Search for:
  • Home/
  • Uncategorized/
  • ୨୮ ଦିନ ପରେବି କାହିଁକି ଗିରଫ ହେଉନି ଦୁଷ୍କର୍ମ ଅଭିଯୁକ୍ତ

୨୮ ଦିନ ପରେବି କାହିଁକି ଗିରଫ ହେଉନି ଦୁଷ୍କର୍ମ ଅଭିଯୁକ୍ତ

Spread the love

Loading

୨୮ ଦିନ ପରେବି କାହିଁକି ଗିରଫ ହେଉନି ଦୁଷ୍କର୍ମ ଅଭିଯୁକ୍ତ*

– _ଶିକ୍ଷା ନାଁରେ କଳଙ୍କ ସାଜିଥିବା ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ନଚେତ୍ ସତ୍ୟାଗ୍ରହ : ମନଓ୍ବର ଅଲ୍ଲୀ_

ଭୁବନେଶ୍ବର,୧୩!୨: ଆପଣମାନେ ଅବଗତ ଥିବେ ଯେ, ଜାନୁଆରୀ ୬ ତାରିଖରେ ଯାଜପୁର ଜିଲ୍ଲାର ବରୀ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଏକ ଅତ୍ୟନ୍ତ ଲଜ୍ଜ୍ୟକର ଓ ଅଭାବନୀୟ ଘଟଣା ଘଟିଥିଲା। ଏହି କଲେଜର ଜନୈକ ଛାତ୍ରୀଙ୍କୁ ଅଧ୍ୟାପକ ବିଦ୍ୟାଧର ଧଳ ଅସଦାଚରଣ କରିବା ସହିତ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ। ଏନେଇ ପୀଡ଼ିତା ଜଣଙ୍କ ବରୀ ରାମଚନ୍ଦ୍ରପୁର ଥାନାରେ ଅଧ୍ୟାପକ ବିଦ୍ୟାଧର ଧଳ, କଲେଜ ଅଧ୍ୟକ୍ଷ ସୁଧିର କୁମାର ରାଉତ ଏବଂ କଲେଜ କିରାଣୀ ପ୍ରତାପ ମଲ୍ଲିକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ରଫାଦଫା କରିବା ପାଇଁ କଲେଜ ଅଧ୍ୟକ୍ଷ ସୁଧିର କୁମାର ରାଉତ ଚାପ ପ୍ରୟୋଗ କରୁଥିବା ସଂପର୍କୀତ ଏକ ଅଡ଼ିଓ କ୍ଲିପ୍ ଭାଇରାଲ ମଧ୍ୟ ହୋଇଥିଲା। ନବନିର୍ମାଣ ଯୁବଛାତ୍ର ସଂଗଠନ ଏ ସଂପର୍କରେ ସୂଚନା ପାଇବା ପରେ ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି. ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଏହାର ପ୍ରତିବାଦରେ ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ତାଙ୍କ ସହଯୋଗୀ ଏବଂ ପୀଡ଼ିତା ଓ ତାଙ୍କ ମାଁ କଲେଜ ସମ୍ମୁଖରେ ଅନଶନରେ ବସିଥିଲେ। ଅନଶନର ଫଳ ସୂରପ ସରକାର ଅଭିଯୁକ୍ତ ଅଧ୍ୟାପକ ବିଦ୍ୟାଧରଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ବହିଷ୍କାର କରିବା ପରେ ସଂଗଠନ ପକ୍ଷରୁ ଅନଶନରତ ସମୟରେ ସଂପୃକ୍ତ ଅଧ୍ୟାପକ, କଲେଜ ଅଧ୍ୟକ୍ଷ ଏବଂ କଲେଜ କିରାଣୀଙ୍କୁ ତୁରନ୍ତ ଗିରଫ ଦାବୀ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ଆମେ ଖୁବ୍ ଶୀଘ୍ର ଅପରାଧିକୁ ଧରିବୁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ଅପରାଧ ଘଟିବାର ୨୮ ଦିନ ହୋଇଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉନାହିଁ। ଏହା ପୋଲିସ ପ୍ରାଶାସନ ଉକ୍ତ ଛାତ୍ରୀଙ୍କ ପରିବାର ଓ ନାରୀ ସମ୍ମାନ ପ୍ରତି ଚରମ ଉପହାସ। ପୋଲିସ ପ୍ରଶାସନ ଦେଇଥିବା ପ୍ରତିଶୃତିରେ ପ୍ରତାରଣା କରିଛନ୍ତି। ଏଣୁ ବିଧାନସଭା ଅଧିବେଶନ ସମୟରେ ଆମର ନିବେଦନ ଯେ, ତୁରନ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଉ, ନଚେତ୍ ଆମ୍ଭେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବୁ। ସରକାର ଉକ୍ତ ଅଧ୍ୟାପକଙ୍କୁ ବହିଷ୍କାର କଲା ବେଳେ ଯେଭଳି ସକ୍ରିୟତା ପ୍ରଦର୍ଶନ କରିଥିଲେ, ତାଙ୍କୁ ଗିରଫ କରିବାରେ ସେଭଳି କ୍ରିୟାଶୀଳତା ପ୍ରଦର୍ଶନ କରିବାକୁ ମନଓ୍ବର ଅଲ୍ଲୀ ଦାବୀ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ପୀଡ଼ିତା ଶ୍ରାବଣୀ ଜେନା, ପୀଡ଼ିତାଙ୍କ ମା ଦୀପ୍ତିମୟୀ ଜେନା, ଅଶ୍ବନୀ କୁମାର ଜେନା, ଅମିତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required