ପରେ ବି ଅବ୍ୟବସ୍ଥା ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଠେଲାପେଲା ସହ ପରିଚାଳନା ରେ ତାଳ ମେଳ ନଥିବା ଶ୍ରଦ୍ଧାଳୁ ମାନେ ଅଭିଯୋଗ କରିଥିଲେ। ଶିବରାତ୍ରି ରେ ପ୍ରଥମ ଅଘଟଣ ଥିଲା ନିର୍ଦ୍ଦାରିତ ସମୟର ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିବା ବେଳେ ଦ୍ବିତୀୟ ଅଘଟଣ ହେଉଛି ମହାଦୀପ ନେଇ ମନ୍ଦିର ଚୂଡାକୁ ଯାଉଥିବା ବେଳେ ଜଣେ ସେବାୟତ ଖସିପଡି ଗୁରୁତର ଆହତ ହୋଇଛନ୍ତି । ଶ୍ରଦ୍ଧାଳୁମାନେ ମହାଦୀପ ଉଠିବାକୁ ଅପେକ୍ଷା କରିଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରଥମ ଅଘଟଣ ଥିଲା ନିର୍ଦ୍ଦାରିତ ସମୟର ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିବା ବେଳେ ଦ୍ବିତୀୟ ଅଘଟଣ ହେଉଛି ମହାଦୀପ ନେଇ ମନ୍ଦିର ଚୂଡାକୁ ଯାଉଥିବା ବେଳେ ଜଣେ ସେବାୟତ ଖସିପଡିଛନ୍ତି । ତଅନ୍ୟ ଜଣେ ସେବାୟତ ମହାଦୀପକୁ ନେଇ ମନ୍ଦିର ଚୂଡ଼ାକୁ ଯାଇ ମହାଦୀପ ଲଗାଇଥିଲେ। । ଅଘଟଣକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଭକ୍ତମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଠାକୁରଙ୍କ ନିତିକନ୍ତି ରେ ତ୍ରୁଟି ହୋଇଥିବାରୁ ଏଭଳି ଅଘଟଣ ଘଟିଛି ବୋଲି ଭକ୍ତ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗୁରୁତର ଅବସ୍ଥାରେ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ମୁଣ୍ଡ ଏଵଂ ମୁଁହ, ଆଖି ରେ ପ୍ରବଳ ଆଘାତ ଲଗିଥିବା ଜଣା ପଡିଛି। ତେବେ ପ୍ରତିବର୍ଷ ଏହି ଭଳି ଭାବେ ସେବୟତ ମହାଦୀପ ନେଇ ମନ୍ଦିର ଚୁଡ଼ା କୁ ଯାଉଥିବା ବେଳେ ଚଳିତ ବର୍ଷ ଏହି ଘଟଣା କୁ ନେଇ ଅନେକ ସମାଲୋଚନା କରାଯାଇଛି ।ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପ ବିଜେ ସମୟରେ ପ୍ରଭୁ ବଳଭଦ୍ର ମୁହଁ ମାଡ଼ି ପଡ଼ିଯିବା ଘଟଣା ଭକ୍ତ ଙ୍କ ଭାବାବେଗକୁ ଆଘାତ ଦେଇଥିବା ବେଳେ ମହା ଶିବରାତ୍ରି ରେ ମହାଦୀପ ଉଠିବା ସମୟରେ ଏଭଳି ଅଘଟଣ ପ୍ରଶାସନ ର କାର୍ଯ୍ୟଦକ୍ଷତା, ଦାୟିତ୍ବହୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।