Search for:
  • Home/
  • ରାଜ୍ୟ/
  • ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଜାତୀୟସ୍ତରୀୟ ଭଜନ ସମାରୋହ ଯୋଗ ଦେବେ ମୁମ୍ବାଇର ୬କଳାକାର

ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଜାତୀୟସ୍ତରୀୟ ଭଜନ ସମାରୋହ ଯୋଗ ଦେବେ ମୁମ୍ବାଇର ୬କଳାକାର

Spread the love

Loading

ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଜାତୀୟସ୍ତରୀୟ ଭଜନ ସମାରୋହ ଯୋଗ ଦେବେ ମୁମ୍ବାଇର ୬କଳାକାର

ଭୁବନେଶ୍ୱର,୨୪/୨ : ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଲିଙ୍ଗରାଜ ଲାଇବ୍ରେରୀ ହଲରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ଜାତୀୟସ୍ତରୀୟ ଏହି ଭଜନ ସମାରୋହ ଚଳିତ ବର୍ଷ ୩୬ ବର୍ଷ ପାଳନ କରିବ । ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ହୋଇଛି । ମୁମ୍ବଇର ଖ୍ୟାତନାମା କଣ୍ଠଶିଳ୍ପୀ ଉଷା ଉଥପ, ଅନୁରାଧା ପଡ଼ୱାଲ, ଅଭିଜିତ୍‌ ଘୋଷାଲ, କୁମାର ସଞ୍ଜୟ, ପ୍ରତୋଷ ଶର୍ମା, ମଧୁମିତା ପାଉଲ ସମେତ ଓଡ଼ିଶାର ୨୫ରୁ ଉର୍ଦ୍ଧ୍ବ ଖ୍ୟାତନାମା କଣ୍ଠଶିଳ୍ପୀ ଆଦି ବହୁ ଯୋଗ ଦେବେ । ଉକ୍ତ ଦିନ ଭୋର ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ,ଗୀତା ପାଠ, ଶିବ ଚେତନା, ହରି ଭଜନ, ରାମଚରିତ ପାରାୟଣ କରାଯିବ। ସନ୍ଧ୍ୟାରେ ପ୍ରବଚନ ଅନୁଷ୍ଠିତ ହେବ। ଏହା ପରେ ଜାତୀୟସ୍ତରୀୟ ଭଜନ ସମାରୋହ କରାଯିବ। ଚଳିତ ବର୍ଷ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ୨୫ତମ ନିର୍ଦ୍ଦେଶନାରେ ଭଜନ ପରିବେଷଣ କରାଯିବ। ଚଳିତ ବର୍ଷ ୨୧ଜଣଙ୍କୁ ଏକାମ୍ର ସମ୍ମାନ ପ୍ରଦାନ କରାଯିବ।ଏନେଇ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସମ୍ପାଦକ ସନତ ମିଶ୍ର, ଶିବାନନ୍ଦ ରାୟ, ରତିକାନ୍ତ ମହାସୁଆର, ଲଲାଟେନ୍ଦୁ ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି, କେଦାରନାଥ ମହାପାତ୍ର, ବାବନଚନ୍ଦ୍ର ମହାପାତ୍ର, ପ୍ରମୋଦ ମହାନ୍ତି, ପ୍ରତାପ ପାତ୍ର ପ୍ରମୁଖ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗୀୟ ମନ୍ତ୍ରୀ ସମେତ ବହୁ ବିଶିଷ୍ଟବ୍ୟକ୍ତି ସାମିଲ ହେବେ।

Leave A Comment

All fields marked with an asterisk (*) are required