କାହାଣୀ ସୁପର ଚିପ୍ ମିନିଷ୍ଟର ଉପରେ ଏକ ଆଲୋଚନା
ଭୁବନେଶ୍ୱର:ଏକ ସୁସ୍ଥ ସମାଜର ପରିକଳ୍ପନା କୁ ନେଇ ସତ୍ୟ ଜେନାଙ୍କ ରଚିତ ଏକ ଡକ୍ୟୁମେଣ୍ଟାରୀ କାହାଣୀ ସୁପର ଚିପ୍ ମିନିଷ୍ଟର ଉପରେ ଏକ ଆଲୋଚନା ଚକ୍ର ବୁଲନ ଭାଇ ସେବା ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି କାହାଣୀଟି କୌଣସି ରାଜନୈତିକ ଭିତ୍ତିକ ଆଲୋଚନା ନୁହେଁ କି କେଉଁ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ମଧ୍ୟ ନୁହେଁ । ଜଣେ ସାଧାରଣ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିପରି ହେବା ଉଚିତ ଏହି କାହାଣୀ ରେ ତଥ୍ୟ ଆଧାର ରେ ଦର୍ଶା ଯାଇଛି । ଯାହା ଏକ ରାଜ୍ୟର ଓ ଜନସାଧାରଣଙ୍କ ସ୍ୱାର୍ଥ ଉପଯୋଗୀ । ଏହି କାହାଣୀକୁ ନେଇ ଅନୁଷ୍ଠିତ ଆଲୋଚନା ଚକ୍ରରେ ଓଡ଼ିଶାର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷମାନେ ଯୋଗଦେଇ ଏ କାହାଣୀ ଉପରେ ଆଲୋଚନା କରି ଗୁରୁତ୍ତ୍ୱରୋପ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଆମ ପରିବାର ଓଡିଶା ଆୟୋଜିତ
। ଏହିଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବରେ ସମାଜସେବୀ ମହାସଂଘ ର ସଭାପତି ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥିଭାବେ ଆଧ୍ୟାତ୍ମିକ ଗୁରୁ ବିଜୟନନ୍ଦଜୀ ମହାରାଜ, ପୂର୍ବତନ ଭୁବନେଶ୍ୱର ସାଂସଦ ଡ଼. ପ୍ରସନ୍ନ ପାଟ୍ଟଶାଣୀ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ପୂର୍ବତ୍ତନ ଜଟଣୀ ବିଧାୟକ ସୁର ରାଉତରାୟ,
ଡୁଡ଼ନୁ ଫାଉଣ୍ଡେସନ ଅଧ୍ୟକ୍ଷା
ଡ଼. ବନ୍ଦନା ହରିଚନ୍ଦନ, ଆମ ପରିବାର ସଭାପତି ଦିଲ୍ଲୀପ ଷଣ୍ଢ, ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ, କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ, ନିର୍ଦ୍ଦେଶକ ଚନ୍ଦ୍ରଭାନୁ କର, ଅଭିନେତା ମିଟୁ ମିଥୁନ, ସାମ୍ବାଦିକ ହେମନ୍ତ ସିଂ, ଶଙ୍କର୍ଷଣ ମିଶ୍ର ପ୍ରମୁଖ ଯୋଗଦେଇ କାହାଣୀକୁ ଉଚ୍ଚ ପ୍ରଶଂସା କରିବା ସହ କାହାଣୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ବର୍ଗର ପ୍ରତିଭା ମାନଙ୍କୁ ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଧନ୍ୟବାଦ ପ୍ରଦାନ କରିଥିଲେ ସଂଗଠନର ମୁଖ୍ୟ ପରିଚାଳକ ସତ୍ୟ ଜେନା, ତନ୍ମୟ ସାମନ୍ତରାୟ, ଧୀରେନ ଶଙ୍କର ଦାସ, ଅଜୟ କୁମାର ରାଉତ, ମାନସ ରଞ୍ଜନ ସାହୁ, ଶୁଭାଶିଷ ଷଢଙ୍ଗୀ, ମନୋଜ ସାହୁ, ମୋତିଲାଲ ନାୟକ ପ୍ରମୁଖ ସହଯୋଗ କରିଥିଲେ ।