Search for:
  • Home/
  • Bda/
  • ଶୁଭ୍ରାଂଶୁଙ୍କ ନ୍ୟାୟ ଦାବିରେ ଏସିବି ହସ୍ପିଟାଲରେ ଧାରଣା ।

ଶୁଭ୍ରାଂଶୁଙ୍କ ନ୍ୟାୟ ଦାବିରେ ଏସିବି ହସ୍ପିଟାଲରେ ଧାରଣା ।

Spread the love

Loading

ଶୁଭ୍ରାଂଶୁଙ୍କ ନ୍ୟାୟ ଦାବିରେ ଏସିବି ହସ୍ପିଟାଲରେ ଧାରଣା ।ଭୁବନେଶ୍ୱର ;- ଶୁଭ୍ରାଂଶୁ ଙ୍କୁ ନ୍ୟାୟ ଦାବିରେ ଏସିବି ହସ୍ପିଟାଲରେ ଗୋଟିଏ ଦିନର ଧାରଣା ଦେଇଛନ୍ତି ଶୁଭ୍ରାଂଶୁ ର ପରିବାର ଲୋକ ଓ ସମାଜସେବୀ । ଏକ ବର୍ଷ ପୂର୍ବେ ବାଳକ ଶୁଭ୍ରାଂଶୁ ସବ୍ୟସାଚୀ ସାହୁଙ୍କ ଅସ୍ତିମଜ୍ଜା ଅସ୍ତ୍ରୋପଚାର ଏସିବି ହସ୍ପିଟାଲରେ ଡାକ୍ତର ରବୀନ୍ଦ୍ର ଜେନା କରିଥିଲେ । ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜେ ଟ୍ୟୁଟ କରିବା ସହ ଓଡିଶା ପାଇଁ ଏହା ଖୁସି ଖବର ବୋଲି ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ କରିଥିଲେ ମାତ୍ର ଅସ୍ତ୍ରୋପଚାର ଦଶଦିନ ପରେ ଶୁଭ୍ରାଂଶୁ ର ମୂର୍ତ୍ତୃ ହୋଇଥିଲା । ଶୁଭ୍ରାଂଶୁ ର ମୂର୍ତ୍ତୃ ପରେ ଏସିବି ହସ୍ପିଟାଲ ତରବରିଆ ଭାବେ ଶୁଭ୍ରାଂଶୁ ଙ୍କୁ ପୋଷ୍ଟମଟମ ନକରି ପରିବାରକୁ ବାଧ୍ୟ କରିଥିଲେ ମୂର୍ତ୍ତଦେହ ନେବାପାଇଁ । ଶୁଭ୍ରାଂଶୁ ର ବାପା ସନାତନ ସାହୁ ବେସାହାରା ଭାବେ ନିଜ ପୁଅର ମୂର୍ତ୍ତଦେହ ନେଇ ଘରକୁ ଆସିଥିଲେ । ତା ପରଦିନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହୋଇଥିଲା କି ଶୁଭ୍ରାଂଶୁ ବାର୍ଥରୁମ ରେ ପଡ଼ିଯିବାରୁ ତାଙ୍କର ମୂର୍ତ୍ତୃ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ଶୁଭ୍ରାଂଶୁ ଯେତେବେଳେ ପ୍ରବଳ ଯନ୍ତ୍ରଣା ପାଇଁ ତାଙ୍କର ମୂର୍ତ୍ତୃ ହୋଇଥିଲା ସେତେବେଳେ ତା ପାଖେ ତାର ବୋଉ ଓ ଆଈ ଉପସ୍ଥିତ ଥିଲେ । ଏଠି ପ୍ରଶ୍ନ ଉଠେ ଯଦି ଶୁଭ୍ରାଂଶୁ ର ଏତେବଡ଼ ଅସ୍ତ୍ରୋପଚାର ହୋଇଥିଲା ତେବେ ତା ପାଖେ ହସ୍ପିଟାଲର ର କୌଣସି ଷ୍ଟାପ କାହିଁକି ନଥିଲେ ? ଭୁଲ ଅସ୍ତ୍ରୋପଚାର ଯୋଗୁ ଶୁଭ୍ରାଂଶୁ ର ଜୀବନ ଯାଇଥିବା କଥାକୁ ଏସିବି ହସ୍ପିଟାଲ ଲୁଚେଇ ଗଣମାଧ୍ୟମରେ ଭୁଲ ତଥ୍ୟ ଦେଇଥିଲା । ଆଜକୁ ଏ ଘଟଣା ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଶୁଭ୍ରାଂଶୁ ଙ୍କ ପରିବାରକୁ ନ୍ୟାୟ ମିଳିଲାନି କି ଶୁଭ୍ରାଂଶୁ ର ବାସ୍ତବ ମୂର୍ତ୍ତୃ ରହସ୍ୟ ଲୋକଲୋଚନକୁ ଆସିପାରିଲାନି । ଶୁଭ୍ରାଂଶୁ ମୂର୍ତ୍ତୃ ର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସୁ ଓ ଶୁଭ୍ରାଂଶୁ ଙ୍କ ପରିବାର କୁ କ୍ଷତିପୂରଣ ଦାବିରେ ଆଜି ଏସିବି ହସ୍ପିଟାଲ ପରିସରରେ ଶୁଭ୍ରାଂଶୁ ଙ୍କ ବାପା ସନାତନ ସାହୁ, ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ, ସମାଜସେବୀ ସସ୍ମିତା ଦାସ, ନଫିସା ଅଖତର, ସମାଜସେବୀ ମହାସଂଘ ସଭାପତି ବାପୁ ଓଝା, ସମାଜସେବୀ ନିରଞ୍ଜନ ସାହୁ, ଶିବୁ ପଟ୍ଟନାୟକ, ସଞ୍ଜୟ ରାଉତରାୟ, କେଶରୀଆ ହିନ୍ଦୁ ବାହିନୀର ସଭାପତି ସନ୍ତୋଷ ଭୋଳ, ଭୁବନେଶ୍ୱର ଯୁବ ର୍ମେଚା ସଭାପତି ସାର୍ଥକ ମହାପାତ୍ର, ନିଗମ ମହାନ୍ତି, ରାଜିପ୍ ମିଶ୍ର, ବ୍ରାହ୍ମ ମହାପାତ୍ର, ଜିବନ ସ୍ୱାଇଁ ଓ ସନ୍ତୋଷ ପ୍ରମୁଖ ଗୋଟିଏ ଦିନ ଧାରଣାରେ ବସିଥିଲେ ।

Leave A Comment

All fields marked with an asterisk (*) are required